ଏ ବଜେଟ୍‌ ସାଧାରଣ ଲୋକଙ୍କ ପାଇଁ ନୁହେଁ, ଆୟ ୧୨ ଲକ୍ଷ ନାହିଁ- ଟ୍ୟାକ୍ସ ଛାଡ କାହା ପାଇଁ : ପଞ୍ଚାନନ କାନୁନଗୋ

ଭୁବନେଶ୍ବର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଥିଲେ। ଏହି ବଜେଟ ଉପରେ ଆଜି ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ଏହି ବଜେଟ୍ ସାଧାରଣ ଜନତାଙ୍କ ପାଇଁ ନୁହେଁ। ଏହା କର୍ପୋରେଟ ବଜେଟ। ଏଥିରେ ଚାଷୀ ଓ ସାଧାରଣ ଲୋକ ହତାଶ ହୋଇଛନ୍ତି। ପଞ୍ଚାନନ କାନୁନଗୋ ଆହୁରି ମଧ୍ୟ କହିଛନ୍ତି ଏହି ବଜେଟରେ […]

ଏ ବଜେଟ୍‌ ସାଧାରଣ ଲୋକଙ୍କ ପାଇଁ ନୁହେଁ, ଆୟ ୧୨ ଲକ୍ଷ ନାହିଁ- ଟ୍ୟାକ୍ସ ଛାଡ କାହା ପାଇଁ : ପଞ୍ଚାନନ କାନୁନଗୋ
This budget is not for the common people said Panchanan Kanungo

ଭୁବନେଶ୍ବର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଥିଲେ। ଏହି ବଜେଟ ଉପରେ ଆଜି ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ଏହି ବଜେଟ୍ ସାଧାରଣ ଜନତାଙ୍କ ପାଇଁ ନୁହେଁ। ଏହା କର୍ପୋରେଟ ବଜେଟ। ଏଥିରେ ଚାଷୀ ଓ ସାଧାରଣ ଲୋକ ହତାଶ ହୋଇଛନ୍ତି।

ପଞ୍ଚାନନ କାନୁନଗୋ ଆହୁରି ମଧ୍ୟ କହିଛନ୍ତି ଏହି ବଜେଟରେ ଚାଷୀ ଗରିବ ଆଦିବାସୀ ଦଳିତଙ୍କ ପାଇଁ କିଛି ନାହିଁ। ଡବଲ ଇଂଜିନ ସରକାର କେବଳ କୁହାଳିଆ ସରକାର। ଆଜି ଯାଏଁ କିଛି ନୂଆ ଯୋଜନା ନାହିଁ। ଗତକାଲି ବଜେଟରେ ଯେଉଁ ୧୨ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ କଥା କୁହାଯାଇଛି, ତାହା କାହା ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପଞ୍ଚାନନ କାନୁନଗୋ କହିଛନ୍ତି ଦେଶରେ କେତେ ଲୋକ ୧୨ ଲକ୍ଷ ବାର୍ଷିକ ଆୟ କରୁଛନ୍ତି। ସର୍ଭେ କହୁଛି ଦେଶର କେବଳ ୧.୨ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ୧୨ ଲକ୍ଷ ଆୟ କରୁଛନ୍ତି। ଆଉ ୬୦ ପ୍ରତିଶତ ଲୋକଙ୍କ ବାର୍ଷିକ ଆୟ ୩ ଲକ୍ଷରୁ କମ।  ବାକି ୨୦ ପ୍ରତିଶତ ଲୋକ କେବଳ ୬ ହଜାର ଟଙ୍କାରେ ଚଳନ୍ତି। ବଜେଟରେ ଏପରି ଲୋକଙ୍କ ପାଇଁ କିଛି ନାହିଁ।

ମୋଦୀ ସରକାରଙ୍କ ଅଛେ ଦିନ କୁଆଡେ ଗଲା ବୋଲି ପ୍ରଶ୍ନ କରି ପଞ୍ଚାନନ କାନୁନଗୋ କହିଛନ୍ତି କେବଳ ବଜାରକୁ ଟଙ୍କା ଛାଡିବାକୁ ଟିକସ ରିହାତି କଥା ହୋଇଛି। ସରକାର ଋଣ ବହୁତ କରୁଛନ୍ତି। ଯେଉଁଥି ପାଇଁ ପୁଞ୍ଜିପତିମାନେ ଏହି ସରକାର ସମୟରେ ବହୁତ ରୋଜଗାର କରିଛନ୍ତି।  ଯାହା ପୂର୍ବ ସରକାର ଗୁଡିକରେ ନଥିଲା। ଓଡ଼ିଶା ପାଇଁ ବଜେଟରେ କିଛି ନାହିଁ। ନଦୀ ଦୂଷିତ ହେଲାଣି।ସେ ଦିଗରେ ଅନୁଦାନ ନାହିଁ। ଉତ୍କର୍ଷ ଓଡ଼ିଶାରୁ ଯେଉଁ MOU ସ୍ଵାକ୍ଷର ହୋଇଛି, ତାହା ମାଟି ତଳେ ସମ୍ପଦ ନେବା ପାଇଁ ହୋଇଛି। ହେଲେ ଓଡ଼ିଶାର ଆବଶ୍ୟକତା ଅନୁସାରେ କିଛି ନାହିଁ।