ଚୋରି ସାମଗ୍ରୀ କିଣିବା ପଡିଛି ମହଙ୍ଗା , ଦୁଇ ବ୍ୟବସାୟୀ ଅଟକ

ଆନନ୍ଦପୁର ୧୨।୦୩ : ଚୋରି ସାମଗ୍ରୀ  କିଣିବା ପଡିଛି ମହଙ୍ଗା । ଚୋରି ସୁନା ଓ ପିତଳ ସାମଗ୍ରୀ ଚୋର ଠାରୁ କିଣିଥିବା ଦୁଇ ଜଣଙ୍କୁ  ଉଠାଇ ନେଇଛି ପୋଲିସ୍ । ଘଷିପୁରା ବସଷ୍ଟାଣ୍ଡ  ନିକଟ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଦାମଦର ସାହୁ ଓ ଘଷିପୁରା ଚେକ୍ ଗେଟ୍ ନିକଟ ଦୋକାନୀ ମଦନ ମୋହନ ସାହୁଙ୍କୁ ଉଠାଇ ନେଇ ଆନନ୍ଦପୁର ଏସଡିପିଓଙ୍କ କାର୍ଯ୍ୟାଳୟ ଠାରେ ଚାଲିଛି ଜେରା ।ସେହିପରି ରାମଚନ୍ଦ୍ରପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରୀ ଘଟଣାରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଗିରଫ କରିଥିଲା ପୋଲିସ୍ । ଆଜି ଉକ୍ତ ଯୁବକର ସୁଚନା ଆଧାରରେ ସୁନା ଓ ପିତଳ ସାମଗ୍ରୀ ଖରିଦ କରିଥିବା ଦୋକାନୀଙ୍କୁ ଚିହ୍ନଟ ପରେ ଉଠାଇଥିଲା ପୋଲିସ୍ । ବ୍ୟବସାୟୀ ଦାମୋଦର ସାହୁ ସଂପୃକ୍ତ  ଯୁବକ ଠାରୁ ଚୋରୀ ସୁନା କିଣିଥିବା ଓ ବ୍ୟବସାୟୀ ମଦନ ସାହୁ ବହୁ ପରିମାଣର ଚୋରୀ ପିତ୍ତଳ ସାମଗ୍ରୀ କିଣିଥିବା ସୂଚନା ମିଳିଛି ।

ଚୋରି ସାମଗ୍ରୀ  କିଣିବା ପଡିଛି ମହଙ୍ଗା , ଦୁଇ ବ୍ୟବସାୟୀ ଅଟକ

ଆନନ୍ଦପୁର ୧୨।୦୩ : ଚୋରି ସାମଗ୍ରୀ  କିଣିବା ପଡିଛି ମହଙ୍ଗା । ଚୋରି ସୁନା ଓ ପିତଳ ସାମଗ୍ରୀ ଚୋର ଠାରୁ କିଣିଥିବା ଦୁଇ ଜଣଙ୍କୁ  ଉଠାଇ ନେଇଛି ପୋଲିସ୍ । ଘଷିପୁରା ବସଷ୍ଟାଣ୍ଡ  ନିକଟ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଦାମଦର ସାହୁ ଓ ଘଷିପୁରା ଚେକ୍ ଗେଟ୍ ନିକଟ ଦୋକାନୀ ମଦନ ମୋହନ ସାହୁଙ୍କୁ ଉଠାଇ ନେଇ ଆନନ୍ଦପୁର ଏସଡିପିଓଙ୍କ କାର୍ଯ୍ୟାଳୟ ଠାରେ ଚାଲିଛି ଜେରା ।

ସେହିପରି ରାମଚନ୍ଦ୍ରପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରୀ ଘଟଣାରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଗିରଫ କରିଥିଲା ପୋଲିସ୍ । ଆଜି ଉକ୍ତ ଯୁବକର ସୁଚନା ଆଧାରରେ ସୁନା ଓ ପିତଳ ସାମଗ୍ରୀ ଖରିଦ କରିଥିବା ଦୋକାନୀଙ୍କୁ ଚିହ୍ନଟ ପରେ ଉଠାଇଥିଲା ପୋଲିସ୍ । ବ୍ୟବସାୟୀ ଦାମୋଦର ସାହୁ ସଂପୃକ୍ତ  ଯୁବକ ଠାରୁ ଚୋରୀ ସୁନା କିଣିଥିବା ଓ ବ୍ୟବସାୟୀ ମଦନ ସାହୁ ବହୁ ପରିମାଣର ଚୋରୀ ପିତ୍ତଳ ସାମଗ୍ରୀ କିଣିଥିବା ସୂଚନା ମିଳିଛି ।