ରେଙ୍ଗାଲି ଜଳ ଭଣ୍ଡାରରେ ବୁଡି ଦୁଇ ପୁଅ ମୃତ, ମା’ ନିଖୋଜ, ଅଳ୍ପକେ ବର୍ତ୍ତିଲେ ବାପା

ଦେବଗଡ,୨୨।୫,(ଶଶାଙ୍କ ଶେଖର ଝାଙ୍କର): ଦେବଗଡ କୁଣ୍ଢେଇଗୋଳା ଥାନା ତଲେଇସର ନିକଟ ରେଙ୍ଗାଳି ଜଳଭଣ୍ଡାରରେ ଘଟିଛି ବଡ଼ ଅଘଟଣ। ରେଙ୍ଗାଲି ଜଳ ଭଣ୍ଡାରରେ ବୁଡି ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ନିଖୋଜ ଥିବା ସୂଚନା ମିଳିଛି। ହେଲେ ଏହି ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପା। ସୂଚନାଯୋଗ୍ୟ, ଦୁଇ ନାବାଳକ ପୁଅଙ୍କ ସହ ବାପା ଓ ମା’ ମାଛ ମାରିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି। ଏମାନେ ଜଳଭଣ୍ଡାର ଭିତରକୁ ମାଛ ମାରିବାକୁ ଯାଇଥିବା ବେଳେ, […] The post ରେଙ୍ଗାଲି ଜଳ ଭଣ୍ଡାରରେ ବୁଡି ଦୁଇ ପୁଅ ମୃତ, ମା’ ନିଖୋଜ, ଅଳ୍ପକେ ବର୍ତ୍ତିଲେ ବାପା appeared first on Dharitri Odia News.

ରେଙ୍ଗାଲି ଜଳ ଭଣ୍ଡାରରେ ବୁଡି ଦୁଇ ପୁଅ ମୃତ, ମା’ ନିଖୋଜ, ଅଳ୍ପକେ ବର୍ତ୍ତିଲେ ବାପା

ଦେବଗଡ,୨୨।୫,(ଶଶାଙ୍କ ଶେଖର ଝାଙ୍କର): ଦେବଗଡ କୁଣ୍ଢେଇଗୋଳା ଥାନା ତଲେଇସର ନିକଟ ରେଙ୍ଗାଳି ଜଳଭଣ୍ଡାରରେ ଘଟିଛି ବଡ଼ ଅଘଟଣ। ରେଙ୍ଗାଲି ଜଳ ଭଣ୍ଡାରରେ ବୁଡି ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ନିଖୋଜ ଥିବା ସୂଚନା ମିଳିଛି। ହେଲେ ଏହି ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପା। ସୂଚନାଯୋଗ୍ୟ, ଦୁଇ ନାବାଳକ ପୁଅଙ୍କ ସହ ବାପା ଓ ମା’ ମାଛ ମାରିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି। ଏମାନେ ଜଳଭଣ୍ଡାର ଭିତରକୁ ମାଛ ମାରିବାକୁ ଯାଇଥିବା ବେଳେ, ବିଳମ୍ବିତ ରାତିରେ ଡଙ୍ଗା ଓଲଟି ପଡିବାରୁ ଏମାନେ ବୁଡି ଯାଇଥିଲେ। ଏବେ ଦୁଇ ନାବାଳକ ପୁଅଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ମହିଳା ଜଣଙ୍କ ନିଖୋଜ ଅଛନ୍ତି। ମୃତ ଶିଶୁଙ୍କ ମଧ୍ୟରେ ଜଣଙ୍କର ବୟସ ୬ ବର୍ଷ ହୋଇଥିବା ବେଳେ ଜଣଙ୍କର ବୟସ ୩ ବର୍ଷ ବୋଲି ଜଣାପଡିଛି।

The post ରେଙ୍ଗାଲି ଜଳ ଭଣ୍ଡାରରେ ବୁଡି ଦୁଇ ପୁଅ ମୃତ, ମା’ ନିଖୋଜ, ଅଳ୍ପକେ ବର୍ତ୍ତିଲେ ବାପା appeared first on Dharitri Odia News.