ବୌଦ୍ଧରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେଇ…

ବୌଦ୍ଧ,୧୮ା୫(ଅଜିତ କୁମାର ବାରିକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବୌଦ୍ଧ ଜିଲା ଗସ୍ତ କରି ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ବୌଦ୍ଧରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସବୁ ବିଭାଗର ସମୀକ୍ଷା ହୋଇଥିଲା। ବୈଠକରେ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାୟକ ସରୋଜ ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ଜିଲାପାଳ ସୁବ୍ରତ […] The post ବୌଦ୍ଧରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେଇ… appeared first on Dharitri Odia News.

ବୌଦ୍ଧରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେଇ…

ବୌଦ୍ଧ,୧୮ା୫(ଅଜିତ କୁମାର ବାରିକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବୌଦ୍ଧ ଜିଲା ଗସ୍ତ କରି ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ବୌଦ୍ଧରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସବୁ ବିଭାଗର ସମୀକ୍ଷା ହୋଇଥିଲା।

ବୈଠକରେ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାୟକ ସରୋଜ ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ଜିଲାପାଳ ସୁବ୍ରତ କୁମାର ପଣ୍ଡା ଓ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସରସରାଠାରେ ସାଧାରଣ ସଭାରେ ଯୋଗ ଦେବା ସହ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

The post ବୌଦ୍ଧରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେଇ… appeared first on Dharitri Odia News.