କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼…

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୋର ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ସେମାନେ ଫେରାର ହୋଇଯାଇଥିଲେ। ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ ସୁପରଷ୍ଟାରଙ୍କ ଘର ଉପରେ ଆକ୍ରମଣ ପ୍ରଶଂସକଙ୍କ ଚିନ୍ତା ଦ୍ୱିଗୁଣିତ କରିଥିଲା। ଏମିତିରେ ସେ କାହା ଟାର୍ଗେଟରେ ତାହାକୁ ନେଇ ପୋଲିସ ସିସିଟିଭି ଆଧାରରେ ଖୋଳତାଡ଼ ଆରମ୍ଭ କରିଛି। ବିଗତ […] The post କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼… appeared first on Dharitri Odia News.

କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼…

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୋର ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ସେମାନେ ଫେରାର ହୋଇଯାଇଥିଲେ। ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ ସୁପରଷ୍ଟାରଙ୍କ ଘର ଉପରେ ଆକ୍ରମଣ ପ୍ରଶଂସକଙ୍କ ଚିନ୍ତା ଦ୍ୱିଗୁଣିତ କରିଥିଲା। ଏମିତିରେ ସେ କାହା ଟାର୍ଗେଟରେ ତାହାକୁ ନେଇ ପୋଲିସ ସିସିଟିଭି ଆଧାରରେ ଖୋଳତାଡ଼ ଆରମ୍ଭ କରିଛି।

ବିଗତ କିଛି ବର୍ଷର ଘଟଣାବଳୀକୁ ଦେଖିଲେ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ରହି ଆସିଛନ୍ତି ସଲମାନ। ଲରେନ୍ସ ବିଶ୍ନୋଇ ଏବଂ ଭାରତ-କାନାଡ଼ାର ଓ୍ବାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ଗୋଲ୍ଡି ଅନେକ ଥର ସଲମାନଙ୍କୁ ମାରିବାକୁ ଘୋଷଣା କରିଛନ୍ତି। ଅନେକ ଥର ଏଥିଲାଗି ନିଜର ଶୁଟର୍‌ ମଧ୍ୟ ସେମାନେ ପଠାଇଥିଲେ। ୨୦୧୮ରେ ଗ୍ୟାଙ୍ଗଷ୍ଟାର ସପନ୍ତ ନେହେରା ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟକୁ ରେକି କରିବାକୁ ଯାଇଥିlଲେ। ହେଲେ ସେ କିଛି କରିବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଥିଲା।

ଏବେ ସଲମାନଙ୍କୁ ବିଶ୍ନୋଇ ଗ୍ୟାଙ୍ଗରୁ ବିପଦ ରହିଛି। ଏହାକୁ ନେଇ ମୁମ୍ବାଇ ପୋଲିସ,ଦିଲ୍ଲୀ ପୋଲିସ ସମେତ ପ୍ରାୟ ସମସ୍ତ ଯାଞ୍ଚ ଏଜେନ୍ସିଙ୍କୁ ଜଣାଅଛି। ଏହାକୁ ନେଇ ସଲମାନଙ୍କୁ ମୁମ୍ବାଇ ପୋଲିସ ସୁରକ୍ଷା ଯୋଗାଉଛି। ସେ ଯେଉଁଆଡକୁ ଯାଇଥାନ୍ତି ସୁରକ୍ଷା ଟାଇଟ୍‌ ଥାଏ।

The post କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼… appeared first on Dharitri Odia News.