ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସପାଲ
ଭବାନୀପାଟଣା/ଥୁଆମୂଳ ରାମପୁର,୬।୯(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତୀ ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଲେଜ) ଅଧ୍ୟକ୍ଷ ନବୀନ କୁମାର ସାହୁ। ମିଳିଥିବା ସୂଚନା ଅନୁଯାୟୀ, କଲେଜ ଅଧ୍ୟକ୍ଷ ସାହୁ ଜଣେ ଛାତ୍ରୀଙ୍କ ନାମ ଲେଖା ଓ […] The post ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସପାଲ appeared first on Dharitri Odia News.
ଭବାନୀପାଟଣା/ଥୁଆମୂଳ ରାମପୁର,୬।୯(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତୀ ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଲେଜ) ଅଧ୍ୟକ୍ଷ ନବୀନ କୁମାର ସାହୁ।
ମିଳିଥିବା ସୂଚନା ଅନୁଯାୟୀ, କଲେଜ ଅଧ୍ୟକ୍ଷ ସାହୁ ଜଣେ ଛାତ୍ରୀଙ୍କ ନାମ ଲେଖା ଓ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ଜଣେ ଅଭିଭାବିକାଙ୍କୁ ଲାଞ୍ଚ ଦାବି କରିଥିଲେ। ଏହି ସମ୍ପର୍କରେ ଅଭିଯୋଗକାରିଣୀ କଳାହାଣ୍ଡି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଶୁକ୍ରବାର ଗୋପାଳପୁର ଯୁକ୍ତ ଦୁଇ କଲେଜ କାର୍ଯ୍ୟାଳୟରେ ଅଧ୍ୟକ୍ଷ ନବୀନ କୁମାର ସାହୁ ୧୦, ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡି ବସିଥିଲେ। ଏହି ସମୟରେ ଅଧିକାରୀମାନେ ଅଧ୍ୟକ୍ଷ ସାହୁଙ୍କଠାରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ତାଙ୍କୁ ଭବାନୀପାଟଣାସ୍ଥିତ ଜିଲା କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚରା କରାଯାଉଥିବା ଜଣାପଡିଛି।
କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ଇନ୍ସପେକ୍ଟର ପ୍ରମିଳା ସୁନା, ଏଏସଆଇ ବେଣୁଧର ବେହେରା, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ। ଏ ନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା (ନଂ.୧୭/୨୪) ରୁଜୁ ହୋଇଥିବା ବେଳେ ଅଧ୍ୟକ୍ଷ ସାହୁଙ୍କ ମେଦିନୀପୁର ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଥିବା ଡିଏସ୍ପି ଆଇନ୍ଦ ସୂଚନା ଦେଇଛନ୍ତି।
The post ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସପାଲ appeared first on Dharitri Odia News.