ରାଷ୍ଟ୍ରପତି ଭବନ ଯିବେ ବାଉଁଶ କାରିଗର ନଳୀନି, ଛୁଟିଲା ଶୁଭେଚ୍ଛାର ସୁଅ

ଟିଟିଲାଗଡ ୦୫/୦୮: ଦେଶ ପାଳିବ ୭୭ ତମ ସ୍ବାଧୀନତା ଦିବସ । ଏହି ଅବସରରେ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୁଡଭେଲା ବ୍ଲକ ସମରା ଗାଁର ବାଉଁଶ କାରିଗରି ମଧ୍ୟ ପ୍ରଦର୍ଶିତ ହେବ ରାଷ୍ଟ୍ରପତି ଭବନରେ । ସେଥିପାଇଁ ଦିଲ୍ଲୀରୁ ଆସିଛି ଡାକରା ସଜବାଜ ହେଲେଣି ବାଉଁଶ କାରିଗର ନଳୀନି ପଧାନ । ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ର ଗୁଡଭେଲା ବ୍ଲକ ସମରା ଗାଁର ବାଉଁଶ କାରିଗରୀ । ଚାଷୀ ଘରର ସ୍ବୟଂ ସହାୟିକା ନଳୀନୀ ପଧାନଙ୍କୁ ଦିଲ୍ଲୀରୁ ଆସିଛି ଡକରା । ସେଥିପାଇଁ ନଳୀନୀଙ୍କ ଖୁସି କହିଲେ ନସରେ । ନଳୀନୀଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ସ୍ଥାନୀୟ ଲୋକ ପ୍ରତିନିଧିଙ୍କଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତେ ନଳୀନୀଙ୍କୁ ଦେଇଛନ୍ତି ଶୁଭେଚ୍ଛା । ପେଶାରେ କୂଷି ଓ ସାମାନ୍ୟ ବାଉଁଶ ସାମଗ୍ରୀ କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ଆଜି ନୂଆ ଆଶା ନେଇ ପ୍ରେରିତ ହୋଇଛି ସରକାରଙ୍କ ଏହି ନିମନ୍ତ୍ରଣ ପାଇ । ୧୦ ରୁ ୧୫ ବର୍ଷ ଧରି ବାଉଁଶ ସହ ଝାଡୁ ତିଆରି କରୁଥିଲେ ନଳୀନୀ ପରେ ମିଶନ ଶକ୍ତି ତରଫରୁ ବଲାଙ୍ଗୀରରେ ପ୍ରଶିକ୍ଷଣ ପାଇଁ ବାଉଁଶ କାରିଗରୀରେ ଅନେକ କାମ ଶିଖି ଏହି ସ୍ତରକୁ ପହଞ୍ଚି ପାରିଥିବା କହିଛନ୍ତି ନଳୀନି । ତେବେ ଗାଁ ସରପଞ୍ଚ ମଧ୍ୟ ନିଜ ପଞ୍ଚାୟତ ର ଲୁକ୍କାୟିତ ପ୍ରତିଭାକୁ ସରକାର ବିଶ୍ବଦରବାର ରେ ପ୍ରତିପାଦିତ କରିଥିବା ରୁ ସରକାରଙ୍କୁ ଧନ

ରାଷ୍ଟ୍ରପତି ଭବନ ଯିବେ ବାଉଁଶ କାରିଗର ନଳୀନି, ଛୁଟିଲା ଶୁଭେଚ୍ଛାର ସୁଅ

ଟିଟିଲାଗଡ ୦୫/୦୮: ଦେଶ ପାଳିବ ୭୭ ତମ ସ୍ବାଧୀନତା ଦିବସ । ଏହି ଅବସରରେ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୁଡଭେଲା ବ୍ଲକ ସମରା ଗାଁର ବାଉଁଶ କାରିଗରି ମଧ୍ୟ ପ୍ରଦର୍ଶିତ ହେବ ରାଷ୍ଟ୍ରପତି ଭବନରେ । ସେଥିପାଇଁ ଦିଲ୍ଲୀରୁ ଆସିଛି ଡାକରା ସଜବାଜ ହେଲେଣି ବାଉଁଶ କାରିଗର ନଳୀନି ପଧାନ । 

ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ର ଗୁଡଭେଲା ବ୍ଲକ ସମରା ଗାଁର ବାଉଁଶ କାରିଗରୀ । ଚାଷୀ ଘରର ସ୍ବୟଂ ସହାୟିକା ନଳୀନୀ ପଧାନଙ୍କୁ ଦିଲ୍ଲୀରୁ ଆସିଛି ଡକରା । ସେଥିପାଇଁ ନଳୀନୀଙ୍କ ଖୁସି କହିଲେ ନସରେ । ନଳୀନୀଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ସ୍ଥାନୀୟ ଲୋକ ପ୍ରତିନିଧିଙ୍କଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତେ ନଳୀନୀଙ୍କୁ ଦେଇଛନ୍ତି ଶୁଭେଚ୍ଛା । 


ପେଶାରେ କୂଷି ଓ ସାମାନ୍ୟ ବାଉଁଶ ସାମଗ୍ରୀ କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ଆଜି ନୂଆ ଆଶା ନେଇ ପ୍ରେରିତ ହୋଇଛି ସରକାରଙ୍କ ଏହି ନିମନ୍ତ୍ରଣ ପାଇ । ୧୦ ରୁ ୧୫ ବର୍ଷ ଧରି ବାଉଁଶ ସହ ଝାଡୁ ତିଆରି କରୁଥିଲେ ନଳୀନୀ ପରେ ମିଶନ ଶକ୍ତି ତରଫରୁ ବଲାଙ୍ଗୀରରେ ପ୍ରଶିକ୍ଷଣ ପାଇଁ ବାଉଁଶ କାରିଗରୀରେ ଅନେକ କାମ ଶିଖି ଏହି ସ୍ତରକୁ ପହଞ୍ଚି ପାରିଥିବା କହିଛନ୍ତି ନଳୀନି । ତେବେ ଗାଁ ସରପଞ୍ଚ ମଧ୍ୟ ନିଜ ପଞ୍ଚାୟତ ର ଲୁକ୍କାୟିତ ପ୍ରତିଭାକୁ ସରକାର ବିଶ୍ବଦରବାର ରେ ପ୍ରତିପାଦିତ କରିଥିବା ରୁ ସରକାରଙ୍କୁ ଧନ୍ୟବାଦ ଦେବାସହ ଏହା ଆଗାମୀ ଦିନରେ ଆହୁରୀ ମହିଳା ଙ୍କୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି। 

ତେବେ ସ୍ଥାନୀୟ ପ୍ରଶାସନ ସହ କଥାବାର୍ତ୍ତା କରି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଆମ କୁ ଦୀଲ୍ଲୀ ଆସିବାକୁ ନିମନ୍ତ୍ରଣ ହୋଇଥିବା କହିଛନ୍ତି ନଳୀନୀ । ତେବେ ମହାମହିମଙ୍କ ଭବନରୁ ଡାକରା ପାଇ ଗୋଟିଏ ବଣର ମଲ୍ଲୀ ବଣରେ ମଉଳୀ ନଯାଇ ଦେଶ ଦୁନିଆକୁ ନିଜର କୃତିତ୍ବ ପ୍ରଦର୍ଶନ କରିବାରେ ସଫଳ ହୋଇଛି ।