ଗୋମାଂସରୁ ଦୂରେଇ ରୁହନ୍ତି ସଲମାନ ଖାନ୍, କହିଲେ- ଗାଈ ଆମର ମାଆ
ମୁମ୍ଵାଇ ୦୧।୦୪; ବଲିଉଡ୍ର ଭାଇଜାନ ସଲମାନ ଖାନ। ତାଙ୍କର ୩୦ ବର୍ଷର କ୍ୟାରିଅରରେ ସେ ଏକ ବିଶାଳ ଫ୍ୟାନ୍ ବେସ୍ ହାସଲ କରିଛନ୍ତି । ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ନିଜ ବାଦଶାହ ଭଳି ଲାଇଫ୍ଷ୍ଟାଇଲ୍ ଯୋଗୁ ମଧ୍ୟ ସେ ସବୁବେଳେ ଲାଇମ୍ ଲାଇଟ୍ରେ ରହିଥାନ୍ତି। ଫ୍ୟାନ୍ସମାନେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଜାଣିବାକୁ ଆଗ୍ରହୀ ଥାନ୍ତି ।ଏକ ସାକ୍ଷାତକାରରେ ସଲମାନ ଖାନ ତାଙ୍କ ବିଷୟରେ ପ୍ରାୟତଃ ପଚରାଯାଉଥିବା କିଛି ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବରେ ଦେଇଥିଲେ । ତେବେ ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନ ଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ତାଙ୍କର ଖାଦ୍ୟ ପସନ୍ଦ ବିଷୟରେ। ଯାହାର ଉତ୍ତରରେ ସଲମାନ କହିଥିଲେ, "ସବୁକିଛି । ମୁଁ କେବଳ ଗୋମାଂସ ଏବଂ ଘୁଷୁରୀ ମାଂସ ଖାଏ ନାହିଁ ।" ଧର୍ମ ଉପରେ ନିଜର ବିଶ୍ୱାସକୁ ବ୍ୟାଖ୍ୟା କରି ସେ ଜୋର ଦେଇ କହିଲେ, "ଗାଈ ଆମର ଗୋ -ମାଆ" ।ମୁଁ ବିଶ୍ୱାସ କରେ ଗାଈ ଆମ ମା' କାରଣ ମୋ ନିଜ ମା' ବି ଜଣେ ହିନ୍ଦୁ । ମୋ ବାପା ଜଣେ ମୁସଲମାନ । ମୋର ଦ୍ୱିତୀୟ ମା ହେଲେନ୍ ଜଣେ ଖ୍ରୀଷ୍ଟିଆନ… ଆମେ ପରିବାରରେ ସବୁ ଧର୍ମର ଲୋକ ଅଛନ୍ତି ।" ତେଣୁ ସଲମାନ ସମସ୍ତ ଧର୍ମ ଏବଂ ସଂସ୍କୃତିକୁ ଗଭୀର ସମ୍ମାନ ଦିଅନ୍ତି । ସଲମାନ ନିଜ ଜୀବନ ଏବଂ ବ୍ୟକ୍ତିତ୍ୱ ବିଷୟରେ ସବୁକିଛି ଏଥିରେ ଖୁବ ସରଳ ଭାବରେ କହିଥିଲେ । ଯେଉଁଥିପାଇଁ ଏହ
ମୁମ୍ଵାଇ ୦୧।୦୪; ବଲିଉଡ୍ର ଭାଇଜାନ ସଲମାନ ଖାନ। ତାଙ୍କର ୩୦ ବର୍ଷର କ୍ୟାରିଅରରେ ସେ ଏକ ବିଶାଳ ଫ୍ୟାନ୍ ବେସ୍ ହାସଲ କରିଛନ୍ତି । ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ନିଜ ବାଦଶାହ ଭଳି ଲାଇଫ୍ଷ୍ଟାଇଲ୍ ଯୋଗୁ ମଧ୍ୟ ସେ ସବୁବେଳେ ଲାଇମ୍ ଲାଇଟ୍ରେ ରହିଥାନ୍ତି। ଫ୍ୟାନ୍ସମାନେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଜାଣିବାକୁ ଆଗ୍ରହୀ ଥାନ୍ତି ।
ଏକ ସାକ୍ଷାତକାରରେ ସଲମାନ ଖାନ ତାଙ୍କ ବିଷୟରେ ପ୍ରାୟତଃ ପଚରାଯାଉଥିବା କିଛି ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବରେ ଦେଇଥିଲେ । ତେବେ ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନ ଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ତାଙ୍କର ଖାଦ୍ୟ ପସନ୍ଦ ବିଷୟରେ। ଯାହାର ଉତ୍ତରରେ ସଲମାନ କହିଥିଲେ, "ସବୁକିଛି । ମୁଁ କେବଳ ଗୋମାଂସ ଏବଂ ଘୁଷୁରୀ ମାଂସ ଖାଏ ନାହିଁ ।" ଧର୍ମ ଉପରେ ନିଜର ବିଶ୍ୱାସକୁ ବ୍ୟାଖ୍ୟା କରି ସେ ଜୋର ଦେଇ କହିଲେ, "ଗାଈ ଆମର ଗୋ -ମାଆ" ।
ମୁଁ ବିଶ୍ୱାସ କରେ ଗାଈ ଆମ ମା' କାରଣ ମୋ ନିଜ ମା' ବି ଜଣେ ହିନ୍ଦୁ । ମୋ ବାପା ଜଣେ ମୁସଲମାନ । ମୋର ଦ୍ୱିତୀୟ ମା ହେଲେନ୍ ଜଣେ ଖ୍ରୀଷ୍ଟିଆନ… ଆମେ ପରିବାରରେ ସବୁ ଧର୍ମର ଲୋକ ଅଛନ୍ତି ।" ତେଣୁ ସଲମାନ ସମସ୍ତ ଧର୍ମ ଏବଂ ସଂସ୍କୃତିକୁ ଗଭୀର ସମ୍ମାନ ଦିଅନ୍ତି । ସଲମାନ ନିଜ ଜୀବନ ଏବଂ ବ୍ୟକ୍ତିତ୍ୱ ବିଷୟରେ ସବୁକିଛି ଏଥିରେ ଖୁବ ସରଳ ଭାବରେ କହିଥିଲେ । ଯେଉଁଥିପାଇଁ ଏହି ସାକ୍ଷାତକାର ଖୁବ ଭାଇରାଲ ହେବାରେ ଲାଗିଛି ।