କାନ୍ଥ କଣାକରି ଗହଣା ଦୋକାନରୁ ଚୋରି
ବ୍ରହ୍ମପୁର, ୪।୯(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟାବେଂଜ଼ ଛକରେ ଥିବା ଏକ ଗହଣା ଦୋକାନରେ ବଡଧରଣର ଚୋରି ହୋଇଛି। ପୋଲିସ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଛି। ଦୋକାନ ମାଲିକ ଜେ. ଶ୍ରୀଧର ପ୍ରତିଦିନ ଭଳି ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଦୋକାନ ସଟର ଖୋଲି ଭିତରକୁ ଯାଇଥିଲେ। ହେଲେ ସେଠାରେ ଗ୍ରାହକଙ୍କୁ ଦେଖାଇବା ପାଇଁ ରହିଥିବା ସୁନା ଗହଣା ଓ ୫୦ କେଜି ରୁପା ଓ ଟଙ୍କା […] The post କାନ୍ଥ କଣାକରି ଗହଣା ଦୋକାନରୁ ଚୋରି appeared first on Dharitri Odia News.
ବ୍ରହ୍ମପୁର, ୪।୯(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟାବେଂଜ଼ ଛକରେ ଥିବା ଏକ ଗହଣା ଦୋକାନରେ ବଡଧରଣର ଚୋରି ହୋଇଛି। ପୋଲିସ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଛି। ଦୋକାନ ମାଲିକ ଜେ. ଶ୍ରୀଧର ପ୍ରତିଦିନ ଭଳି ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଦୋକାନ ସଟର ଖୋଲି ଭିତରକୁ ଯାଇଥିଲେ। ହେଲେ ସେଠାରେ ଗ୍ରାହକଙ୍କୁ ଦେଖାଇବା ପାଇଁ ରହିଥିବା ସୁନା ଗହଣା ଓ ୫୦ କେଜି ରୁପା ଓ ଟଙ୍କା ଗାୟବ ଥିଲା। ଏନେଇ ସେ ପୋଲିସକୁ ଜଣାଇଥିଲେ।
ସିସିଟିଭି ଫୁଟେଜରୁ ଦୁଇଜଣ ଯୁବକ ଦୋକାନ ପଛପଟରେ ଥିବା ଗଳିରେ ପଶି ଅବ୍ୟବହୃତ ହୋଇପଡିଥିବା ଘର ଭିତରେ ପଶିଥିଲେ ପରେ ଉକ୍ତ ଘର ଓ ସୁନା ଦୋକାନର କାନ୍ଥ କଣା କରି ସୁନା ଗହଣା ଚୋରି କରି ନେଇଥିବା ଜଣାପଡିଛି। ଦୋକାନ ଭିତରେ ଥିବା ସିସି କେମେରା ଗୁଡିକରେ ସେମାନେ କୌଣସି ସ୍ପ୍ରେ କରି ଦେଇଥିବା ପୋଲିସ ଦେଖିବାକୁ ପାଇଛି। ଅନ୍ୟପଟେ ପୋଲିସ ଏକ ହାର୍ଡଡିସ୍କ ଜବତ କରି ତଦନ୍ତ କରୁଛି। ଉକ୍ତ ଦୋକାନରୁ ପ୍ରାୟ ୬୦ଲକ୍ଷ ଟଙ୍କାର ସୁନା ଗହଣା, ରୁପା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି।
The post କାନ୍ଥ କଣାକରି ଗହଣା ଦୋକାନରୁ ଚୋରି appeared first on Dharitri Odia News.