ପାକିସ୍ତାନରେ ହେବ ୨୦୨୫ ଚମ୍ପିଅନ ଟ୍ରଫି; ଆଇସିସି ଲଗାଇଲା ମୋହର, କ’ଣ ବାବରଙ୍କ ଦେଶକୁ ଯିବ ଟିମ୍ ଇଣ୍ଡିଆ ?
ନୂଆଦିଲ୍ଲୀ ୨୪।୦୬: ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ ପାକିସ୍ତାନ । ଆଇସିସି ଦେଲା ସବୁଜ ସଙ୍କେତ । ୭ଟି ଦେଶର ଟିମ୍ ହେବେ ସାମିଲ୍ । ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆକୁ ଯିବାକୁ ପଡିପାରେ ପାକିସ୍ତାନ । ଏବେ ପ୍ରଶ୍ନ ଆସୁଛି ବାବରଙ୍କ ଦେଶରେ ଯାଇ ଖେଳିବେ କି ଟିମ୍ ଇଣ୍ଡିଆ ପ୍ଲେୟର ? ଆସନ୍ତା ବର୍ଷ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି ପାକିସ୍ତାନ । ୧୯୯୬ ବିଶ୍ୱକପ ପରେ ଏହା ପ୍ରଥମ ଆଇସିସି ଟୁର୍ନାମେଣ୍ଟ ହେବ, ଯାହା ପାକିସ୍ତାନରେ ଖେଳାଯିବ । ସୁରକ୍ଷା ବ୍ୟବସ୍ଥାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅନେକ ସମୟରେ ସମାଲୋଚିତ ହୋଇଆସୁଥିଲା । କିନ୍ତୁ ଶେଷରେ ଅନ୍ତର୍ଜାତୀୟ କ୍ରିକେଟ୍ ଆସୋସିଏସନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୫ର କାର୍ଯ୍ୟସୂଚୀକୁ ଅନୁମୋଦନ କରିଛି । PCB ପ୍ରାୟ ୨ ସପ୍ତାହ ପୂର୍ବରୁ ଆଇସିସିକୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ପଠାଇଥିଲା । ଯାହା ଅନୁଯାୟୀ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମ୍ୟାଚ୍ । ରିପୋର୍ଟ ଅନୁଯାୟୀ ଆଇସିସି ପ୍ରସ୍ତାବିତ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରିନାହିଁ । ଏହି କାର୍ଯ୍ୟସୂଚୀ ଚଳିତ ମାସ ଶେଷ ସୁଦ୍ଧା ଅନ୍ୟ ୭ଟି ଦେଶର ବୋର୍ଡକୁ ପଠାଯିବ । ତେବେ ଏହି ଚାମ୍ପିଅନ୍ ଟ୍ରଫିର ଅଂଶ ଆୟୋଜକ ପାକିସ୍ତାନ, ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ଆଫଗାନିସ୍ତାନ ହେବାକୁ ଯାଉଛନ୍ତି । ପ୍ରସ୍ତାବ
ନୂଆଦିଲ୍ଲୀ ୨୪।୦୬: ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ ପାକିସ୍ତାନ । ଆଇସିସି ଦେଲା ସବୁଜ ସଙ୍କେତ । ୭ଟି ଦେଶର ଟିମ୍ ହେବେ ସାମିଲ୍ । ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆକୁ ଯିବାକୁ ପଡିପାରେ ପାକିସ୍ତାନ । ଏବେ ପ୍ରଶ୍ନ ଆସୁଛି ବାବରଙ୍କ ଦେଶରେ ଯାଇ ଖେଳିବେ କି ଟିମ୍ ଇଣ୍ଡିଆ ପ୍ଲେୟର ?
ଆସନ୍ତା ବର୍ଷ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି ପାକିସ୍ତାନ । ୧୯୯୬ ବିଶ୍ୱକପ ପରେ ଏହା ପ୍ରଥମ ଆଇସିସି ଟୁର୍ନାମେଣ୍ଟ ହେବ, ଯାହା ପାକିସ୍ତାନରେ ଖେଳାଯିବ । ସୁରକ୍ଷା ବ୍ୟବସ୍ଥାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅନେକ ସମୟରେ ସମାଲୋଚିତ ହୋଇଆସୁଥିଲା ।
କିନ୍ତୁ ଶେଷରେ ଅନ୍ତର୍ଜାତୀୟ କ୍ରିକେଟ୍ ଆସୋସିଏସନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୫ର କାର୍ଯ୍ୟସୂଚୀକୁ ଅନୁମୋଦନ କରିଛି । PCB ପ୍ରାୟ ୨ ସପ୍ତାହ ପୂର୍ବରୁ ଆଇସିସିକୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ପଠାଇଥିଲା । ଯାହା ଅନୁଯାୟୀ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମ୍ୟାଚ୍ ।
ରିପୋର୍ଟ ଅନୁଯାୟୀ ଆଇସିସି ପ୍ରସ୍ତାବିତ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରିନାହିଁ । ଏହି କାର୍ଯ୍ୟସୂଚୀ ଚଳିତ ମାସ ଶେଷ ସୁଦ୍ଧା ଅନ୍ୟ ୭ଟି ଦେଶର ବୋର୍ଡକୁ ପଠାଯିବ । ତେବେ ଏହି ଚାମ୍ପିଅନ୍ ଟ୍ରଫିର ଅଂଶ ଆୟୋଜକ ପାକିସ୍ତାନ, ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ଆଫଗାନିସ୍ତାନ ହେବାକୁ ଯାଉଛନ୍ତି ।
ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ ଲାହୋରର ଗଦାଫି ଷ୍ଟାଡିୟମରେ ଭାରତର ସବୁ ମ୍ୟାଚ୍ ଖେଳାଯିବ । ଏହି ସୂଚୀ ଅନୁଯାୟୀ, ମାର୍ଚ୍ଚ ୯ରେ ଭାରତ-ପାକିସ୍ଥାନ ମଧ୍ୟରେ ଖେଳାଯିବ ହାଇ ଭୋଲଟେଜ୍ ମ୍ୟାଚ୍ । ଏହି ମ୍ୟାଚର ଆୟୋଜନ ପାଇଁ ଗଦାଫି ଷ୍ଟାଡିୟମ ବ୍ୟତୀତ କରାଚି ନ୍ୟାସନାଲ ଷ୍ଟାଡିୟମ ଏବଂ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମକୁ ଚୟନ କରାଯାଇଛି।
ଯଦିଓ ଆଇସିସି PCBର ପ୍ରସ୍ତାବିତ କାର୍ଯ୍ୟସୂଚୀକୁ ସବୁଜ ସଙ୍କେତ ଦେଇଛି କିନ୍ତୁ ବିସିସିଆଇ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର ସମ୍ଭାବନା ଅଧିକ ରହିଛି । ଗତବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହୋଇଥିବା ୫୦ ଓଭର ଫର୍ମାଟରେ ଏସିଆ କପ୍ ଖେଳାଯାଇଥିଲା । କିନ୍ତୁ ଭାରତ ପାକିସ୍ତାନରେ ଖେଳିବାକୁ ମନା କରିଦେଇଥିଲା। ଏହି କାରଣରୁ ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆର ସବୁ ମ୍ୟାଚ୍ ଖେଳାଯାଇଥିଲା ।
ତେବେ ଚଳିତଥର ମଧ୍ୟ ସମାନ ଘଟଣା ଘଟିବ ବୋଲି ଆଶା କରାଯାଉଛି । ଅନୁମାନ ଅନୁଯାୟୀ ଭାରତର ମ୍ୟାଚ୍ ୟୁଏଇରେ, ଆଉ ଅନ୍ୟ ଟିମ୍ର ମ୍ୟାଚ୍ ପାକିସ୍ତାନରେ ଅନୁଷ୍ଠିତ ହୋଇପାରେ । ତେବେ ଦେଖିବାକୁ ବାକି ରହିଲା ଟିମ୍ ଇଣ୍ଡିଆ ପାକିସ୍ତାନକୁ ଚାମ୍ପିଅନ୍ ଟ୍ରଫି ଖେଳିବାକୁ ଯିବ କି ନାହିଁ ।