ଦ୍ବିତୀୟ ପର୍ଯ୍ୟାୟରେ କଂଗ୍ରେସର ୭୫ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟରେ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଆନନ୍ଦପୁରରୁ ଜୟଦେବ... The post ଦ୍ବିତୀୟ ପର୍ଯ୍ୟାୟରେ କଂଗ୍ରେସର ୭୫ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା appeared first on .

ଦ୍ବିତୀୟ ପର୍ଯ୍ୟାୟରେ କଂଗ୍ରେସର ୭୫ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟରେ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଆନନ୍ଦପୁରରୁ ଜୟଦେବ ଜେନାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାଁ ଭଣ୍ଡାରିପୋଖରୀରୁ ଘୋଷଣା ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୭୫ ଆସନରୁ ୩ଟିରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ବାକି ୭୨ ଆସନରେ ଦଳ ପୂରୁଣା ଚେହେରା ଉପରେ ପୁଣି ଭରଷା ଦେଖାଇଛି । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଦଳ ୪୭ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଦୁଇଟି ଆସନ ମେଣ୍ଟ ସହଯୋଗୀଙ୍କୁ ଛାଡିଥିଲା । ବର୍ତ୍ତମାନ ସୁଦ୍ଧା ବିଜେଡି ୧୧୭, ବିଜେପି ୧୧୨ ଓ କଂଗ୍ରେସ ୧୨୪ (୨ଟି ମେଣ୍ଟ ଦଳ)ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛନ୍ତି ।

ସେହିପରି ଭୁବନେଶ୍ୱର ଏକାମ୍ରରୁ ପ୍ରଶାନ୍ତ କୁମାର ଚମ୍ପତ୍ତି, ଜୟଦେବରୁ ଜୟନ୍ତ କୁମାର ଭୋଇ, ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ଜଟଣୀରୁ ସନ୍ତୋଷ ଜେନା, ବେଗୁନିଆରୁ ପୃଥ୍ବୀବଲ୍ଲଭ ପଟ୍ଟନାୟକ, ଯାଜପୁରରୁ ସୁଦୀପ କୁମାର କର, ରେମୁଣାରୁ ସୁଦର୍ଶନ ଜେନା, ସମ୍ୱଲପୁରରୁ ଦୁର୍ଗା ପ୍ରସାଦ ପାଢୀ, ପୁରୀରୁ ସୁଜିତ ମହାପାତ୍ର, ଅତାବିରାରୁ ଅଭିଷେକ ସେଠ୍, ଯଶିପୁରରୁ ଶ୍ୱେତା ଛତରଙ୍କୁ ଦଳ ପ୍ରାର୍ଥୀ କରିଛି ।

ତଲସରାରେ ପ୍ରଭୋଦ ତିର୍କୀଙ୍କ ସ୍ଥାନରେ ଦେବେନ୍ଦ୍ର ଭିତରିଆଙ୍କୁ ପ୍ରାର୍ଥୀ କରିଛି ଦଳ । ରେଙ୍ଗାଲିରୁ ଦିଲ୍ଲୀପ କୁମାର ଦୁରିଆ, ରେଢ଼ାଖୋଲରୁ ଅସଫ ଅଲ୍ଲୀ ଖାନ, ଦେବଗଡ଼ରୁ ସିମ୍ ହମ୍ବ୍ରମ, ତେଲକୋଇରୁ ନିର୍ମଳ ଚନ୍ଦ୍ର ନାୟକ, ଘସିପୁରାରୁ ସୁବ୍ରତ ଚକ୍ର, ପାଟନାରୁ ହୃଶିକେଷ ନାୟକ, କେନ୍ଦୁଝରରୁ ପ୍ରତିଭା ମଞ୍ଜରୀ ନାୟକ, ଚମ୍ପୁଆରୁ ଯଶୋବନ୍ତ ଲାଗୁରୀ, ସରସକଣାରୁ ରାମକୁମାର ସୋରେନ, ରାଇରଙ୍ଗପୁରରୁ ଯୋଗେନ୍ଦ୍ର ବନରା, ବାଙ୍ଗିରିପୋଷିରୁ ମୂରଲୀଧର ନାୟକ, କରଞ୍ଜିଆରୁ ଲକ୍ଷ୍ମୀଧର ସିଂ, ଉଦଳାରୁ ଦୁର୍ଗାଚରଣ ଟୁଡୁ, ବାରିପଦାରୁ ବାଦଲ ହେମ୍ବ୍ରମ୍, ମୋରଡାରୁ ପ୍ରଭାଷ କୁମାର ମହାପାତ୍ର, ଭୋଗରେଇରୁ ସତ୍ୟ ସାହେବ ଦାସ, ବସ୍ତାରୁ ବିଜନ ନାୟକଙ୍କ ନାଁ ଘୋଷଣା କରିଛି ଦଳ ।

ହିମାଂଶୁ ସେଖର ବେହେରାଙ୍କୁ ଦଳ ସୋରରୁ ପ୍ରାର୍ଥୀ କରିଥିବା ବେଳେ ଭଦ୍ରକରୁ ଅସିତ ପଟ୍ଟନାୟକ, ବାସୁଦେବପୁରରୁ ଅଶୋକ କୁମାର ଦାସ, ଧାମନଗରରୁ ରଞ୍ଜନ କୁମାର ବେହେରା, ଚାନ୍ଦବାଲିରୁ ଅମୀୟ କୁମାର ମହାପାତ୍ର, ବିଞ୍ଝାରପୁରରୁ କନକଲତା ମଲ୍ଲିକ, ବରୀରୁ ଆରତୀ ଦେଓ, ଧର୍ମଶାଳାରୁ କିଷାନ ପଣ୍ଡା, କୋରେଇରୁ ବନ୍ଦିତା ପରିଡ଼ା, ଢେଙ୍କାନାଳରୁ ସୁସ୍ମିତା ସିଂଦେଓ, ହିନ୍ଦୋଳରୁ ଗୋବର୍ଦ୍ଧନ ଶେଖର ନାୟକ, କାମାକ୍ଷାନଗରରୁ ବିପ୍ରବର ସାହୁ, ପରଜଙ୍ଗରୁ ରଞ୍ଜିତ କୁମାର ସାହୁ, ତାଳଚେରରୁ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଅନୁଗୁଳରୁ ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନାଁ ଘୋଷଣା କରାଯାଇଛି ।

ଛେଣ୍ଡିପଦରୁ ନରୋତ୍ତମ ନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଆଠମଲ୍ଲିକରୁ ବିଜୟାନନ୍ଦ ଚାଉଳିଆ, ବୀରମହାରାଜପୁରରୁ ପ୍ରଦୀପ ସେଠୀ, ସୋନପୁରରୁ ପ୍ରିୟବ୍ରତ ସାହୁ, ଟିଟିଲାଗଡ଼ରୁ ବୀରେନ୍ଦ୍ର ବାଗ୍, ଖଡିଆଡରୁ କମଲ ଚରଣ ତାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି ।

ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି । ବଡମ୍ବାରୁ ସଞ୍ଜୟ କୁମାର ସାହୁଙ୍କ ନାଁ ଘୋଷଣା କରାଯାଇଛି । ମେହବୁବ ଅହମ୍ମଦ ଖାନଙ୍କୁ ଦଳ ଆଠଗଡ଼ରୁ ପ୍ରାର୍ଥୀ କରିଥିବା ବେଳେ ଚୌଦ୍ବାର-କଟକରୁ ମୀରା ମଲ୍ଲିକ, ନିଆଳିରୁ ଜ୍ୟୋତିରଞ୍ଜନ ମଲ୍ଲିକ, କଟକ ସଦରରୁ ରାମଚନ୍ଦ୍ର ଗୋଚ୍ଛାୟତ, ସାଲେପୁରରୁ ଆକ୍ୟୁବ ଉଜମନ ଖାଁ, ପାଟକୁରାରୁ ରତୀକାନ୍ତ କାନୁନଗୋ, ଆଳିରୁ ଦେବସ୍ମିତା ଶର୍ମା, ପାରାଦୀପରୁ ନିରଞ୍ଜନ ନାୟକ, ତିର୍ତ୍ତୋଲରୁ ହିମାଂଶୁ ଭୂଷଣ ମଲ୍ଲିକ, ଏରସମା-ବାଲିକୁଦାରୁ ନଳିନୀ ସ୍ବାଇଁ, ବ୍ରହ୍ମଗିରିରୁ ମିତ୍ରଭାନୁ ମହାପାତ୍ର, ରଣପୁରରୁ ବିଭୂପ୍ରସାଦ ମିଶ୍ର, ନୟାଗଡ଼ରୁ ରଞ୍ଜିତ ଦାସଙ୍କ ନାଁ ଘୋଷଣା କରାଯାଇଛି ।

ସେହିପରି କବିସୂର୍ଯ୍ୟନଗରରେ ପ୍ରାର୍ଥୀ ବଦଳାଇଛି ଦଳ । ଚିରଞ୍ଜୀବ ବିଷୋୟୀଙ୍କ ସ୍ଥାନରେ ବିପିନ ବିହାରୀ ସ୍ବାଇଁଙ୍କ ନାଁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଖଲ୍ଲିକୋଟରୁ ଚିତ୍ରସେନ ବେହେରା, ଆସିକାରୁ ସୁରଭୀ ବିଷୋୟୀ, ହିଞ୍ଜିଳିରୁ ରଞ୍ଜିକାନ୍ତ ପାଢ଼ୀ, ବ୍ରହ୍ମପୁରରୁ ଦୀପକ ପଟ୍ଟନାୟକ ଏବଂ ଦିଗପହଣ୍ଡିରୁ ଶ୍ରୀଧର ଦେବଙ୍କୁ ଦଳ ପ୍ରାର୍ଥୀ କରିଛି ।

The post ଦ୍ବିତୀୟ ପର୍ଯ୍ୟାୟରେ କଂଗ୍ରେସର ୭୫ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା appeared first on .