୧୧ କେଭି ବିଦ୍ୟୁତ୍‌ ତାର ଲାଗି ଜୀବନ୍ତ ଜଳିଗଲେ ମହିଳା

କେନ୍ଦୁଝର,୧୫।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ରାମଚନ୍ଦ୍ରପୁର ଗ୍ରାମ ନିକଟ ଜଙ୍ଗଲରେ ଛେଳି ଚରାଇବାକୁ ଯାଇଥିବା ଜଣେ ମହିଳା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଜଳି ଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ମୃତକ ହେଲେ ପୂର୍ଣ୍ଣମୀ ମହାନ୍ତ(୫୨)। ତାଙ୍କ ଘର ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମରେ। ତାଙ୍କର ସ୍ବାମୀ ଏବଂ ଦୁଇ ଝିଅ ଓ ପୁଅ ଅଛନ୍ତି । ଖବର ପାଇ ଗ୍ରାମବାସୀ ପହଞ୍ଚି ପୋଲିସ ଏବଂ […] The post ୧୧ କେଭି ବିଦ୍ୟୁତ୍‌ ତାର ଲାଗି ଜୀବନ୍ତ ଜଳିଗଲେ ମହିଳା appeared first on Dharitri Odia News.

୧୧ କେଭି ବିଦ୍ୟୁତ୍‌ ତାର ଲାଗି ଜୀବନ୍ତ ଜଳିଗଲେ ମହିଳା

କେନ୍ଦୁଝର,୧୫।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ରାମଚନ୍ଦ୍ରପୁର ଗ୍ରାମ ନିକଟ ଜଙ୍ଗଲରେ ଛେଳି ଚରାଇବାକୁ ଯାଇଥିବା ଜଣେ ମହିଳା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଜଳି ଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ମୃତକ ହେଲେ ପୂର୍ଣ୍ଣମୀ ମହାନ୍ତ(୫୨)। ତାଙ୍କ ଘର ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମରେ। ତାଙ୍କର ସ୍ବାମୀ ଏବଂ ଦୁଇ ଝିଅ ଓ ପୁଅ ଅଛନ୍ତି ।

ଖବର ପାଇ ଗ୍ରାମବାସୀ ପହଞ୍ଚି ପୋଲିସ ଏବଂ ଦମକଳ ବିଭାଗକୁ ଖବର ଦେଇଥିଲେ। ପୋଲିସ ଏବଂ ଦମକଳ ବିଭାଗ ପହଞ୍ଚି ବିଦ୍ୟୁତ୍‌ ବିଭାଗ ସହାୟତାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୪/୨୦୨୪) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଅନ୍ୟପକ୍ଷେ ବିଦ୍ୟୁତ୍‌ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ, ପୂର୍ଣ୍ଣମୀ ରାମଚନ୍ଦ୍ରପୁର ଗ୍ରାମ ନିକଟ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ହେଲେ ଇନ୍‌ସୁଲେଟରରୁ ୧୧କେଭି ବିଦ୍ୟୁତ୍‌ ତାର ଛିଣ୍ଡି ତଳେ ପଡିଯାଇଥିଲା। ଏହା ଜାଣି ନ ପାରି ପୂର୍ଣ୍ଣମୀ ବିଦ୍ୟୁତ୍‌ ତାର ଉପରେ ପାଦ ପକାଇ ଦେଇଥିଲେ। ଫଳରେ ସେ ତାର ସଂସ୍ପର୍ଶରେ ଆସି ଜୀବନ ପୋଡି ଯାଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲ।

୧୧କେଭି ବିଦ୍ୟୁତ୍‌ ତାର ଛିଣ୍ଡି ପଡିଥିଲେ ହେଁ କର୍ମଚାରୀ ଜାଣି ନ ପାରିବା ବିଭାଗୀୟ କାର୍ଯ୍ୟ ଦକ୍ଷତା ପ୍ରତି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଏପରି କି ବିଦ୍ୟୁତ୍‌ ତାର ଛିଣ୍ଡି ପଡିଲେ ଲାଇନ୍‌ ଟ୍ରିପ୍‌ ହୋଇ ବିଦ୍ୟୁତ୍‌ ବିଚ୍ଛେଦ ହୋଇଯିବା କଥା। ହେଲେ ଏହି କ୍ଷେତ୍ରରେ ଟ୍ରିପ ନ ଯିବା ଘଟଣା ତଦନ୍ତ ସପେକ୍ଷ ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି। ଏନେଇ ଟାଟା ପାୱାର ଏସ୍‌ଡିଓ-୨ ଇଂ.ସନ୍ତୋଷ କୁମାର ପରିଡାଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

The post ୧୧ କେଭି ବିଦ୍ୟୁତ୍‌ ତାର ଲାଗି ଜୀବନ୍ତ ଜଳିଗଲେ ମହିଳା appeared first on Dharitri Odia News.