ସକାଳୁଆ ହେବ କୋର୍ଟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଭୁବନେଶ୍ବର: ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ   ତାତିରୁ ନାହିଁ ନିସ୍ତାର। ଯାହାକୁ ନଜରରେ ରଖି ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି। ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ୩ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।ଆହୁରି ପଢ଼ନ୍ତୁ:କଲବଲ କରୁଛି ତାତି: ଗୁରୁବାର ପାରଦ ଛୁଇଁଲା ୪୨ ଡିଗ୍ରୀ, ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟୋଲୋ ଓ୍ବାର୍ଣ୍ଣିଂଏହାରି ମଧ୍ୟରେ ରାଜ୍ୟର ସବୁ ଜିଲ୍ଲା ଏବଂ ନିମ୍ନ କୋର୍ଟ ସକାଳୁଆ ଚାଲିବାକୁ ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୮ ତାରିଖ ଅର୍ଥାତ୍‌ ସୋମବାରଠାରୁ ସକାଳୁଆ କୋର୍ଟ କାମ ହେବ। ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଜାରି ରହିବ। ତେବେ ବ୍ରହ୍ମପୁର, ଛତ୍ରପୁର, କୋରାପୁଟ ସଦର ଏବଂ ପୁରୀ ସଦରରେ ଏହି ନିଷ୍ପତ୍ତିରୁ ବାଦ୍‌ ଦିଆଯାଇଛି। 

ସକାଳୁଆ ହେବ କୋର୍ଟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଭୁବନେଶ୍ବର: ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ   ତାତିରୁ ନାହିଁ ନିସ୍ତାର। ଯାହାକୁ ନଜରରେ ରଖି ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି। ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ୩ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ:

କଲବଲ କରୁଛି ତାତି: ଗୁରୁବାର ପାରଦ ଛୁଇଁଲା ୪୨ ଡିଗ୍ରୀ, ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟୋଲୋ ଓ୍ବାର୍ଣ୍ଣିଂ

ଏହାରି ମଧ୍ୟରେ ରାଜ୍ୟର ସବୁ ଜିଲ୍ଲା ଏବଂ ନିମ୍ନ କୋର୍ଟ ସକାଳୁଆ ଚାଲିବାକୁ ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୮ ତାରିଖ ଅର୍ଥାତ୍‌ ସୋମବାରଠାରୁ ସକାଳୁଆ କୋର୍ଟ କାମ ହେବ। ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଜାରି ରହିବ। ତେବେ ବ୍ରହ୍ମପୁର, ଛତ୍ରପୁର, କୋରାପୁଟ ସଦର ଏବଂ ପୁରୀ ସଦରରେ ଏହି ନିଷ୍ପତ୍ତିରୁ ବାଦ୍‌ ଦିଆଯାଇଛି।