ଭିସ୍ତାରା ହେବ ଏୟାର ଇଣ୍ଡିଆ; ସୋମବାର ଭିସ୍ତାରା ଏୟାରଲାଇନ୍ସର ଶେଷ ଉଡ଼ାଣ
ନୂଆଦିଲ୍ଲୀ: ସୋମବାର ଭିସ୍ତାରା ଏୟାରଲାଇନ୍ସର ଶେଷ ଉଡ଼ାଣ । ନଭେମ୍ବର ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଆଉ ଉଡ଼ିବନି ଭିସ୍ତାରା ବିମାନ । ଏହାର ମିଶ୍ରଣ ଏୟାର ଇଣ୍ଡିଆ ସହିତ ହେବ । ପରିଚାଳନା ଦାୟିତ୍ବ ମଧ୍ୟରେ ଏୟାର ଇଣ୍ଡିଆ ତୁଲାଇବ । ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାର ଲାଇନ୍ସର ସହଭାଗିତାରେ ଭିସ୍ତାରା ଏୟାରଲାଇଲ୍ ନିଜର ଗନ୍ତବ୍ୟପଥ ସ୍ଥିର କରୁଥିଲା । ଏୟାର ଇଣ୍ଡିଆ ଭାରତ ସରକାରଙ୍କ ଅଧିନରେ ଚାଲିଯିବା ପରେ ଭିସ୍ତାରକୁ ଟାଟା ଗ୍ରୁପର ବିମାନ ବୋଲି କୁହାଯାଉଥିଲା । ଏୟାର ଇଣ୍ଡିଆ ପୁଣି ଥରେ ଟାଟା ଗ୍ରୁପ ହାତକୁ ଆସିବା ପରେ ଭିସ୍ତାର ଏୟାରଲାଇନ୍ସ ଏଥିରେ ମଶ୍ରଣ ହେବାକୁ ଯାଉଛି । ଜଏଣ୍ଟ ଭେଞ୍ଚରରେ ସିଙ୍ଗାପୁର ଏୟାରଲାଇନ୍ସରକୁ ୨୫.୧ ପ୍ରତିଶତ ଅଂଶଧନ ମିଳିବ । ମିଶ୍ରଣର ଏକ ମାସ ପର୍ଯ୍ୟନ୍ତ ଭିସ୍ତାରାରେ ଯାତ୍ରା କରିବାକୁ ଅଗ୍ରୀମ ଟିକେଟ୍ କାଟିଥିବା ପ୍ରାୟ ୧ଲକ୍ଷ ୧୫ ହଜାର ଯାତ୍ରୀ ଏୟାର ଇଣ୍ଡିଆରେ ଯାତ୍ରା କରିବେ । କମ୍ପାନୀ ପକ୍ଷରୁ କୁହାଯାଇଛି, ଯାତ୍ରୀଙ୍କୁ ଭିସ୍ତାରା ଭଳି ସୁବିଧା ଯୋଗାଇ ଦିଆଯିବ । ୨୦୨୨ ନଭେମ୍ବର ମାସରେ ଏୟାର ଇଣ୍ଡିଆରେ ଭିସ୍ତାରା ଏୟାରଲାଇନ୍ସ ମିଶ୍ରଣ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ୨୦୨୪ ନଭେମ୍ବର ୧୨ ତାରିଖରେ ଏୟାରଲାଇନ୍ସ ମିଶ୍ରଣ ହେବ । ସବୁଠୁ ବଡ଼ କଥା ହେଲା ଏହି ମିଶ୍ରଣ ପରେ ସିଙ୍ଗାପୁର ଏୟାର ଲାଇନ୍ସ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ୩,୧୯୫ କୋଟି ଟଙ୍କା
ନୂଆଦିଲ୍ଲୀ: ସୋମବାର ଭିସ୍ତାରା ଏୟାରଲାଇନ୍ସର ଶେଷ ଉଡ଼ାଣ । ନଭେମ୍ବର ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଆଉ ଉଡ଼ିବନି ଭିସ୍ତାରା ବିମାନ । ଏହାର ମିଶ୍ରଣ ଏୟାର ଇଣ୍ଡିଆ ସହିତ ହେବ । ପରିଚାଳନା ଦାୟିତ୍ବ ମଧ୍ୟରେ ଏୟାର ଇଣ୍ଡିଆ ତୁଲାଇବ ।
ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାର ଲାଇନ୍ସର ସହଭାଗିତାରେ ଭିସ୍ତାରା ଏୟାରଲାଇଲ୍ ନିଜର ଗନ୍ତବ୍ୟପଥ ସ୍ଥିର କରୁଥିଲା । ଏୟାର ଇଣ୍ଡିଆ ଭାରତ ସରକାରଙ୍କ ଅଧିନରେ ଚାଲିଯିବା ପରେ ଭିସ୍ତାରକୁ ଟାଟା ଗ୍ରୁପର ବିମାନ ବୋଲି କୁହାଯାଉଥିଲା । ଏୟାର ଇଣ୍ଡିଆ ପୁଣି ଥରେ ଟାଟା ଗ୍ରୁପ ହାତକୁ ଆସିବା ପରେ ଭିସ୍ତାର ଏୟାରଲାଇନ୍ସ ଏଥିରେ ମଶ୍ରଣ ହେବାକୁ ଯାଉଛି । ଜଏଣ୍ଟ ଭେଞ୍ଚରରେ ସିଙ୍ଗାପୁର ଏୟାରଲାଇନ୍ସରକୁ ୨୫.୧ ପ୍ରତିଶତ ଅଂଶଧନ ମିଳିବ । ମିଶ୍ରଣର ଏକ ମାସ ପର୍ଯ୍ୟନ୍ତ ଭିସ୍ତାରାରେ ଯାତ୍ରା କରିବାକୁ ଅଗ୍ରୀମ ଟିକେଟ୍ କାଟିଥିବା ପ୍ରାୟ ୧ଲକ୍ଷ ୧୫ ହଜାର ଯାତ୍ରୀ ଏୟାର ଇଣ୍ଡିଆରେ ଯାତ୍ରା କରିବେ । କମ୍ପାନୀ ପକ୍ଷରୁ କୁହାଯାଇଛି, ଯାତ୍ରୀଙ୍କୁ ଭିସ୍ତାରା ଭଳି ସୁବିଧା ଯୋଗାଇ ଦିଆଯିବ ।
୨୦୨୨ ନଭେମ୍ବର ମାସରେ ଏୟାର ଇଣ୍ଡିଆରେ ଭିସ୍ତାରା ଏୟାରଲାଇନ୍ସ ମିଶ୍ରଣ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ୨୦୨୪ ନଭେମ୍ବର ୧୨ ତାରିଖରେ ଏୟାରଲାଇନ୍ସ ମିଶ୍ରଣ ହେବ । ସବୁଠୁ ବଡ଼ କଥା ହେଲା ଏହି ମିଶ୍ରଣ ପରେ ସିଙ୍ଗାପୁର ଏୟାର ଲାଇନ୍ସ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ୩,୧୯୫ କୋଟି ଟଙ୍କା ଅତିରିକ୍ତ ନିବେଶ କରିବେ ଦୁଇ କାମ୍ପାନି । ଫଳରେ ଏୟାର ଇଣ୍ଡିଆର ୨୫.୧ ପ୍ରତିଶତ ଅଂଶଧନ ହୋଇଯିବ । ପୂର୍ବରୁ ଭିସ୍ତାରାରେ ସିଙ୍ଗାପୁର ଏୟାରଲାଇନ୍ସରେ ୪୯ ପ୍ରତିଶତ ଅଂଶଧନ ଏବଂ ଟାଟା ଗ୍ରୁପର ୫୧ ପ୍ରତିଶତ ଅଂଶଧନ ଥିଲା ।...