ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
ଦିଗପହଣ୍ଡି,୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଓଡାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ରବିବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା ଜଣାପଡିଛି। ଦୀର୍ଘ ୧୨ ବର୍ଷ ପରେ ଗ୍ରାମରେ ମା’ଙ୍କ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଗ୍ରାମବାସୀଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି। ଆସନ୍ତା ମେ ୪ ତାରିଖରୁ ୧୧ ତାରିଖ ଯାଏଁ ୮ ଦିନ ବ୍ୟାପୀ ଏହି ଯାତ୍ରା ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ରବିବାର ସକାଳୁ ଯାତ୍ରା କମିଟିର […] The post ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ appeared first on Dharitri Odia News.
ଦିଗପହଣ୍ଡି,୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଓଡାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ରବିବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା ଜଣାପଡିଛି। ଦୀର୍ଘ ୧୨ ବର୍ଷ ପରେ ଗ୍ରାମରେ ମା’ଙ୍କ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଗ୍ରାମବାସୀଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି।
ଆସନ୍ତା ମେ ୪ ତାରିଖରୁ ୧୧ ତାରିଖ ଯାଏଁ ୮ ଦିନ ବ୍ୟାପୀ ଏହି ଯାତ୍ରା ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ରବିବାର ସକାଳୁ ଯାତ୍ରା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟ ବୃନ୍ଦ ଓ ବହୁ ସଂଖ୍ୟକ ଗ୍ରାମବାସୀ ମା’ଙ୍କ ମନ୍ଦିରକୁ ଯାଇ ପୁରୋହିତଙ୍କ ଦ୍ବାରା ପୂଜାର୍ଚ୍ଚନା କରିବା ପରେ ସେଠାରୁ ଆଜ୍ଞାମାଳ ଧରି ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହାପରେ ମଠ ଦାଣ୍ଡରେ ଥିବା ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରଯାଇଥିଲା।
ଯାତ୍ରା ପରିଚାଳନା ପାଇଁ ୫୭ ସଦସ୍ୟଙ୍କୁ ନେଇ କମିଟି ଗଠନ କରାଯାଇଥିବା ବେଳେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ଯାତ୍ରା କମିଟି ସଭାପତି ବାଲ ଗୋପାଳ ସାହୁ, ଉପସଭାପତି ପି . ରାମେଶ୍ଵର ପାତ୍ର , ସମ୍ପାଦକ ଜି. କ୍ଷେତ୍ର ରେଡ୍ଡୀ, କୋଷାଧ୍ୟକ୍ଷ ଶଙ୍କର ସେଠୀ, କାର୍ଯ୍ୟକର୍ତ୍ତା ସୁନୀଲ ବାଡତ୍ଯା, ଏ .ସିମା ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।
The post ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ appeared first on Dharitri Odia News.