ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍ ଟିମ୍କୁ ଲଗାଇଥିଲେ ର’ ଅଫିସର
ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍ (ର) ଅଫିସର ବିକ୍ରମ ଯାଦବ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିବା ନିମନ୍ତେ ଏକ ହିଟ୍ ଟିମ୍କୁ ନିୟୋଜିତ କରିଥିଲେ। ବିଭିନ୍ନ ସରକାରୀ ସଂଗଠନରେ କାର୍ଯ୍ୟରତ ବିକ୍ରମ ପନ୍ନୁନଙ୍କ ନ୍ୟୁୟର୍କ ଠିକଣା ଓ ଅନ୍ୟାନ୍ୟ ତଥ୍ୟ ଉକ୍ତ ହିଟ୍ ଟିମ୍କୁ […] The post ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍ ଟିମ୍କୁ ଲଗାଇଥିଲେ ର’ ଅଫିସର appeared first on Dharitri Odia News.
ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍ (ର) ଅଫିସର ବିକ୍ରମ ଯାଦବ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିବା ନିମନ୍ତେ ଏକ ହିଟ୍ ଟିମ୍କୁ ନିୟୋଜିତ କରିଥିଲେ। ବିଭିନ୍ନ ସରକାରୀ ସଂଗଠନରେ କାର୍ଯ୍ୟରତ ବିକ୍ରମ ପନ୍ନୁନଙ୍କ ନ୍ୟୁୟର୍କ ଠିକଣା ଓ ଅନ୍ୟାନ୍ୟ ତଥ୍ୟ ଉକ୍ତ ହିଟ୍ ଟିମ୍କୁ ଜଣାଇଥିଲେ। ପନ୍ନୁନଙ୍କୁ ଆମେରିକାରେ ହତ୍ୟା ଯୋଜନା ପଛରେ ନୂଆଦିଲ୍ଲୀ ସମ୍ପୃକ୍ତ ଥିବା ନେଇ ୨୦୨୨ ନଭେମ୍ବରରେ ସେଠାର ଏକ ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଥିଲା। ଆମେରିକା ଉକ୍ତ ଉଦ୍ୟମକୁ ବିଫଳ କରିବା ସହ ଭାରତ ସରକାରଙ୍କୁ ଚେତାବନୀ ଦେଇଥିଲା ବୋଲି ସେତେବେଳେ ଉକ୍ତ ରିପୋର୍ଟରେ ଉଲ୍ଲେଖ ଥିଲା। ତେବେ ଆମେରିକାର ଏଭଳି ଅଭିଯୋଗକୁ ଭାରତ ଖଣ୍ଡନ କରିଆସିଛି।
The post ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍ ଟିମ୍କୁ ଲଗାଇଥିଲେ ର’ ଅଫିସର appeared first on Dharitri Odia News.