ଅନନ୍ତନାଗରେ ୨ ଯବାନଙ୍କୁ ଅପହରଣ: ଜଣେ ଖସି ଆସିଲେ, ଅନ୍ୟଜଣଙ୍କୁ ହତ୍ୟା

ଅନନ୍ତନାଗ,୯।୧୦: ଜମ୍ମୁ କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀମାନେ ୨ ଯବାନଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜସ୍ବ ଉଦ୍ୟମରେ ଖସି ଆସିଥିବା ବେଳେ ବୁଧବାର ଜଣେ ନିଖୋଜ ଥିଲେ। ନିଖୋଜ ଯବାନଙ୍କୁ ଖୋଜିବା ଲାଗି ସୁରକ୍ଷା ବାହିନୀ ପକ୍ଷରୁ ଅପରେଶନ ଆରମ୍ଭ କରାଯାଇଥିଲା। ଶେଷରେ ଉକ୍ତ ଯବାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ଶହୀଦ ଯବାନଙ୍କ ଦେହରେ ବୁଲେଟ୍‌ କ୍ଷତ ରହିଛି। କହିରଖୁଛୁ, ଯବାନଙ୍କୁ ଅପହରଣ ଘଟଣା ଏଭଳି ସମୟରେ ଘଟିଛି ଯେତେବେଳେ ରାଜ୍ୟରେ ଭୋଟଗଣନା ଶେଷ […] The post ଅନନ୍ତନାଗରେ ୨ ଯବାନଙ୍କୁ ଅପହରଣ: ଜଣେ ଖସି ଆସିଲେ, ଅନ୍ୟଜଣଙ୍କୁ ହତ୍ୟା appeared first on Dharitri Odia News.

ଅନନ୍ତନାଗରେ ୨ ଯବାନଙ୍କୁ ଅପହରଣ: ଜଣେ ଖସି ଆସିଲେ, ଅନ୍ୟଜଣଙ୍କୁ ହତ୍ୟା

ଅନନ୍ତନାଗ,୯।୧୦: ଜମ୍ମୁ କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀମାନେ ୨ ଯବାନଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜସ୍ବ ଉଦ୍ୟମରେ ଖସି ଆସିଥିବା ବେଳେ ବୁଧବାର ଜଣେ ନିଖୋଜ ଥିଲେ। ନିଖୋଜ ଯବାନଙ୍କୁ ଖୋଜିବା ଲାଗି ସୁରକ୍ଷା ବାହିନୀ ପକ୍ଷରୁ ଅପରେଶନ ଆରମ୍ଭ କରାଯାଇଥିଲା। ଶେଷରେ ଉକ୍ତ ଯବାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ଶହୀଦ ଯବାନଙ୍କ ଦେହରେ ବୁଲେଟ୍‌ କ୍ଷତ ରହିଛି।

କହିରଖୁଛୁ, ଯବାନଙ୍କୁ ଅପହରଣ ଘଟଣା ଏଭଳି ସମୟରେ ଘଟିଛି ଯେତେବେଳେ ରାଜ୍ୟରେ ଭୋଟଗଣନା ଶେଷ ହୋଇଛି। ବର୍ତ୍ତମାନ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ଏମିତିରେ ରାଜ୍ୟ ସରକାରଙ୍କ ପାଇଁ ଆହ୍ବାନ ବୃଦ୍ଧି ପାଇବ। ସଫଳତାର ସହ ନିର୍ବାଚନ ଶେଷ ହୋଇଥିବାରୁ ପାକିସ୍ତାନ ଏବଂ ପାକ୍‌ ସମର୍ଥକ ସଂଗଠନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାପରେ ଏବେ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ମଙ୍ଗଳବାର ଟେରିଟେରାଲ୍‌ ଆର୍ମିର ଯବାନଦ୍ୱୟ ନିଖୋଜ ଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେଶନ କରାଯାଉଥିଲା।

The post ଅନନ୍ତନାଗରେ ୨ ଯବାନଙ୍କୁ ଅପହରଣ: ଜଣେ ଖସି ଆସିଲେ, ଅନ୍ୟଜଣଙ୍କୁ ହତ୍ୟା appeared first on Dharitri Odia News.