ରେକର୍ଡ ପରିମାଣରେ ଟିକସ ସଂଗ୍ରହ
ନୂଆଦିଲ୍ଲୀ,୨।୧୧: ଚଳିତ ଆର୍ଥିକ ବର୍ଷର ସପ୍ତମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଜିଏସ୍ଟି) ସଂଗ୍ରହ କରାଯାଇଛି ବୋଲି ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ,୨୦୨୪-୨୫ ଆର୍ଥିକ ବର୍ଷର ୭ମ ମାସରେ ଦେଶର ଜିଏସ୍ଟି ସଂଗ୍ରହ ୧,୮୭,୩୪୬ କୋଟି ଟଙ୍କାର ଟିକସ ରାଜସ୍ବ ଆକାରରେ ସଂଗ୍ରହ କରାଯାଇଛି। ବିଶେଷ କରି ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ସଂଗ୍ରହ ହୋଇଥିବା […] The post ରେକର୍ଡ ପରିମାଣରେ ଟିକସ ସଂଗ୍ରହ appeared first on Dharitri Odia News.
ନୂଆଦିଲ୍ଲୀ,୨।୧୧: ଚଳିତ ଆର୍ଥିକ ବର୍ଷର ସପ୍ତମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଜିଏସ୍ଟି) ସଂଗ୍ରହ କରାଯାଇଛି ବୋଲି ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ,୨୦୨୪-୨୫ ଆର୍ଥିକ ବର୍ଷର ୭ମ ମାସରେ ଦେଶର ଜିଏସ୍ଟି ସଂଗ୍ରହ ୧,୮୭,୩୪୬ କୋଟି ଟଙ୍କାର ଟିକସ ରାଜସ୍ବ ଆକାରରେ ସଂଗ୍ରହ କରାଯାଇଛି। ବିଶେଷ କରି ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ସଂଗ୍ରହ ହୋଇଥିବା ଟିକସ ପରିମାଣଠାରୁ ଏହା ପ୍ରାୟ ୯% (୮.୯%) ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବରରେ ସଂଗୃହୀତ ଟିକସ ପରିମାଣ ପ୍ରାୟ ୧,୭୨ ଲକ୍ଷ କୋଟିଠାରୁ ୨୦୨୪-୨୫ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ୮.୯% (୧,୮୭,୩୪୬ କୋଟି)ର ଟିକସ ସଂଗୃହୀତ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବରରେ ମୋଟ ୧,୮୭,୩୪୬ କୋଟି ଟଙ୍କା ଜିଏସ୍ଟି ଆକାରରେ ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସ୍ଟି) ବାବଦରେ ୩୩,୮୨୧କୋଟି ଟଙ୍କା ଆଦାୟ ହୋଇଥିବାବେଳେ ରାଜ୍ୟ ଟିକସ (ଏସ୍ଜିଏସ୍ଟି) ବାବଦକୁ ୪୧,୮୬୪ କୋଟି ଟଙ୍କା ଆଦାୟ ହୋଇଛି। ସେହିଭଳି ଆଇଜିଏସ୍ଟି ବାବଦକୁ ମୋଟ ୯୯,୧୧୧ କୋଟି ଟଙ୍କା ଏବଂ ସେସ୍ ବାବଦରେ ୧୨,୫୫୦ କୋଟି ଟଙ୍କା ଟିକସ ଆକାରରେ ସଂଗ୍ରହ କରାଯାଇଛି। ଅପରପକ୍ଷରେ ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ମୋଟ ୧୨.୭୪ ଲକ୍ଷ କୋଟି ଟଙ୍କା ଜିଏସ୍ଟି ଆକାରରେ ସଂଗ୍ରହ କରାଯାଇଥିଲାବେଳେ ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ମୋଟ ୧୧.୬୪ ଲକ୍ଷ କୋଟି ଟଙ୍କା ଜିଏସ୍ଟି ଆକାରରେ ସଂଗୃହୀତ ହୋଇଥିଲା। ଏପରିକି ବାର୍ଷିକ ଭିତ୍ତିରେ ଚଳିତ ଆର୍ଥିକର ମୋଟ ଟିକସ ସଂଗ୍ରହ ୯.୪% ବୃଦ୍ଧି ହୋଇଛି। ସେହିଭଳି କ୍ରମାଗତ ୭ ମାସ ପାଇଁ ଦେଶର ଜିଏସ୍ଟି ସଂଗ୍ରହ ୧.୭ ଲକ୍ଷ କୋଟିରୁ ଅଧିକ ରହିଥିବାବେଳେ ୨ୟ ଥର ପାଇଁ ୧.୮ ଲକ୍ଷ କୋଟିରୁ ଅଧିକ ପରିମାଣର ଟିକସ ଆଦାୟ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ଓ୍ବେବ୍ସାଇଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।
The post ରେକର୍ଡ ପରିମାଣରେ ଟିକସ ସଂଗ୍ରହ appeared first on Dharitri Odia News.