ଘର ଆଗରେ ହୁତ୍ହୁତ୍ ହୋଇ ଜଳିଗଲା କାର୍
ବାଲିଗୁଡ଼ା,୩୧ା୭(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପିପଳ ସାହିରେ ଘର ଆଗରେ ଥିବା ଏକ କାର୍ ନିଆଁ ଲାଗି ଜଳିଯାଇଛି। ତେବେ କାର୍ଟି କେଉଁ କାରଣରୁ ଜଳିଗଲା ତାହା ଏଯାଏ ସ୍ପଷ୍ଟ ଜଣାପଡ଼ିନାହିଁ। ସୂଚନାନୁଯାୟୀ, ସବୁଦିନ ଭଳି ସମୀର ବଳିଆରସିଂ ନିଜ ଘର ଆଗରେ ଓ୍ବାଗନର କାର୍ (ଓଡି-୦୨-ସିକ୍ୟୁ-୨୩୫୩) ରଖି ଘରେ ଶୋଇଥିଲେ। ତେବ ବିଳମ୍ବିତ ରାତିରେ ପରିବାର ଲୋକେ ବାହାରକୁ ବାହାରିଥିବା ବେଳେ ତାଙ୍କ କାର୍ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଅଗ୍ନିଶମ […] The post ଘର ଆଗରେ ହୁତ୍ହୁତ୍ ହୋଇ ଜଳିଗଲା କାର୍ appeared first on Dharitri Odia News.
ବାଲିଗୁଡ଼ା,୩୧ା୭(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପିପଳ ସାହିରେ ଘର ଆଗରେ ଥିବା ଏକ କାର୍ ନିଆଁ ଲାଗି ଜଳିଯାଇଛି। ତେବେ କାର୍ଟି କେଉଁ କାରଣରୁ ଜଳିଗଲା ତାହା ଏଯାଏ ସ୍ପଷ୍ଟ ଜଣାପଡ଼ିନାହିଁ।
ସୂଚନାନୁଯାୟୀ, ସବୁଦିନ ଭଳି ସମୀର ବଳିଆରସିଂ ନିଜ ଘର ଆଗରେ ଓ୍ବାଗନର କାର୍ (ଓଡି-୦୨-ସିକ୍ୟୁ-୨୩୫୩) ରଖି ଘରେ ଶୋଇଥିଲେ। ତେବ ବିଳମ୍ବିତ ରାତିରେ ପରିବାର ଲୋକେ ବାହାରକୁ ବାହାରିଥିବା ବେଳେ ତାଙ୍କ କାର୍ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଅଗ୍ନିଶମ ବାହିନୀକୁ ଜଣାଇଥିଲେ ସମୀର। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଧାସରେ ପଡ଼ୋଶୀ ଘରର ଇଲେକ୍ଟ୍ରି ତାର ଜଳିଯାଇ ବିଦ୍ୟୁତ୍ ସଂଯୋଗ ଘଟିଯାଇଥିବା ବେଳେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ସେପଟେ ଛ’ ମାସ ହେବ ଏହି କାର୍ଟି କିଣିଥିବା କହିଛନ୍ତି ସମୀର। ପାଖ ପଡ଼ୋଶୀଙ୍କ ସମେତ ଅଞ୍ଚଳର ସମସ୍ତଙ୍କ ସହ ମୋର ଭଲ ସମ୍ପର୍କ ଅଛି ଏବଂ ମୋର କାହା ସହ ଶତ୍ରୁତା ନାହଁ । ହେଲେ ମୋ’ ଗାଡ଼ିରେ କେମିତି ନିଆଁ ଲାଗିଲା ମୁଁ ସେକଥା ଜାଣିନାହିଁ ବୋଲି କହିଛନ୍ତି କାର୍ ମାଲିକ ସମୀର କହିଛନ୍ତି।
The post ଘର ଆଗରେ ହୁତ୍ହୁତ୍ ହୋଇ ଜଳିଗଲା କାର୍ appeared first on Dharitri Odia News.