‘ଯେଉଁମାନଙ୍କୁ ରଙ୍ଗ ଭଲ ଲାଗେନି, ସେମାନେ ଘର ନୁହେଁ ଦେଶ ଛାଡ଼ି ଚାଲି ଯାଆନ୍ତୁ’

ଲକ୍ଷ୍ନୌ,୧୩।୩: ଉତ୍ତରପ୍ରଦେଶରେ ହୋଲି ଏବଂ ଜୁମାର ନମାଜ୍‌କୁ ନେଇ ଆଲର୍ଟରେ ପ୍ରଶାସନ। ଉଭୟ ଗୋଟିଏ ଦିନରେ ପଡ଼ୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ନେଇ ପୋଲିସକର୍ମୀମାନଙ୍କୁ ନିୟୋଜିତ କରାଯାଇଛି। ଏହି ସମୟରେ ଯୋଗୀ ସରକାରଙ୍କ ମନ୍ତ୍ରୀ ତଥା ନିଷାଦ ପାର୍ଟିର ଅଧ୍ୟକ୍ଷ ସଞ୍ଜୟ ନିଷାଦ ବଡ଼ ବୟାନ ଦେଇଛନ୍ତି। ଯେଉଁ ଲୋକମାନଙ୍କୁ ହୋଲି ରଙ୍ଗ ଖେଳିବାକୁ ନେଇ ଅସୁବିଧା ଉପୁଜୁଛି, ସେମାନେ ଦେଶ ଛାଡ଼ି ଚାଲି ଯାଆନ୍ତୁ ବୋଲି ସେ କହିଛନ୍ତି। ସଞ୍ଜୟ ନିଷାଦ ବିରୋଧୀଙ୍କୁ […] The post ‘ଯେଉଁମାନଙ୍କୁ ରଙ୍ଗ ଭଲ ଲାଗେନି, ସେମାନେ ଘର ନୁହେଁ ଦେଶ ଛାଡ଼ି ଚାଲି ଯାଆନ୍ତୁ’ appeared first on Dharitri Odia News.

‘ଯେଉଁମାନଙ୍କୁ ରଙ୍ଗ ଭଲ ଲାଗେନି, ସେମାନେ ଘର ନୁହେଁ ଦେଶ ଛାଡ଼ି ଚାଲି ଯାଆନ୍ତୁ’

ଲକ୍ଷ୍ନୌ,୧୩।୩: ଉତ୍ତରପ୍ରଦେଶରେ ହୋଲି ଏବଂ ଜୁମାର ନମାଜ୍‌କୁ ନେଇ ଆଲର୍ଟରେ ପ୍ରଶାସନ। ଉଭୟ ଗୋଟିଏ ଦିନରେ ପଡ଼ୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ନେଇ ପୋଲିସକର୍ମୀମାନଙ୍କୁ ନିୟୋଜିତ କରାଯାଇଛି। ଏହି ସମୟରେ ଯୋଗୀ ସରକାରଙ୍କ ମନ୍ତ୍ରୀ ତଥା ନିଷାଦ ପାର୍ଟିର ଅଧ୍ୟକ୍ଷ ସଞ୍ଜୟ ନିଷାଦ ବଡ଼ ବୟାନ ଦେଇଛନ୍ତି। ଯେଉଁ ଲୋକମାନଙ୍କୁ ହୋଲି ରଙ୍ଗ ଖେଳିବାକୁ ନେଇ ଅସୁବିଧା ଉପୁଜୁଛି, ସେମାନେ ଦେଶ ଛାଡ଼ି ଚାଲି ଯାଆନ୍ତୁ ବୋଲି ସେ କହିଛନ୍ତି।

ସଞ୍ଜୟ ନିଷାଦ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, କିଛି ରାଜନେତା ଏଭଳି ଅଛନ୍ତି ଯିଏ ଆଲିଙ୍ଗନ କରିବାକୁ ଚାହାନ୍ତି ନାହିଁ। ସେମାନଙ୍କ ମନରେ ବିଷ ଭରି ତାଙ୍କୁ ପ୍ରଲୋଭିତ କରାଯାଉଛି। ସେମାନେ ମଧ୍ୟ ଏହି ଦେଶର ନାଗରିକ। ଯେଉଁମାନେ ରଙ୍ଗକୁ ନେଇ ଅସହଜ ମନେ କରୁଛନ୍ତି, ସେ ଘରେ ନୁହଁ ବରଂ ଦେଶ ଛାଡ଼ି ଚାଲି ଯାଆନ୍ତୁ।

ସଞ୍ଜୟ ଆହୁରୀ ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ସର୍ବଦା ଲୋକଙ୍କୁ ଏକଜୁଟ୍‌ କରିବାକୁ ଚେଷ୍ଟା କରୁଛି ଏବଂ ସମାଜର ହିତରେ କାମ କରୁଛି। ଏଣୁ ଅସ୍ଥିରତା ସୃଷ୍ଟି କରୁଥିବା ପ୍ରତିଟି ରଣନୀତିକୁ ବିଫଳ କରାଯିବ। ଜୁମା ପଢ଼ୁଥିବା ବ୍ୟକ୍ତି ଆଲିଙ୍ଗନ କରନ୍ତି ଏବଂ ହୋଲି ପାଳନ କରୁଥିବା ଲୋକେ ବି କରନ୍ତି। ଏହା ପରସ୍ପର ସହ ଭେଟ କରିବା ଏବଂ ଖୁସି ବାଣ୍ଟିବାର ପର୍ବ। ଏଣୁ କିଛି ନେତା ଭିନ୍ନ ପ୍ରକାର ରଙ୍ଗର ବିଷ ମିଶାଇ କାମ କରିବାକୁ ଚାହାନ୍ତି ବୋଲି ସେ କହିଛନ୍ତି।

The post ‘ଯେଉଁମାନଙ୍କୁ ରଙ୍ଗ ଭଲ ଲାଗେନି, ସେମାନେ ଘର ନୁହେଁ ଦେଶ ଛାଡ଼ି ଚାଲି ଯାଆନ୍ତୁ’ appeared first on Dharitri Odia News.