ସବୁ ଜିଲ୍ଲାପାଳଙ୍କୁ ଚିଠି, ରାଜ୍ୟରେ ଅନାଥ ପିଲାଙ୍କ ସଂଖ୍ୟା କେତେ, ତୁରନ୍ତ ସର୍ଭେ କରାଯାଉ...

ଭୁବନେଶ୍ୱର ୦୩।୦୬ : ଅନାଥ ପିଲାଙ୍କ ହେବ ସର୍ଭେ । ରାଜ୍ୟରେ କେତେ ସଂଖ୍ୟକ ଅନାଥ ପିଲା ରହିଛନ୍ତି । ସେନେଇ ସର୍ଭେ କରିବେ ରାଜ୍ୟ ସରକାର । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି ।ସେହିପରି ଆଗାମୀ ଦିନରେ ହେବାକୁ ଥିବା ସର୍ଭେର ଗାଇଡ ଲାଇନ୍‌ ବି ସମସ୍ତ ଜିଲ୍ଲାପାଳଙ୍କୁ ପଠାଇଛି ବିଭାଗ ।  ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ମଙ୍ଗଳ ଅଧିକାରୀ, ସିଡିପିଓ ଏବଂ ଡିସପିଓଙ୍କୁ ଦାୟିତ୍ୱ ଦିଆଯାଇଛି। ଅଙ୍ଗନବାଡି କେନ୍ଦ୍ର ଗୁଡିକ ଜରିଆରେ ଅନାଥ ପିଲାଙ୍କର ସର୍ଭେ କରିବେ ସରକାର । ଗାଇଡ଼ ଲାଇନ ପଠାଇ ଏହାକୁ ତୁରନ୍ତ ଭାବେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସବୁ ଜିଲ୍ଲାପାଳଙ୍କୁ ଚିଠି, ରାଜ୍ୟରେ ଅନାଥ ପିଲାଙ୍କ ସଂଖ୍ୟା କେତେ, ତୁରନ୍ତ ସର୍ଭେ କରାଯାଉ...

ଭୁବନେଶ୍ୱର ୦୩।୦୬ : ଅନାଥ ପିଲାଙ୍କ ହେବ ସର୍ଭେ । ରାଜ୍ୟରେ କେତେ ସଂଖ୍ୟକ ଅନାଥ ପିଲା ରହିଛନ୍ତି । ସେନେଇ ସର୍ଭେ କରିବେ ରାଜ୍ୟ ସରକାର । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି ।

ସେହିପରି ଆଗାମୀ ଦିନରେ ହେବାକୁ ଥିବା ସର୍ଭେର ଗାଇଡ ଲାଇନ୍‌ ବି ସମସ୍ତ ଜିଲ୍ଲାପାଳଙ୍କୁ ପଠାଇଛି ବିଭାଗ ।  ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ମଙ୍ଗଳ ଅଧିକାରୀ, ସିଡିପିଓ ଏବଂ ଡିସପିଓଙ୍କୁ ଦାୟିତ୍ୱ ଦିଆଯାଇଛି। ଅଙ୍ଗନବାଡି କେନ୍ଦ୍ର ଗୁଡିକ ଜରିଆରେ ଅନାଥ ପିଲାଙ୍କର ସର୍ଭେ କରିବେ ସରକାର । ଗାଇଡ଼ ଲାଇନ ପଠାଇ ଏହାକୁ ତୁରନ୍ତ ଭାବେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।