ଶନିବାର ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଫେଙ୍ଗଲ’: ୧୨ ଜିଲାକୁ ୱାର୍ନିଂ
ଭୁବନେଶ୍ୱର,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଶୁକ୍ରବାର ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବା ବେଳେ ଭୁବନେଶ୍ବର ସମେତ ଜିଲାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଶନିବାର ତାମିଲନାଡୁ-ଆନ୍ଧ୍ର ମଝିରେ ବାତ୍ୟା ‘ଫେଙ୍ଗଲ’ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଳିଛି। ଓଡ଼ିଶା ଉପରେ ଏହାର ପ୍ରଭାବ ନ ଥିଲେ ସୁଦ୍ଧା ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ୧୨ଟି ଜିଲାକୁ ପାଣିପାଗ ବିଭାଗ […] The post ଶନିବାର ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଫେଙ୍ଗଲ’: ୧୨ ଜିଲାକୁ ୱାର୍ନିଂ appeared first on Dharitri Odia News.
ଭୁବନେଶ୍ୱର,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଶୁକ୍ରବାର ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବା ବେଳେ ଭୁବନେଶ୍ବର ସମେତ ଜିଲାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଶନିବାର ତାମିଲନାଡୁ-ଆନ୍ଧ୍ର ମଝିରେ ବାତ୍ୟା ‘ଫେଙ୍ଗଲ’ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଳିଛି।
ଓଡ଼ିଶା ଉପରେ ଏହାର ପ୍ରଭାବ ନ ଥିଲେ ସୁଦ୍ଧା ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ୧୨ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା ପାଇଁ ଏହି ୱାର୍ନିଂ ଜାରି କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ ଜିଲାକୁ ୟେଲୋ ୱାର୍ନିଂ କରାଯିବା ସହ ଆଲର୍ଟ ଜାରି କରାଯାଇଛି।
ଘୂର୍ନିବଳୟ ଯୋଗୁ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ଦୁଇରୁ ତିନି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଶୁକ୍ରବାର ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସକାଳୁ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି।
The post ଶନିବାର ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଫେଙ୍ଗଲ’: ୧୨ ଜିଲାକୁ ୱାର୍ନିଂ appeared first on Dharitri Odia News.