ଭାରତ-ଆଫଗାନ୍ ସୁପର-୮ ମୁକାବିଲା; ବର୍ଷା ଧୋଇନେବ ବାରବାଡୋସ୍‌ ମୁକାବିଲା ?

ମୁମ୍ବାଇ: ଟି-୨୦ କ୍ରିକେଟ୍ ବିଶ୍ବକପରେ ଗୁରୁବାରଠୁ ଭାରତର ସୁପର-୮ ଅଭିଯାନ । ସଂଧ୍ୟାରେ ଆଫଗାନିସ୍ତାନ ସହିତ ଟିମ୍ ଇଣ୍ଡିଆ ଖେଳିବ ସୁପର-୮ ରାଉଣ୍ଡର ପ୍ରଥମ ମୁକାବିଲା । ବାରବାଡୋସ୍‌ର କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ବିଜୟ ସହିତ ସେମି-ଫାଇନାଲ୍ ସ୍ଥାନ ମଜବୁତ୍ କରିବାକୁ ଚେଷ୍ଟା କରିବ ରୋହିତ୍ ବାହିନୀ । ହେଲେ ମ୍ୟାଚରେ ବର୍ଷା ଆଶଙ୍କା ରହିଛି । ଭାରତ-ଆଫଗାନିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଛି । ଆମେରିକାରେ ଚାଲୁଥିବା ଲିଗ୍ ପର୍ଯ୍ୟାୟ ମ୍ୟାଚରେ ବର୍ଷା ବାରମ୍ବାର ବାଧକ ସାଜିଥିଲା । ଭାରତ-କାନାଡା ମ୍ୟାଚ୍ ମଧ୍ୟରେ ବର୍ଷା ଯୋଗୁ ରଦ୍ଦ ହୋଇଥିଲା । ଏଭଳି ସ୍ଥିତିରେ ବର୍ଷାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ସ୍ଥାନୀୟ ପାଣିପାଗ ବିଭାଗର ଆକଳନ ଅମୁଯାୟୀ, ଭାରତ-ଆଫଗାନିସ୍ତାନ ଖେଳ ବେଳେ ଆକାଶର ବାଦଲ ଛାଇ ରହିବାର ୧୪ ପ୍ରତିଶତ ସମ୍ଭାବନା ରହିଛି । ଜନ୍ ୨୦ ତାରିଖରେ ବାରବାଡୋସ୍‌ରେ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ଏବଂ ସର୍ବନିମ୍ନ ତାତି ୨୭ ଡିଗ୍ରୀ ରହିବ ବୋଲି ଆକଳନ ହୋଇଛି । ତେଣୁ ଏଠାରେ ବର୍ଷାର ସମ୍ଭାବନା ଅଧିକ ରହିଛି ।  ବାରବାଡୋସ୍‌ର କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡ୍‌ର ପିଚ୍ ଉଭୟ ବ୍ୟାଟର ଓ ବୋଲରଙ୍କୁ ସୁହାଇବ । ପେସ୍ ବୋଲରଙ୍କୁ ଏଠାରେ ସ୍ବିଇଂ ମିଳିବ । ଓ୍ବେଷ୍ଟଇଣ୍ଡିଜରେ ସ୍ପିନ୍ ବୋଲର ସବୁବେଳେ ବ୍ୟାଟରଙ୍କ ପାଇଁ ସମସ୍ୟା ସୃଷ

ଭାରତ-ଆଫଗାନ୍ ସୁପର-୮ ମୁକାବିଲା; ବର୍ଷା ଧୋଇନେବ ବାରବାଡୋସ୍‌ ମୁକାବିଲା ?

ମୁମ୍ବାଇ: ଟି-୨୦ କ୍ରିକେଟ୍ ବିଶ୍ବକପରେ ଗୁରୁବାରଠୁ ଭାରତର ସୁପର-୮ ଅଭିଯାନ । ସଂଧ୍ୟାରେ ଆଫଗାନିସ୍ତାନ ସହିତ ଟିମ୍ ଇଣ୍ଡିଆ ଖେଳିବ ସୁପର-୮ ରାଉଣ୍ଡର ପ୍ରଥମ ମୁକାବିଲା । ବାରବାଡୋସ୍‌ର କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ବିଜୟ ସହିତ ସେମି-ଫାଇନାଲ୍ ସ୍ଥାନ ମଜବୁତ୍ କରିବାକୁ ଚେଷ୍ଟା କରିବ ରୋହିତ୍ ବାହିନୀ । ହେଲେ ମ୍ୟାଚରେ ବର୍ଷା ଆଶଙ୍କା ରହିଛି । ଭାରତ-ଆଫଗାନିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଛି । 

ଆମେରିକାରେ ଚାଲୁଥିବା ଲିଗ୍ ପର୍ଯ୍ୟାୟ ମ୍ୟାଚରେ ବର୍ଷା ବାରମ୍ବାର ବାଧକ ସାଜିଥିଲା । ଭାରତ-କାନାଡା ମ୍ୟାଚ୍ ମଧ୍ୟରେ ବର୍ଷା ଯୋଗୁ ରଦ୍ଦ ହୋଇଥିଲା । ଏଭଳି ସ୍ଥିତିରେ ବର୍ଷାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ସ୍ଥାନୀୟ ପାଣିପାଗ ବିଭାଗର ଆକଳନ ଅମୁଯାୟୀ, ଭାରତ-ଆଫଗାନିସ୍ତାନ ଖେଳ ବେଳେ ଆକାଶର ବାଦଲ ଛାଇ ରହିବାର ୧୪ ପ୍ରତିଶତ ସମ୍ଭାବନା ରହିଛି । ଜନ୍ ୨୦ ତାରିଖରେ ବାରବାଡୋସ୍‌ରେ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ଏବଂ ସର୍ବନିମ୍ନ ତାତି ୨୭ ଡିଗ୍ରୀ ରହିବ ବୋଲି ଆକଳନ ହୋଇଛି । ତେଣୁ ଏଠାରେ ବର୍ଷାର ସମ୍ଭାବନା ଅଧିକ ରହିଛି ।  

ବାରବାଡୋସ୍‌ର କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡ୍‌ର ପିଚ୍ ଉଭୟ ବ୍ୟାଟର ଓ ବୋଲରଙ୍କୁ ସୁହାଇବ । ପେସ୍ ବୋଲରଙ୍କୁ ଏଠାରେ ସ୍ବିଇଂ ମିଳିବ । ଓ୍ବେଷ୍ଟଇଣ୍ଡିଜରେ ସ୍ପିନ୍ ବୋଲର ସବୁବେଳେ ବ୍ୟାଟରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାନ୍ତି । ଆଜିର ମ୍ୟାଚରେ ଇଣ୍ଡିଆନ୍ ବ୍ୟାଟର ଓ ଆଫଗାନ୍ ସ୍ପିନରଙ୍କ ମଧ୍ୟରେ କଡ଼ା ଟକ୍କର ହେବ । ଅନ୍ୟପଟେ ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଫାଇଦା ମିଳିଥାଏ । ଆଜିର ମ୍ୟାଚରେ ଟସ୍ ଗୋଟିଏ ବଡ଼ ଫ୍ୟାକ୍ଟର ହେବ ବୋଲି କୁହାଯାଉଛି । 

ଉଭୟ ଇଣ୍ଡିଆ ଓ ଆଫଗାନିସ୍ତାନ ମଧ୍ୟରେ ମୋଟ୍ ୮ଟି ଟି-୨୦ ମୁକାବିଲା ଖେଳାଯାଇଛି । ଏଥିରୁ ୭ଟି ମ୍ୟାଚରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ରହିଛି । ଗୋଟିଏ ମ୍ୟାଚର ରେଜଲ୍ଟ କିଛି ନାହିଁ । ସେହିପରି ଗତ ଜାନୁଆରୀ ମାସରେ ଆଫଗାନିସ୍ତାନ ଟିମ୍ ୩ଟି ମ୍ୟାଚ୍ ବିଶିଷ୍ଠ ଟି-୨୦ ଶୃଙ୍ଖଳା ଖେଳିବାକୁ ଭାରତ ଆସିଥିବା । ଏଥିରେ ସମସ୍ତ ମ୍ୟାଚ୍ ଭାରତ ଖେଳିଥିଲେ ମଧ୍ୟରେ ଆଫଗାନ୍ ଟିମ୍ ଟକ୍କର ଦେଇଥିଲା । ତେଣୁ ଆଜିର ମୁକାବିଲା ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଇଛି ।