ଠକେଇ ସହ ହତ୍ୟା ଧମକ ଘଟଣା : ଆକାଉଣ୍ଟରେ ଟଙ୍କା ନ ଥାଇ ଦେଇଥିଲେ ଚେକ୍‌ ପରେ… 

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଭିଷ୍ମଗିରି ଗ୍ରାମରେ ବକେୟା ଟଙ୍କା ବାବଦକୁ ବ୍ୟାଙ୍କରେ ଟଙ୍କା ନ ଥାଇ ଏକ ଚେକ ପ୍ରଦାନ କରି ଠକେଇ ସହ ହତ୍ୟା ଧମକ ଦେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଭିଷ୍ମଗିରି ଗ୍ରାମ ଗଣେଶ ନଗରର ନାରାୟଣ ମହାରଣା। ସୂଚନା ପ୍ରକାରେ ଭିଷ୍ମଗିରି ଗ୍ରାମର ରବିନ୍ଦ୍ର କୁମାର ପଣ୍ଡାଙ୍କଠାରୁ ଅଭିଯୁକ୍ତ ନାରାୟଣ ତାଙ୍କର ଆବଶ୍ୟକତା ସମୟରେ ୫୦ ହଜାର […] The post ଠକେଇ ସହ ହତ୍ୟା ଧମକ ଘଟଣା : ଆକାଉଣ୍ଟରେ ଟଙ୍କା ନ ଥାଇ ଦେଇଥିଲେ ଚେକ୍‌ ପରେ…  appeared first on Dharitri Odia News.

ଠକେଇ ସହ ହତ୍ୟା ଧମକ ଘଟଣା : ଆକାଉଣ୍ଟରେ ଟଙ୍କା ନ ଥାଇ ଦେଇଥିଲେ ଚେକ୍‌ ପରେ… 
ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଭିଷ୍ମଗିରି ଗ୍ରାମରେ ବକେୟା ଟଙ୍କା ବାବଦକୁ ବ୍ୟାଙ୍କରେ ଟଙ୍କା ନ ଥାଇ ଏକ ଚେକ ପ୍ରଦାନ କରି ଠକେଇ ସହ ହତ୍ୟା ଧମକ ଦେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଭିଷ୍ମଗିରି ଗ୍ରାମ ଗଣେଶ ନଗରର ନାରାୟଣ ମହାରଣା।
ସୂଚନା ପ୍ରକାରେ ଭିଷ୍ମଗିରି ଗ୍ରାମର ରବିନ୍ଦ୍ର କୁମାର ପଣ୍ଡାଙ୍କଠାରୁ ଅଭିଯୁକ୍ତ ନାରାୟଣ ତାଙ୍କର ଆବଶ୍ୟକତା ସମୟରେ ୫୦ ହଜାର ଟଙ୍କା ଧାର ନେଇଥିଲେ। ବାରମ୍ବାର ସେହି ବକେୟା ଧାର ଟଙ୍କା ମାଗିବା ପରେ ନାରାୟଣ ୪୦୦୦୦ ଟଙ୍କା ଲେଖା ଥିବା ଏକ ବ୍ୟାଙ୍କର ଚେକ ଜୁନ ୨୬ ତାରିଖରେ ରବିନ୍ଦ୍ରଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ସେହି ଚେକ ଭଙ୍ଗାଇବା ପାଇଁ ବ୍ୟାଙ୍କକୁ ଯିବା ପରେ ଜମାକାରୀଙ୍କ ଖାତାରେ ଟଙ୍କା ନ ଥିବା ବ୍ୟାଙ୍କ ଶାଖା ପରିଚାଳକ କହିଥିଲେ। ଏଭଳି ଠକେଇ ଓ ବିଶ୍ୱାସଘାତକତାର ଶିକାର ହେବା ପରେ ରବିନ୍ଦ୍ର ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲା ଭିତ୍ତିରେ ପୋଲିସ ଥାନା ମାମଲା ନଂ. ୨୪୦/୨୫ ଅନୁଯାୟୀ ତଦନ୍ତ ଆରମ୍ଭ କରିଥିଲା। ଶନିବାର ଅଭିଯୁକ୍ତ ନାରାୟଣଙ୍କୁ ଗିରଫ କରି ତଦନ୍ତକାରୀ ଅଧିକାରୀ ମନୋଜ ସିଂ କୋର୍ଟ ଚାଲାଣ କରିବା ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

The post ଠକେଇ ସହ ହତ୍ୟା ଧମକ ଘଟଣା : ଆକାଉଣ୍ଟରେ ଟଙ୍କା ନ ଥାଇ ଦେଇଥିଲେ ଚେକ୍‌ ପରେ…  appeared first on Dharitri Odia News.