ବଢ଼ିଲା ଆଇଟିଆର୍ ଦାଖଲ ସମୟସୀମା
ଭୁବନେଶ୍ୱର,୧ା୧(ଅନୁରାଧା ମହାରଣା): ଇନକମ୍ ଟ୍ୟାକ୍ସ ରିଟର୍ନ (ଆଇଟିଆର) ଦାଖଲ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଡିସେମ୍ବର ୩୧ ଶେଷ ତାରିଖ ବୋଲି ଘୋଷଣା କରାଯାଇଥିଲା। ତେବେ ବିଭିନ୍ନ ବର୍ଗର କରଦାତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟସୀମାକୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହି ବର୍ଦ୍ଧିତ ସମୟସୀମା କେବଳ ବ୍ୟକ୍ତିଗତ କରଦାତାମାନଙ୍କ ପାଇଁ ଉପଲବ୍ଧ ହେବ। ଯେଉଁମାନେ ପୂର୍ବରୁ ସମୟସୀମା ମଧ୍ୟରେ ଆୟକର ରିଟର୍ନ ଦାଖଲ କରିଛନ୍ତି, ଆବଶ୍ୟକସ୍ଥଳେ ସେମାନେ ସଂଶୋଧିତ ଆଇଟିଆର ମଧ୍ୟ […] The post ବଢ଼ିଲା ଆଇଟିଆର୍ ଦାଖଲ ସମୟସୀମା appeared first on Dharitri Odia News.
ଭୁବନେଶ୍ୱର,୧ା୧(ଅନୁରାଧା ମହାରଣା): ଇନକମ୍ ଟ୍ୟାକ୍ସ ରିଟର୍ନ (ଆଇଟିଆର) ଦାଖଲ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଡିସେମ୍ବର ୩୧ ଶେଷ ତାରିଖ ବୋଲି ଘୋଷଣା କରାଯାଇଥିଲା। ତେବେ ବିଭିନ୍ନ ବର୍ଗର କରଦାତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟସୀମାକୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହି ବର୍ଦ୍ଧିତ ସମୟସୀମା କେବଳ ବ୍ୟକ୍ତିଗତ କରଦାତାମାନଙ୍କ ପାଇଁ ଉପଲବ୍ଧ ହେବ। ଯେଉଁମାନେ ପୂର୍ବରୁ ସମୟସୀମା ମଧ୍ୟରେ ଆୟକର ରିଟର୍ନ ଦାଖଲ କରିଛନ୍ତି, ଆବଶ୍ୟକସ୍ଥଳେ ସେମାନେ ସଂଶୋଧିତ ଆଇଟିଆର ମଧ୍ୟ ଦାଖଲ କରିପାରିବେ। ଯେଉଁ ଟିକସଦାତାଙ୍କ ଆଇଟିଆର ବାର୍ଷିକ କାରବାର ସହିତ ମେଳ ଖାଉ ନାହିଁ ସେମାନଙ୍କୁ ଆୟକର ବିଭାଗ ପକ୍ଷରୁ ଅବଗତ କରାଯାଇଛି। ସେମାନେ ସେମାନଙ୍କର ଆଇଟିଆରରେ ସଂଶୋଧନ କରିବା ଉଚିତ ବୋଲି ବିଭାଗ ପରାମର୍ଶ ଦେଇଛି। ସୂଚନା ଥାଉକି, ଆଇଟିଆର ଦାଖଲ ପାଇଁ ବ୍ୟକ୍ତିବିଶେଷଙ୍କ ପାଇଁ ମୂଳ ସମୟସୀମା ଜୁଲାଇ ୨୧ ପର୍ଯ୍ୟନ୍ତ ଥିଲା। ଏହି ଅବଧି ପରେ ଆଇଟିଆର ଫାଇଲ ପାଇଁ ୫୦୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସମୟସୀମା ନିର୍ଦ୍ଧାରଣ କରାଯାଇଥିଲା। ବର୍ତ୍ତମାନ ଏହାକୁ ଜାନୁଆରୀ ୧୫କୁ ବୃଦ୍ଧି କରାଯାଇଛି।
The post ବଢ଼ିଲା ଆଇଟିଆର୍ ଦାଖଲ ସମୟସୀମା appeared first on Dharitri Odia News.