ମହଙ୍ଗା ହେଉଛି ଡ଼ାଲି

ଭୁବନେଶ୍ୱର,୭।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ପିଆଜ, ଆଳୁ, ଟମାଟୋ, ଖାଇବା ତେଲ ଆଦି ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହେଉଥିବାବେଳେ ଡାଲି ମୂଲ୍ୟ ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଡାଲି କଳାବଜାର ଏବଂ ବେଆଇନ ମହଜୁଦ ଆଶଙ୍କା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀ ଡାଲି ବ୍ୟବସାୟୀଙ୍କ ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ଡାଲି ବ୍ୟବସାୟୀମାନେ ଡାଲିର ଷ୍ଟକ୍‌ ସମ୍ପର୍କରେ ବିବରଣୀ ଦେବାକୁ ସରକାର ବାଧ୍ୟତାମୂଳକ କରିପାରନ୍ତି। ହରଡ଼, ମଟର, […] The post ମହଙ୍ଗା ହେଉଛି ଡ଼ାଲି appeared first on Dharitri Odia News.

ମହଙ୍ଗା ହେଉଛି ଡ଼ାଲି

ଭୁବନେଶ୍ୱର,୭।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ପିଆଜ, ଆଳୁ, ଟମାଟୋ, ଖାଇବା ତେଲ ଆଦି ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହେଉଥିବାବେଳେ ଡାଲି ମୂଲ୍ୟ ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଡାଲି କଳାବଜାର ଏବଂ ବେଆଇନ ମହଜୁଦ ଆଶଙ୍କା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀ ଡାଲି ବ୍ୟବସାୟୀଙ୍କ ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ଡାଲି ବ୍ୟବସାୟୀମାନେ ଡାଲିର ଷ୍ଟକ୍‌ ସମ୍ପର୍କରେ ବିବରଣୀ ଦେବାକୁ ସରକାର ବାଧ୍ୟତାମୂଳକ କରିପାରନ୍ତି।

ହରଡ଼, ମଟର, ବିରି ଆଦି ବ୍ୟବସାୟ କରୁଥିବା ଉଭୟ ବଡ଼ ବ୍ୟବସାୟୀ ଏବଂ ଖୁଚୁରା ବ୍ୟବସାୟୀଙ୍କ ପାଇଁ ସେମାନଙ୍କ ଷ୍ଟକ୍‌ ପ୍ରକାଶ କରିବାକୁ ସରକାର ବାଧ୍ୟତାମୂଳକ କରିବାକୁ ଯୋଜନା କରୁଥିବା କୁହାଯାଉଛି। ଏହା ଷ୍ଟକ୍‌ ପରିଚାଳନା ତଥା ଡାଲିର ମୂଲ୍ୟ ନିୟନ୍ତ୍ରଣ କରିବାରେ ସରକାରଙ୍କୁ ସାହାଯ୍ୟ କରିପାରିବ। ଗତ କିଛି ସପ୍ତାହ ମଧ୍ୟରେ ବିଭିନ୍ନ ଡାଲି, ବିଶେଷକରି ମଟର, ହରଡ଼ ଏବଂ ବିରିର ମୂଲ୍ୟ ବୃଦ୍ଧି ହୋଇଛି। ଏପ୍ରିଲ ଆରମ୍ଭରେ କେତେକ ବଜାରରେ ହରଡ଼ ଡାଲି କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ମାସ ତୁଳନାରେ ମୂଲ୍ୟରେ ୧୦୦ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବଢ଼ିଛି। ଡାଲି ମଧ୍ୟରେ ହରଡ଼ର ସର୍ବାଧିକ ମୂଲ୍ୟ ରହିଛି । ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ହରଡ଼ ଡାଲିର ହାରାହାରି ମୂଲ୍ୟ କିଲୋଗ୍ରାମ ପ୍ରତି ୧୬୦ ଟଙ୍କା ରହିଛି। ମୁଗ ଏବଂ ମସୁର ଡାଲି କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଡାଲିର ମୁଦ୍ରାସ୍ଫୀତି ସରକାରଙ୍କ ପାଇଁ ଏକ ସମସ୍ୟା ହୋଇ ରହିଛି। ଜାନୁଆରୀରେ ଡାଲିର ହୋଲ୍‌ସେଲ ମୁଦ୍ରାସ୍ଫୀତି ୧୬.୦୬% ଥିଲା। ହୋଲ୍‌ସେଲ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି ଫେବୃଆରୀରେ ୧୮.୪୮%କୁ ବୃଦ୍ଧି ପାଇଛି।

The post ମହଙ୍ଗା ହେଉଛି ଡ଼ାଲି appeared first on Dharitri Odia News.