ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀ ଗସ୍ତରେ ପ୍ରଣବ ଏବଂ ଭିକେ ପାଣ୍ଡିଆନ
ଭୁବନେଶ୍ୱର,୭ା୩: ଓଡ଼ିଶାରେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ବାସ୍ତବତା ଆଡକୁ ଗତି କରୁଛି। ବୁଧବାର ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଘମାଘୋଟ ଆଲୋଚନା ହୋଇଥିଲା ବେଳେ ଦିଲ୍ଲୀରେ ଦୁଇ ଦିନ ହେଲା ରାଜ୍ୟ ଭାଜପାର ବରିଷ୍ଠ ନେତାମାନେ ଡେରା ପକେଇଛନ୍ତି। କୁହାଯାଉଛି ଓଡ଼ିଶାରେ ମେଣ୍ଟ ହେଲେ ସିଟ୍ ଶେୟାରିଂ ଫର୍ମୁଲା କିପରି ରହିବି, ତାହାକୁ ନେଇ ଆଲୋଚନା ଚାଲିଛି। ଏହାରି ମଧ୍ୟରେ ଗୁରୁବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ […] The post ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀ ଗସ୍ତରେ ପ୍ରଣବ ଏବଂ ଭିକେ ପାଣ୍ଡିଆନ appeared first on Dharitri Odia News.
ଭୁବନେଶ୍ୱର,୭ା୩: ଓଡ଼ିଶାରେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ବାସ୍ତବତା ଆଡକୁ ଗତି କରୁଛି। ବୁଧବାର ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଘମାଘୋଟ ଆଲୋଚନା ହୋଇଥିଲା ବେଳେ ଦିଲ୍ଲୀରେ ଦୁଇ ଦିନ ହେଲା ରାଜ୍ୟ ଭାଜପାର ବରିଷ୍ଠ ନେତାମାନେ ଡେରା ପକେଇଛନ୍ତି। କୁହାଯାଉଛି ଓଡ଼ିଶାରେ ମେଣ୍ଟ ହେଲେ ସିଟ୍ ଶେୟାରିଂ ଫର୍ମୁଲା କିପରି ରହିବି, ତାହାକୁ ନେଇ ଆଲୋଚନା ଚାଲିଛି।
ଏହାରି ମଧ୍ୟରେ ଗୁରୁବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଗସ୍ତ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଭିକେ ପାଣ୍ଡିଆନ। ମେଣ୍ଟ ଆଲୋଚନା ଆଗେଇ ନେବାକୁ ଦିଲ୍ଲୀରେ ଭାଜପାର ବରିଷ୍ଠ ନେତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ଥିବା କୁହାଯାଉଛି।
The post ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀ ଗସ୍ତରେ ପ୍ରଣବ ଏବଂ ଭିକେ ପାଣ୍ଡିଆନ appeared first on Dharitri Odia News.