ପ୍ରେମିକାର ଜୀବନ ନେଲା ପ୍ରେମିକ, ଅଭିଯୁକ୍ତକୁ ଗିରଫ କରି ଘଟଣାସ୍ଥଳରେ ସିନ୍ ରିକ୍ରଏସନ କଲା ପୋଲିସ୍
ପ୍ରିୟା, ନାଁ ଯେମିତି ସୁନ୍ଦର, ଦେଖିବାକୁ ବି ସେମିତି ସୁନ୍ଦର । ପ୍ରେମିକକୁ ମନ ଦେଇ ଭଲ ପାଉଥିଲେ ପ୍ରିୟା । କିନ୍ତୁ ଯାହାକୁ ଭରଷା କରିଥିଲେ, ଯାହାକୁ ଜୀବନ ଠୁ ବି ଅଧିକ ଭଲ ପାଉଥିଲେ ସେ ହିଁ ତାଙ୍କ ଜୀବନ ନେଇ ଯାଇଛି । ହଁ ଆଜ୍ଞା ଥରେ ନୁହେଁ କି ୨ ଥର ନୁହେଁ ପ୍ରେମିକାର ଜୀବନ ନେବା ପାଇଁ ପ୍ରେମିକ ୨୦ ଥର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶୁଣିଲେ […] The post ପ୍ରେମିକାର ଜୀବନ ନେଲା ପ୍ରେମିକ, ଅଭିଯୁକ୍ତକୁ ଗିରଫ କରି ଘଟଣାସ୍ଥଳରେ ସିନ୍ ରିକ୍ରଏସନ କଲା ପୋଲିସ୍ appeared first on KNews Odisha.

ପ୍ରିୟା, ନାଁ ଯେମିତି ସୁନ୍ଦର, ଦେଖିବାକୁ ବି ସେମିତି ସୁନ୍ଦର । ପ୍ରେମିକକୁ ମନ ଦେଇ ଭଲ ପାଉଥିଲେ ପ୍ରିୟା । କିନ୍ତୁ ଯାହାକୁ ଭରଷା କରିଥିଲେ, ଯାହାକୁ ଜୀବନ ଠୁ ବି ଅଧିକ ଭଲ ପାଉଥିଲେ ସେ ହିଁ ତାଙ୍କ ଜୀବନ ନେଇ ଯାଇଛି । ହଁ ଆଜ୍ଞା ଥରେ ନୁହେଁ କି ୨ ଥର ନୁହେଁ ପ୍ରେମିକାର ଜୀବନ ନେବା ପାଇଁ ପ୍ରେମିକ ୨୦ ଥର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶୁଣିଲେ ଦେହ ଥରି ଯାଉଛି । ଯାହାକୁ ମନ ଦେଇ ପ୍ରିୟା ଭଲ ପାଉଥିଲେ ସେ ହିଁ ତାଙ୍କ ଜୀବନ ନେଇଗଲା । ଏକ ଗେଷ୍ଟ ହାଉସକୁ ଡାକି ନିଜ ପ୍ରେମିକାର ଜୀବନ ନେଇଗଲା ପ୍ରେମିକ ।
ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ପ୍ରିୟା ନାମକ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି, ଦକ୍ଷିଣାଞ୍ଚଳ ରେଞ୍ଜ ପୋଲିସ ଆଇଜି ପୋଲିସ ଟିମ ସହ ପହଞ୍ଚି ଘଟଣାର ତଦନ୍ତ କରୁଥିଲେ । ତେବେ ତଦନ୍ତରୁ ଜଣାପଡିଛି ବ୍ରହ୍ମପୁର ଲାଞ୍ଜିପଲି ଅଞ୍ଚଳର ଅଭୟ ମହାରଣା ଓ ପ୍ରିୟା ମହାରଣା ଜୁଲାଇ ୨ ତାରିଖ ସକାଳ ୧୧.୩୦ ମିନିଟରେ ଗେଷ୍ଟ ହାଉସରେ ଏଣ୍ଟ୍ରି କରିଥିଲେ । ଅଭିଯୁକ୍ତ ଅଭୟ ପ୍ରଥମେ ଆସିଥିବାବେଳେ ୧୫ରୁ ୨୦ ମିନିଟ ପରେ ଗେଷ୍ଟ ହାଉସକୁ ଆସିଥିଲେ ପ୍ରିୟା । କିନ୍ତୁ କିଛି ଘଣ୍ଟା ପରେ ଗେଷ୍ଟ ହାଉସ ଭିତରେ ଏମିତି ଚାଞ୍ଚଲ୍ୟକର ଘଟଣା ଘଟିଥିଲା ।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ତେବେ ଏଭଳି ହତ୍ୟାକାଣ୍ଡରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ସଙ୍ଗେସଙ୍ଗେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଘଟଣାକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ବ୍ରହ୍ମପୁର ପୋଲିସ । ଅଭିଯୁକ୍ତ ଅଭୟକୁ ନେଇ ଗେଷ୍ଟ ହାଉସରେ ପୋଲିସ ପହଞ୍ଚିଥିଲା । ପରେ ସେମାନେ କେତେବେଳେ ଗେଷ୍ଟ ହାଉସକୁ ଆସିଥିଲେ, ଉଭୟଙ୍କ ମଧ୍ୟରେ କଣ ହୋଇଥିଲା, କିଭଳି ପ୍ରିୟାଙ୍କୁ ହତ୍ୟା କରିଥିଲା ସେନେଇ ସବୁ ସତ ବଖାଣିଥିଲା ଅଭୟ । ରୁମ ଭିତରେ ପ୍ରିୟାଙ୍କୁ କିଭଳି ଭାବେ ଆକ୍ରମଣ କରିଥିଲା ସେନେଇ ମଧ୍ୟ ପୋଲିସକୁ ସବୁ ତଥ୍ୟ ଦେଇଛି ଅଭୟ । କ୍ରାଇମ ସିନ୍ ରିକ୍ରିଏସନ୍ ପରେ ଅଭୟକୁ ଥାନାକୁ ନେଇଛି ପୋଲିସ ।
ଉଭୟେ ଉଭୟଙ୍କୁ ଭଲ ପାଉଥିଲେ । ଏପରି କି ବାରମ୍ବାର ଗେଷ୍ଟ ହାଉସକୁ ଆସି ଶାରୀରିକ ସମ୍ପର୍କରେ ରହିଥିଲେ । କିନ୍ତୁ ପ୍ରେମକୁ ନେଇ ସନ୍ଦେହ ପରେ ଯୁବକ ଜଣକ ନିଜ ପ୍ରେମିକାକୁ ହତ୍ୟା କରିଥିବା ଏସପି କହିଛନ୍ତି । ଆସନ୍ତା କାଲି ମରଶରୀରର ବ୍ୟବଚ୍ଛେଦ ହେବ ବୋଲି ମଧ୍ୟ କହିଛନ୍ତି l
ପ୍ରେମକୁ ଶାଶ୍ବତ ଓ ଚିରନ୍ତନ କୁହାଯାଏ । କିନ୍ତୁ ଏବେକା ପ୍ରେମରେ କେବଳ ଧୋକା, ପ୍ରତିଷୋଧ ଓ ହତ୍ୟା ଭଳି ଜିନିଷ ହିଁ ଦେଖିବାକୁ ମିଳିଛି । କେଉଁଠି ପ୍ରେମିକା ନିଜ ପ୍ରେମିକକୁ ମାରିଦେଉଛି ତ କେଉଁଠି ପ୍ରେମିକ ନିଜ ପ୍ରେମିକାକୁ ମାରିଦେଉଛି । ଏମିତି ଘଟଣା ନିତିଦିନ ଦେଖିବାକୁ ମିଳୁଛି । ତେଣୁ ଆପଣ ନିଜ ଜୀବନସାଥୀ ବାଛିବା ପୂର୍ବରୁ ଭଲ ଭାବେ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ । ପରେ ତାଙ୍କ ସହ ସମ୍ପର୍କ ରଖନ୍ତୁ କିମ୍ବା ବିବାହ କରନ୍ତୁ ।
Also Read: ଘରୋଇ କଳହରୁ ବାପାକୁ ହତ୍ୟା କଲା ପୁଅ, ଦୁଇ ଦିନ ପରେ ମୃତଦେହ ଉଦ୍ଧାର କଲା ପୋଲିସ
The post ପ୍ରେମିକାର ଜୀବନ ନେଲା ପ୍ରେମିକ, ଅଭିଯୁକ୍ତକୁ ଗିରଫ କରି ଘଟଣାସ୍ଥଳରେ ସିନ୍ ରିକ୍ରଏସନ କଲା ପୋଲିସ୍ appeared first on KNews Odisha.