ପାଞ୍ଜିରେ ପର୍ବପର୍ବାଣିକୁ ନେଇ ବିବାଦ ଘଟଣା: ପାଣ୍ଡୁଲିପି ଦାଖଲ ପାଇଁ ପଞ୍ଜିକାରଙ୍କୁ ମନ୍ଦିର ପ୍ରଶାସନର ଚିଠି
ପୁରୀ,୫ା୧୧(ଅଜିତ୍ କୁମାର ମହାନ୍ତି): ଚଳିତ ବର୍ଷ ପାଞ୍ଜିରେ ଥିବା ତିଥି ତଥା ପର୍ବପର୍ବାଣିକୁ ନେଇ ବିବାଦ ଦେଖାଦେଇଥିଲା। ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ତିଥିରେ ପର୍ବପର୍ବାଣି ପାଳନ ନେଇ ଦର୍ଶାଯାଇଥିଲା, ଯାହାକୁ ନେଇ ଜନସାଧାରଣ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ବିଶେଷକରି କୁମାର ପୂର୍ଣ୍ଣିମା ଓ କାର୍ତ୍ତିକ ଅମାବାସ୍ୟା ପାଳନ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା, ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି ଘଟଣା ଚଳିତ ବର୍ଷର ନୁହେଁ, କିଛିବର୍ଷ ହେବ ପାଞ୍ଜିରେ ଭିନ୍ନତା ପରିଲକ୍ଷିତ […] The post ପାଞ୍ଜିରେ ପର୍ବପର୍ବାଣିକୁ ନେଇ ବିବାଦ ଘଟଣା: ପାଣ୍ଡୁଲିପି ଦାଖଲ ପାଇଁ ପଞ୍ଜିକାରଙ୍କୁ ମନ୍ଦିର ପ୍ରଶାସନର ଚିଠି appeared first on Dharitri Odia News.
ପୁରୀ,୫ା୧୧(ଅଜିତ୍ କୁମାର ମହାନ୍ତି): ଚଳିତ ବର୍ଷ ପାଞ୍ଜିରେ ଥିବା ତିଥି ତଥା ପର୍ବପର୍ବାଣିକୁ ନେଇ ବିବାଦ ଦେଖାଦେଇଥିଲା। ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ତିଥିରେ ପର୍ବପର୍ବାଣି ପାଳନ ନେଇ ଦର୍ଶାଯାଇଥିଲା, ଯାହାକୁ ନେଇ ଜନସାଧାରଣ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ବିଶେଷକରି କୁମାର ପୂର୍ଣ୍ଣିମା ଓ କାର୍ତ୍ତିକ ଅମାବାସ୍ୟା ପାଳନ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା, ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି ଘଟଣା ଚଳିତ ବର୍ଷର ନୁହେଁ, କିଛିବର୍ଷ ହେବ ପାଞ୍ଜିରେ ଭିନ୍ନତା ପରିଲକ୍ଷିତ ହେଉଛି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏପରି ସମସ୍ୟାକୁ ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପଞ୍ଜିକାରମାନଙ୍କୁ ଡକାଯିବା ସହ ପାଣ୍ଡୁଲିପି ଦାଖଲ କରିବାକୁ କୁହାଯାଇଥାଏ।
ପଞ୍ଜିକାରମାନେ ସେମାନଙ୍କ ପାଣ୍ଡୁଲିପି ଦାଖଲ କରିବା ପରେ ସମସ୍ତ ପାଣ୍ଡୁଲିପିକୁ ଦେଖାଯିବା ସହ ସଂଶୋଧନ କରାଯାଇଥାଏ। ପଞ୍ଜିକା ସମ୍ପନ୍ବୟ ବୈଠକ କରାଯାଇ ତାରିଖ, ତିଥି ଆଦି ନିର୍ଦ୍ଧାରଣ ହୋଇଥାଏ। କିଛିବର୍ଷ ହେବ କେତେଜଣ ପଞ୍ଜିକାରଙ୍କୁ ଛାଡ଼ିଦେଲେ ଅନେକ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରୁନାହାନ୍ତି କି ବୈଠକରେ ଯୋଗଦାନ କରୁନାହାନ୍ତି। ଫଳରେ ଅନେକ ସମୟରେ ପାଞ୍ଜିର ପ୍ରକାଶିତ ତଥ୍ୟକୁ ନେଇ ଭିନ୍ନ ଭିନ୍ନ ମତପ୍ରକାଶ ପାଉଛି। ତେଣୁ ଏହାକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସମସ୍ତ ପଞ୍ଜିକାରଙ୍କୁ ସେମାନଙ୍କ ପାଣ୍ଡୁଲିପି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଶ୍ରୀମନ୍ଦିରରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣିରେ ଯେପରି ସମସ୍ତ ପଞ୍ଜିକାରଙ୍କ ସମାନ ତିଥି ରହିବ ସେଥିପାଇଁ ପ୍ରତିବର୍ଷ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ସମସ୍ତ ପଞ୍ଜିକାରଙ୍କୁ ସେମାନଙ୍କ ପାଣ୍ଡୁଲିପି ଦାଖଲ କରିବା ପାଇଁ କୁହାଯାଇଛି। ପଞ୍ଜିକାରମାନେ ସେମାନଙ୍କ ପାଣ୍ଡୁଲିପି ଦାଖଲ କରିବା ପରେ ତର୍ଜମା କରାଯାଇ ବୈଠକ ଅନୁଷ୍ଠିତ ହେବ। ବର୍ତ୍ତମାନ ସୁଦ୍ଧା ୨ ଜଣ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଦାଖଲ କରିଛନ୍ତି। ଅନ୍ୟ ପଞ୍ଜିକାରମାନେ ସେମାନଙ୍କ ପାଣ୍ଡୁଲିପି ଦାଖଲ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଦ୍ୱିତୀୟଥର ଲାଗି ରିମାଇଣ୍ଡର ପଠାଯାଇଛି। ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଦାଖଲ କରିବା ନେଇ ଡେଡ୍ଲାଇନ ଦିଆଯିବ। ତେବେ ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ପର୍ବପବାଣି ଯେପରି ଗୋଟିଏ ଦିନରେ ସମସ୍ତ ପଞ୍ଜିକାରମାନେ ଛାପିବେ ସେ ନେଇ ସେମାନଙ୍କୁ ଅବଗତ କରାଯାଉଛି।
The post ପାଞ୍ଜିରେ ପର୍ବପର୍ବାଣିକୁ ନେଇ ବିବାଦ ଘଟଣା: ପାଣ୍ଡୁଲିପି ଦାଖଲ ପାଇଁ ପଞ୍ଜିକାରଙ୍କୁ ମନ୍ଦିର ପ୍ରଶାସନର ଚିଠି appeared first on Dharitri Odia News.