ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା: ଜାଣନ୍ତୁ କିଏ ଜିତିଲେ କେଉଁ ପୁରସ୍କାର
ନୂଆଦିଲ୍ଲୀ,୧୬।୮: ୭୦ତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାଁ ଶୁକ୍ରବାର ଘୋଷଣା କରାଯାଇଛି। ଚଳିତ ବର୍ଷ ମନୋଜ ବାଜପେୟୀଙ୍କ ଫିଲ୍ମ ‘ଗୁଲମୋହର’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପାଇଛି। ରିଷଭ ଶେଟ୍ଟୀ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘କାନ୍ତାରା’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ୟଶ-ଷ୍ଟାରର୍ ‘କେଜିଏଫ: ଅଧ୍ୟାୟ ୨’ ହେଉଛି ସର୍ବଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର। ୭୦ତମ ଜାତୀୟ ଫିଲ୍ମ ପୁରସ୍କାରରେ ମାଲାୟାଲମ ଚଳଚ୍ଚିତ୍ର ‘ଆଟ୍ଟମ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି। ମାଲାୟାଲମ ଚଳଚ୍ଚିତ୍ର ‘ଆଟ୍ଟମ’ ପାଇଁ […] The post ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା: ଜାଣନ୍ତୁ କିଏ ଜିତିଲେ କେଉଁ ପୁରସ୍କାର appeared first on Dharitri Odia News.
ନୂଆଦିଲ୍ଲୀ,୧୬।୮: ୭୦ତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାଁ ଶୁକ୍ରବାର ଘୋଷଣା କରାଯାଇଛି। ଚଳିତ ବର୍ଷ ମନୋଜ ବାଜପେୟୀଙ୍କ ଫିଲ୍ମ ‘ଗୁଲମୋହର’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପାଇଛି। ରିଷଭ ଶେଟ୍ଟୀ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘କାନ୍ତାରା’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ୟଶ-ଷ୍ଟାରର୍ ‘କେଜିଏଫ: ଅଧ୍ୟାୟ ୨’ ହେଉଛି ସର୍ବଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର।
୭୦ତମ ଜାତୀୟ ଫିଲ୍ମ ପୁରସ୍କାରରେ ମାଲାୟାଲମ ଚଳଚ୍ଚିତ୍ର ‘ଆଟ୍ଟମ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି।
ମାଲାୟାଲମ ଚଳଚ୍ଚିତ୍ର ‘ଆଟ୍ଟମ’ ପାଇଁ ଆନନ୍ଦ ଏକାର୍ସିଙ୍କୁ ଶ୍ରେଷ୍ଠ ସ୍କ୍ରିନ ରାଇଟର୍ ପୁରସ୍କାର ମିଳିଛି।
‘ତିରୁଚିତ୍ରମ୍ବଲମ’ ପାଇଁ ନିତ୍ୟା ମେନେନ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଏବଂ ମାନସୀ ପାରେଖ ‘କୁଚ ଏକ୍ସପ୍ରେସ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି।
୭୦ତମ ଜାତୀୟ ଫିଲ୍ମ ପୁରସ୍କାରରେ ‘ଉଞ୍ଚାଇ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ସୁରଜ ବଡଜାତ୍ୟ।
‘ଭାଲଭି’ ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି।
ଫିଲ୍ମ କାନ୍ତାରା ପାଇଁ ରିଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।
ହିନ୍ଦୀ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ପାଇଁ ପ୍ରୀତମ ଶ୍ରେଷ୍ଠ ସଂଗୀତ ପୁରସ୍କାର ଲାଭ କରିଛନ୍ତି।
The post ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା: ଜାଣନ୍ତୁ କିଏ ଜିତିଲେ କେଉଁ ପୁରସ୍କାର appeared first on Dharitri Odia News.