ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ
ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ ଜୟଦେବ ଯେନା ଉଭୟେ ହାଟଡିହୀ ବ୍ଲକ ଅଞ୍ଚଳର ବାସିନ୍ଦା। ସେମାନେ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ବିଜେଡି ନୀରବ ରହିଛି। କାରଣ ଦଳ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ୨୦୧୯ରେ ବିଜେଡିରୁ ବିଧାୟକ ଭାବେ ଭାଗୀରଥି ସେଠୀ ବିଜୟୀ ହୋଇଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଦେଖିଲେ ବିଜେଡି ଓ […] The post ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ appeared first on Dharitri Odia News.
ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ ଜୟଦେବ ଯେନା ଉଭୟେ ହାଟଡିହୀ ବ୍ଲକ ଅଞ୍ଚଳର ବାସିନ୍ଦା। ସେମାନେ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ବିଜେଡି ନୀରବ ରହିଛି। କାରଣ ଦଳ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ।
୨୦୧୯ରେ ବିଜେଡିରୁ ବିଧାୟକ ଭାବେ ଭାଗୀରଥି ସେଠୀ ବିଜୟୀ ହୋଇଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଦେଖିଲେ ବିଜେଡି ଓ କଂଗ୍ରେସର ଭୋଟ ପରିମାଣ ୨୦୧୯ ବିଧାନସଭା ନିର୍ବାଚନର ଭୋଟ ପରିମାଣଠାରୁ କମ୍ ରହିଛି। ବିଜେଡିର ଭୋଟ ପରିମାଣ କମିବା ପଛରେ ଦୁଇ ପୁରୁଣା ବିଧାୟକ ଭାଗୀରଥି ସେଠୀ ଏବଂ ମାୟାଧର ଯେନାଙ୍କ ପ୍ରତି କର୍ମୀ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଭାଜପାର ଭୋଟ ପରିମାଣ ଇତିମଧ୍ୟରେ ବଢ଼ିଛି। ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୪୫,୬୫୭, ବିଜେଡିକୁ ୮୯,୮୫୦ ଏବଂ ଭାଜପାକୁ ୩୧, ୫୫୪ ଖଣ୍ଡ ଭୋଟ ମିଳିଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ୧ ଲକ୍ଷ ୮୪ ହଜାର ୮୯୩ ଜଣ ଭୋଟ ଦେଇଥିଲେ। ମୋଟ ୭ ଜିଲା ପରିଷଦ ଜୋନ୍ ଏବଂ ଆନନ୍ଦପୁର ମ୍ୟୁନିସିପାଲିଟିରୁ କଂଗ୍ରେସକୁ ୧୯, ୫୯୭ ଖଣ୍ଡ, ବିଜେଡିକୁ ୮୯, ୭୧୩ ଖଣ୍ଡ ଏବଂ ଭାଜପାକୁ ୭୦, ୮୧୭ ଖଣ୍ଡ ଭୋଟ ମିଳିଥିଲା। କଂଗ୍ରେସକୁ ପଛରେ ପକାଇ ଭାଜପା ଦ୍ୱିତୀୟ ସ୍ଥାନରେ ରହି ବିଜେଡି ସହ ପ୍ରତିଦ୍ବନ୍ଦ୍ୱିତା କରିଥିଲା। ତେବେ ଭାଜପାର ଆଲୋକ ଏବେ ମୋଦି ଗ୍ୟାରେଣ୍ଟିକୁ ନେଇ ନିର୍ବାଚନ ପ୍ରଚାରକୁ ଜୋର କରିଛନ୍ତିି। ସେ ଏଥର ସେଠାରେ ଭଲ ପ୍ରଦର୍ଶନ କରିବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି।
ପୂର୍ବ ରେକର୍ଡକୁ ଦେଖିଲେ ଏଠାରେ ବିଜେଡି, ଭାଜପା ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୁଏ। ଗତ ୩ ବିଧାନସଭା ନିର୍ବାଚନରେ ଲଗାତର ପରାଜିତ ହୋଇଥିବା କଂଗ୍ରେସର ଜୟଦେବ ଯେନାଙ୍କ ପାଇଁ ଏଥର ନିର୍ବାଚନ କର ବା ମର ସ୍ଥିତି ସୃଷ୍ଟି କରିଛି। ଜୟଦେବ ବିଭିନ୍ନ ଅଞ୍ଚଳ ଗସ୍ତକରି ପ୍ରଚାର କରିଚାଲିଛନ୍ତି। ଦଳ ଛାଡ଼ି ପଳାଇଥିବା କର୍ମୀଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ବିଜେଡି କଥା ଦେଖିଲେ ପୁରୁଣା ମୁହଁକୁ ବାଦ୍ ଦେଇ ଖୁବ୍ଶୀଘ୍ର ଦଳ ଏଠାରେ ନୂଆ ପ୍ରାର୍ଥୀ ଘୋଷଣା କରିବ ବୋଲି ଦଳୀୟ କର୍ମୀମାନେ ଆଶା ବାନ୍ଧିଛନ୍ତି।
The post ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ appeared first on Dharitri Odia News.