କାହିଁକି ହଠାତ୍ ଶେଷ ହେଲା ଏହି କ୍ରିକେଟରଙ୍କ କ୍ୟାରିୟର
ନୂଆଦିଲ୍ଲୀ,୨୭।୯: ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ଭେଟେରାନ ଖେଳାଳି ଡୱେନ ବ୍ରାଭୋ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆଘାତ ହେତୁ ବ୍ରାଭୋଙ୍କୁ କାରିବିଆନ ପ୍ରିମିୟର ଲିଗ ୨୦୨୪ଶେଷ ହେବା ପୂର୍ବରୁ ଅବସର ନେବାକୁ ପଡିଲା। ଅବଶ୍ୟ, ସେ ୨୦୨୧ରେ ଏବଂ ୨୦୨୨ରେ ଆଇପିଏଲ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ଏଥି ସହିତ, ବର୍ତ୍ତମାନ ତାଙ୍କ ଫିଟନେସ ସମ୍ବନ୍ଧୀୟ ସମସ୍ୟା ହେତୁ ସେ ଫ୍ରାଞ୍ଚାଇଜ […] The post କାହିଁକି ହଠାତ୍ ଶେଷ ହେଲା ଏହି କ୍ରିକେଟରଙ୍କ କ୍ୟାରିୟର appeared first on Dharitri Odia News.
ନୂଆଦିଲ୍ଲୀ,୨୭।୯: ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ଭେଟେରାନ ଖେଳାଳି ଡୱେନ ବ୍ରାଭୋ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆଘାତ ହେତୁ ବ୍ରାଭୋଙ୍କୁ କାରିବିଆନ ପ୍ରିମିୟର ଲିଗ ୨୦୨୪ଶେଷ ହେବା ପୂର୍ବରୁ ଅବସର ନେବାକୁ ପଡିଲା। ଅବଶ୍ୟ, ସେ ୨୦୨୧ରେ ଏବଂ ୨୦୨୨ରେ ଆଇପିଏଲ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ଏଥି ସହିତ, ବର୍ତ୍ତମାନ ତାଙ୍କ ଫିଟନେସ ସମ୍ବନ୍ଧୀୟ ସମସ୍ୟା ହେତୁ ସେ ଫ୍ରାଞ୍ଚାଇଜ କ୍ରିକେଟକୁ ବିଦାୟ ଦେଇଛନ୍ତି।
ଡେୱନ ବ୍ରାଭୋ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ନେଇଛନ୍ତି । କାରିବିଆନ ପ୍ରିମିୟର ଲିଗ ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଆଘାତ ଯୋଗୁଁ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଲା । ଏଥିପାଇଁ ଭେଟେରାନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି ଏବଂ ତାଙ୍କୁ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ବ୍ରାଭୋ କହିଛନ୍ତି, ଆଜି ମୁଁ ସେହି ଖେଳକୁ ବିଦାୟ ଦେଉଛି ଯାହା ମୋତେ ସବୁକିଛି ଦେଇଛି। ଏକ ବୃତ୍ତିଗତ କ୍ରିକେଟର ଭାବରେ ଏକବିଂଶ ବର୍ଷର ଏହା ଏକ ଅବିଶ୍ୱସନୀୟ ଯାତ୍ରା, ଅନେକ ଉତ୍ଥାନ-ପତନ ସହିତ। ମୋ ମନ ଆଗକୁ ବଢିବାକୁ ଚାହୁଁଛି, କିନ୍ତୁ ମୋ ଶରୀର ଆଉ ଯନ୍ତ୍ରଣା, ଭାଙ୍ଗିବା ଏବଂ ଚାପ ସହି ପାରିବ ନାହିଁ।
‘ମୁଁ ନିଜକୁ ଏପରି ସ୍ଥିତିରେ ରଖିପାରିବି ନାହିଁ ଯେଉଁଠାରେ ମୁଁ ମୋର ସାଥୀ ଖେଳାଳୀ, ମୋର ପ୍ରଶଂସକ କିମ୍ବା ମୁଁ ପ୍ରତିନିଧିତ୍ୱ କରୁଥିବା ଦଳକୁ ନିରଶଶ କରିବି। ତେଣୁ, ଭାରି ହୃଦୟ ସହିତ, ମୁଁ ଆନୁଷ୍ଠାନିକ ଭାବରେ ଖେଳରୁ ଅବସର ଘୋଷଣା କରୁଛି। ଆଜି ଚାମ୍ପିୟନ ବିଦାୟ ନେଉଛନ୍ତି।
ଟି -୨୦ କ୍ରିକେଟରେ ସର୍ବାଧିକ ୱିକେଟ ନେଇଥିବା ବୋଲର ଡୱେନ ବ୍ରାଭୋଙ୍କ ୨୧ ବର୍ଷର କ୍ରିକେଟ କ୍ୟାରିୟର ଶେଷ ହୋଇଛି। ତେବେ, ଏହି ସମାପ୍ତି ଦୁଃଖଦାୟକ, କାରଣ ଆଘାତ ହେତୁ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଲା। କାରିବିଆନ ପ୍ରିମିୟର ଲିଗର ବର୍ତ୍ତମାନର ସିଜନରେ, ବ୍ରାଭୋ ସେଣ୍ଟ ଲୁସିଆ କିଙ୍ଗସ ବିପକ୍ଷରେ ଖେଳିବାବେଳେ ପିଠିରେ ଆଘାତ ଲାଗିଥିଲା, ଯାହା ପରେ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଲା।
ବ୍ରାଭୋ ୟୁଏଇ ILT20 ର ତୃତୀୟ ସିଜନରେ ଖେଳିବାକୁ ଥିଲା, ଯେଉଁଥିରେ ତାଙ୍କୁ ଏମଆଇ ଏମିରେଟ୍ସ ରିଟେନ କରିଥିଲା, କିନ୍ତୁ ଆଘାତ ପରେ ସେ କ୍ରିକେଟ ଛାଡିବାକୁ ନିଷ୍ପତ୍ତି ନେଇଥିଲେ, ଫଳସ୍ବରୂପ ତାଙ୍କୁ ଏହି ଟୁର୍ନାମେଣ୍ଟରେ ଖେଳୁଥିବା ଦେଖିବାକୁ ମିଳିବ ନାହିଁ।
The post କାହିଁକି ହଠାତ୍ ଶେଷ ହେଲା ଏହି କ୍ରିକେଟରଙ୍କ କ୍ୟାରିୟର appeared first on Dharitri Odia News.