ଗିନିଜ ବୁକ ଅଫ୍ ରେକର୍ଡରେ ସାମିଲ କଳାକାରଙ୍କୁ ଭବ୍ୟ ସ୍ବାଗତ
କେସିଙ୍ଗା ୨୯।୧(ତୁମେଶ୍ୱର ସାହୁ):କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର କଳାକାର ଗିନିଜ ବୁକରେ ସ୍ଥାନ ପାଇଥିବାରୁ ରେଳବାଇ ଷ୍ଟେଶନରେ ବୁଧବାର ଭବ୍ୟ ସ୍ବାଗତ ଓସମ୍ବର୍ଦ୍ଧନା କରାଯାଇଛି। ଦିଲ୍ଲୀର ଇଣ୍ଡିଆ ଗେଟରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ଦେଶର ସବୁଠୁ ବଡ଼ ସଂସ୍କୃତି ସମ୍ମିଶ୍ରଣ ନୃତ୍ୟରେ ୫ ହଜାର କଳାକାର ମଧ୍ୟରେ କଳାହାଣ୍ଡି କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୬୦ ଜଣ କଳାକାର ଡାଲ ଖାଇ ନୃତ୍ୟରେ ଗିନିଜ ବୁକରେ ସ୍ଥାନ ପାଇଥିଲେ। କଳାକାର ରେଳ ଷ୍ଟେଶନରେ ଆଜି […] The post ଗିନିଜ ବୁକ ଅଫ୍ ରେକର୍ଡରେ ସାମିଲ କଳାକାରଙ୍କୁ ଭବ୍ୟ ସ୍ବାଗତ appeared first on Dharitri Odia News.
କେସିଙ୍ଗା ୨୯।୧(ତୁମେଶ୍ୱର ସାହୁ):କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର କଳାକାର ଗିନିଜ ବୁକରେ ସ୍ଥାନ ପାଇଥିବାରୁ ରେଳବାଇ ଷ୍ଟେଶନରେ ବୁଧବାର ଭବ୍ୟ ସ୍ବାଗତ ଓସମ୍ବର୍ଦ୍ଧନା କରାଯାଇଛି। ଦିଲ୍ଲୀର ଇଣ୍ଡିଆ ଗେଟରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ଦେଶର ସବୁଠୁ ବଡ଼ ସଂସ୍କୃତି ସମ୍ମିଶ୍ରଣ ନୃତ୍ୟରେ ୫ ହଜାର କଳାକାର ମଧ୍ୟରେ
କଳାହାଣ୍ଡି କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୬୦ ଜଣ କଳାକାର ଡାଲ ଖାଇ ନୃତ୍ୟରେ ଗିନିଜ ବୁକରେ ସ୍ଥାନ ପାଇଥିଲେ।
କଳାକାର ରେଳ ଷ୍ଟେଶନରେ ଆଜି ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେମାନଙ୍କୁ ବାଜା ଓ ପୁଷ୍ପ ଗୁଚ୍ଛରେ ସ୍ବାଗତ କରାଯାଇଥିଲା। ସ୍ବାଗତ ପାଇଁ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ,ପୂର୍ବତନ ନଗରପାଳ ରାମ କୁମାର ଜୈନ,ସମାଜସେବୀ ପ୍ରମୋଦ ଦାଶ, ରମେଶ ପଟ୍ଟନାୟକ, ନଳୀନ ପଟ୍ଟନାୟକ, ପ୍ରସନ୍ନ ମହାନ୍ତି,ବି ଏସ ଏ ସଭାପତି ସୁଶାନ୍ତ ମହାପାତ୍ର, ସମ୍ପାଦକ ଅକ୍ଷୟ କୁମାର ଦାସ,କୋଷାଦକ୍ଷ ବିକ୍ରମ ବାରିକ ,ଅଜୟ ଜେନା ,ସୁରେଶ ମହାନନ୍ଦ, ସଂଗ୍ରାମ ବାରିକ,କୁଞ୍ଜ ସାହୁ, ଓ ବିଏସଏର ବହୁ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।
ପ୍ରଥମଥର ପରେଡରେ ଦେଶର ବିଭିନ୍ନ ରାଜ୍ୟର ୪୫ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା। ବିଭିନ୍ନ ନୃତ୍ୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ଡାଲ ଖାଇ ନୃତ୍ୟ ବି ସ୍ଥାନ ପାଇଥିଲା।
The post ଗିନିଜ ବୁକ ଅଫ୍ ରେକର୍ଡରେ ସାମିଲ କଳାକାରଙ୍କୁ ଭବ୍ୟ ସ୍ବାଗତ appeared first on Dharitri Odia News.