Activa Electric ପରେ Honda ଲଞ୍ଚ କରିବ ୧୦ ଟି ନୂଆ ଇଲେକ୍ଟ୍ରିକ୍ ଗାଡ଼ି, ଭାରତ ହେବ EV ମ୍ୟାନୁଫାକ୍ଚରିଙ୍ଗର ହବ୍
ଭାରତୀୟ ବଜାରରେ Activa Electric ଲଞ୍ଚ କରିବା ସହିତ Honda EV ଟୁ-ହୁଇଲର ସେଗମେଣ୍ଟରେ ଏଣ୍ଟ୍ରି କରିଛି । ଗତ ମାସରେ ଅଟୋ ଏକ୍ସପୋ ୨୦୨୫ ରେ ଦୁଇଟି ନୂଆ ଟୁ-ହୁଇଲର ଲଞ୍ଚ କରିଛି । Honda Activa Electric ଲଞ୍ଚ ହେବା ସହିତ QC1 କୁ ମଧ୍ୟ ମାର୍କେଟକୁ ଅଣାଯାଇଥିଲା । ଏକ ରିପୋର୍ଟ ଅନୁଯାୟୀ, Honda ଭାରତରେ EV ମ୍ୟାନୁଫାକ୍ଚରିଙ୍ଗ୍ ପ୍ଲାଣ୍ଟ ଲଗାଇବାକୁ ବିଚାର କରୁଛି, ଯାହା ୨୦୨୮ରେ ଆରମ୍ଭ ହୋଇପାରିବ । Honda […] The post Activa Electric ପରେ Honda ଲଞ୍ଚ କରିବ ୧୦ ଟି ନୂଆ ଇଲେକ୍ଟ୍ରିକ୍ ଗାଡ଼ି, ଭାରତ ହେବ EV ମ୍ୟାନୁଫାକ୍ଚରିଙ୍ଗର ହବ୍ appeared first on KNews Odisha.

ଭାରତୀୟ ବଜାରରେ Activa Electric ଲଞ୍ଚ କରିବା ସହିତ Honda EV ଟୁ-ହୁଇଲର ସେଗମେଣ୍ଟରେ ଏଣ୍ଟ୍ରି କରିଛି । ଗତ ମାସରେ ଅଟୋ ଏକ୍ସପୋ ୨୦୨୫ ରେ ଦୁଇଟି ନୂଆ ଟୁ-ହୁଇଲର ଲଞ୍ଚ କରିଛି । Honda Activa Electric ଲଞ୍ଚ ହେବା ସହିତ QC1 କୁ ମଧ୍ୟ ମାର୍କେଟକୁ ଅଣାଯାଇଥିଲା । ଏକ ରିପୋର୍ଟ ଅନୁଯାୟୀ, Honda ଭାରତରେ EV ମ୍ୟାନୁଫାକ୍ଚରିଙ୍ଗ୍ ପ୍ଲାଣ୍ଟ ଲଗାଇବାକୁ ବିଚାର କରୁଛି, ଯାହା ୨୦୨୮ରେ ଆରମ୍ଭ ହୋଇପାରିବ ।
Honda ଭାରତରେ ଇଲେକ୍ଟ୍ରିକ୍ ହୁଇଲ ସେଗମେଣ୍ଟରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧୦ ନୂଆ EV ଲଞ୍ଚ କରିପାରେ, ଯେଉଁଥିରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ୪ଟି ଲଞ୍ଚ ହୋଇପାରିବ । Honda ନିଜର ଗାଡିଗୁଡିକର ତିଆରି ପାଇଁ ଭାରତରେ ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି । ଅଟୋମେକର୍ସମାନେ ମ୍ୟାନୁଫାକ୍ଚର ପ୍ଲାଣ୍ଟ ପାଇଁ ଭାରତକୁ ବାଛିବାର କାରଣ ହେଉଛି EV ର ଡିମାଣ୍ଡ ଅଧିକା । କମ୍ପାନୀ କହୁଛି ଯେ ଆଗାମୀ ଦଶନ୍ଧିର ଭାରତରେ EV ବଜାର ବହୁତ ବଢ଼ିବାକୁ ଲାଗିବ ।
୨୦୨୫ ରୁ ୨୦୨୭ ମଧ୍ୟରୁ ଆଗାମୀ ଦୁଇ ବର୍ଷ ମଧ୍ୟରେ Honda କେଉଁ ଗାଡ଼ି ଲଞ୍ଚ କରିବାକୁ ଯାଉଛି ସେ ବିଷୟରେ ଏପର୍ଯ୍ୟନ୍ତ କୈଣସି ଇନଫରମେସନ୍ ପ୍ରକାଶ କରାଯାଇ ନାର୍ହି । କିନ୍ତୁ ୪ଟି ନୂଆ ମଡେଲ୍ ଲଞ୍ଚ ହେବା ସହିତ କମ୍ପାନୀ ପ୍ରତିବର୍ଷ ତିନି ଲକ୍ଷ ୟୁନିଟ୍ ସେଲ୍ କରିବାର ଟାରଗେଟ୍ ରଖିପାରିବ । Honda ର ଏହି ଟାରଗେଟ୍ ନୂଆ ଗାଡ଼ିକୁ ସେଲକୁ ନେଇ ହେବ ।
Honda ଭାରତୀୟ ବଜାରରେ Activa ଇଲେକ୍ଟ୍ରିକ୍ ଏବଂ QC1 ଲଞ୍ଚ କରିଛି । ଏହି ଦୁଇଟି ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ ସହିତ କମ୍ପାନୀ ନିଜର ଗ୍ରାଣ୍ଡ ସ୍କିମ୍ ଆରମ୍ଭ କରିଛି । କମ୍ପାନୀ ଏହି ମଡେଲଗୁଡିକୁ କେବଳ ଲିମିଟେଡ୍ ଫିଚର୍ସ ସହିତ ଲଞ୍ଚ କରିଛି । କିନ୍ତୁ ନୂଆ ମଡେଲ୍ ଅନେକ ଆଡଭାନ୍ସ ଫିଚର୍ସ ସହିତ ଆସିପାରିବ ।
The post Activa Electric ପରେ Honda ଲଞ୍ଚ କରିବ ୧୦ ଟି ନୂଆ ଇଲେକ୍ଟ୍ରିକ୍ ଗାଡ଼ି, ଭାରତ ହେବ EV ମ୍ୟାନୁଫାକ୍ଚରିଙ୍ଗର ହବ୍ appeared first on KNews Odisha.