କାମ ଦେଲାନି ଚାପ, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ନିମାପଡ଼ାରୁ ଟିକେଟ କାଟିବା ପରେ ସମୀର ନିଜର ସମର୍ଥକମାନଙ୍କୁ ଏକାଠି କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଟିକେଟ କାଟିବା ପରେ ନିମାପଡ଼ା ବାରବାଟୀ ପଡ଼ିଆରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ହଜାର ହଜାର କର୍ମୀ ଏବଂ ପ୍ରଶଂସକଙ୍କୁ ଏକାଠି କରିଥିଲେ। ବିଜେଡି […] The post କାମ ଦେଲାନି ଚାପ, ସମୀର ଦାସ ନିରାଶ appeared first on Dharitri Odia News.

କାମ ଦେଲାନି ଚାପ, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ନିମାପଡ଼ାରୁ ଟିକେଟ କାଟିବା ପରେ ସମୀର ନିଜର ସମର୍ଥକମାନଙ୍କୁ ଏକାଠି କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।

ଟିକେଟ କାଟିବା ପରେ ନିମାପଡ଼ା ବାରବାଟୀ ପଡ଼ିଆରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ହଜାର ହଜାର କର୍ମୀ ଏବଂ ପ୍ରଶଂସକଙ୍କୁ ଏକାଠି କରିଥିଲେ।

ବିଜେଡି ସମୀରଙ୍କ ବଦଳରେ ନୂଆ କରି ସାମିଲ ହୋଇଥିବା ଦିଲୀପ ନାୟକଙ୍କୁ ଟିକେଟ ଦେଇଛି। ଏହାକୁ ବିରୋଧ କରିବା ସହ ଟିକେଟକୁ ପୁନର୍ବିଚାର କରିବା ଲାଗି ସମୀର ସମର୍ଥକଙ୍କ ସହ ସମାବେଶ କରିଥିଲେ ମଧ୍ୟ ଏହାର କୌଣସି ଫଳ ମିଳିନାହିଁ।

ତେବେ ସମୀରଙ୍କ କାହିଁକି ଟିକେଟ୍‌ ମିଳିଲାନି ସେ ନେଇ ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା ସ୍ବାଇଁ)ଙ୍କ ବୟାନ ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା। ଗତ ୨୦ ତାରିଖରେ ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବୁ ନିର୍ବାଚିତ ପ୍ରତିନିଧିଙ୍କୁ ଶଙ୍ଖ ଭବନ ଡକାଯାଇଥିଲା । ସେଠାରେ ଏସମ୍ପର୍କରେ ରାଜା ସ୍ବାଇଁ ସ୍ପଷ୍ଟ କରିଥିଲେ।

ଭର୍ଚୁଆଲ ବାର୍ତ୍ତାରେ ରାଜା କହିଥିଲେ, ସମୀରଙ୍କୁ ଦଳ ଟିକେଟ ଦେଇ ଥା’ନ୍ତା। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ମିଳିଲା ନାହିଁ । ତାଙ୍କ ନାଁରେ ଆସିଥିବା ଅଭିଯୋଗ ଟିକେଟ ମିଳିବା ପରେ ସାମନାକୁ ଆସିଥିଲେ ଦଳର ସମ୍ମାନହାନୀ ହୋଇ ଥାଆନ୍ତା । ଏବେ ଦିଲ୍ଲୀପଙ୍କୁ ସହଯୋଗ କରିବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ରହିଛି ।

The post କାମ ଦେଲାନି ଚାପ, ସମୀର ଦାସ ନିରାଶ appeared first on Dharitri Odia News.