ପିଏମ୍ ସୂର୍ଯ୍ୟଘର ପାଇଁ ସହାୟତା ଦେବେ ରାଜ୍ୟ ସରକାର
ଭୁବନେଶ୍ୱର,୧୩ା୧୧(ଅନିଲ ଦାସ):ରାଜ୍ୟର ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ ୨୦୨୦କୁ ଓଡ଼ିଶା ସକ୍ରିୟ ଭାବେ କାର୍ଯ୍ୟକାରୀ କରୁଛି। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ଅଧିକ ଆକର୍ଷିତ କରିବାକୁ ଓଡ଼ିଶା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚିନ୍ତା କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି। ନୂଆଦିଲ୍ଲୀର ଯଶୋଭୂମିଠାରେ ମଙ୍ଗଳବାର ଅନୁଷ୍ଠିତ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗଦେଇ ସେ କହିଛନ୍ତି ଯେ, ଓଡ଼ିଶା ୮୮୫୬ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ କରି ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିଛି। ୨୦୩୦ ସୁଦ୍ଧା […] The post ପିଏମ୍ ସୂର୍ଯ୍ୟଘର ପାଇଁ ସହାୟତା ଦେବେ ରାଜ୍ୟ ସରକାର appeared first on Dharitri Odia News.
ଭୁବନେଶ୍ୱର,୧୩ା୧୧(ଅନିଲ ଦାସ):ରାଜ୍ୟର ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ ୨୦୨୦କୁ ଓଡ଼ିଶା ସକ୍ରିୟ ଭାବେ କାର୍ଯ୍ୟକାରୀ କରୁଛି। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ଅଧିକ ଆକର୍ଷିତ କରିବାକୁ ଓଡ଼ିଶା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚିନ୍ତା କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି।
ନୂଆଦିଲ୍ଲୀର ଯଶୋଭୂମିଠାରେ ମଙ୍ଗଳବାର ଅନୁଷ୍ଠିତ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗଦେଇ ସେ କହିଛନ୍ତି ଯେ, ଓଡ଼ିଶା ୮୮୫୬ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ କରି ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିଛି। ୨୦୩୦ ସୁଦ୍ଧା ୧୫୬୦୩ ମେଗାଓ୍ବାଟ ଶକ୍ତି ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ସେଥିମଧ୍ୟରୁ ଅଧାରୁ ଅଧିକ ଅକ୍ଷୟ ଶକ୍ତିର ଉତ୍ସରୁ ପ୍ରସ୍ତୁତ ହେବ। ୨୦୩୦ ସୁଦ୍ଧା ରାଜ୍ୟର ଅକ୍ଷୟ ଶକ୍ତି କ୍ଷମତା ୧୦,୦୦୦ ମେଗାୱାଟ୍ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଶକ୍ତି ସରଂକ୍ଷଣକୁ ପ୍ରାଥମିକତା ଦେଇ ଓଡ଼ିଶା ୧୦,୦୦୦ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ପିଏସ୍ପି ପ୍ଲାଣ୍ଟ ପାଇଁ ଯୋଜନା କରୁଛି। ଏହି ପ୍ରକଳ୍ପଗୁଡିକୁ ଆର୍ଥିକ ଦୃଷ୍ଟିରୁ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟାଟେରି ଏନର୍ଜି ଷ୍ଟୋରେଜ ସିଷ୍ଟମ (ବିଏସ୍ଏସ୍) ଏବଂ ପିଏସ୍ପି ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ସହାୟତା ବୃଦ୍ଧି କରିବାକୁ କେ.ଭି. କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଅଣ ପାରମ୍ପରିକ ଶକ୍ତି ପ୍ରକଳ୍ପଗୁଡ଼ିକୁ ଜାତୀୟ ଗ୍ରୀଡ୍ ସହିତ ସଂଯୋଗ କରିବା ପାଇଁ ଗ୍ରୀନ୍ ଏନର୍ଜି କରିଡରର ତୃତୀୟ ପର୍ଯ୍ୟାୟ ସକାଶେ କେନ୍ଦ୍ରୀୟ ସହାୟତା ଲୋଡିଛନ୍ତି। ସାରା ରାଜ୍ୟରେ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ନିମନ୍ତେ ଆବଶ୍ୟକ ପ୍ରମୁଖ ପ୍ରକଳ୍ପଗୁଡ଼ିକର ତ୍ୱରିତ ପରିବେଶ ମଞ୍ଜୁରୀ ବିଷୟ ଉପରେ କେ.ଭି. ଆଲୋକପାତ କରିଥିଲେ। ଲୋ କାର୍ବନ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟୁତ ଉତ୍ପାଦନ ପାଇଁ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ଅକ୍ଷୟ ଶକ୍ତିର ବ୍ୟବହାର ବୃଦ୍ଧି କରିବାକୁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ। ଶକ୍ତି କ୍ଷେତ୍ରରେ ସଂସ୍କାର, ସୁଦୃଢ଼ ଭିତ୍ତିଭୂମି, ପ୍ରଗତିଶୀଳ ରଣନୀତି, ଅକ୍ଷୟ ଶକ୍ତି ବିକାଶ କ୍ଷେତ୍ରରେ ପୁଞ୍ଜି ବିନିଯୋଗରେ ଓଡ଼ିଶା ସମଗ୍ର ଭାରତର ଶକ୍ତି କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି।
ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶାର ନେତୃତ୍ୱ ତଥା ଭାରତର ସବୁଜ ଶକ୍ତି ଲକ୍ଷ୍ୟକୁ ନେଇ ଅଗ୍ରଗତି କରୁଥିବା ବେଳେ ଏହାର ଶକ୍ତି ଭିତ୍ତିଭୂମି ଆଧୁନିକୀକରଣ ପାଇଁ ପ୍ରତିବଦ୍ଧତା ଉପରେ ସିଂଦେଓ ଆଲୋକପାତ କରିଛନ୍ତି। ବିଦ୍ୟୁତ ବିତରଣରେ ପବ୍ଲିକ-ପ୍ରାଇଭେଟ ପାର୍ଟନରଶିପ୍ (ପିପିପି) ମଡେଲଗୁଡ଼ିକର ସଫଳ ରୂପାୟନ ରାଜ୍ୟର ୪ଟି ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟଦକ୍ଷତା ଓ ଆର୍ଥିକ କ୍ଷମତାକୁ ସୁଦୃଢ଼ କରିଛି। ପୁନରୁଦ୍ଧାର ବିତରଣ କ୍ଷେତ୍ର ଯୋଜନା (ଆରଡିଏସ୍ଏସ୍) ଅନ୍ତର୍ଗତ ୩୦୬୯ କୋଟି ଟଙ୍କାର ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ ଭିତ୍ତିଭୂମି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଚାରାଧୀନ ରହିଛି ବୋଲି ସିଂଦେଓ କହିଛନ୍ତି। ଏହ ସମ୍ମିଳନୀରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ମଧ୍ୟ ଉପସ୍ଥିତ ଥିଲେ।
The post ପିଏମ୍ ସୂର୍ଯ୍ୟଘର ପାଇଁ ସହାୟତା ଦେବେ ରାଜ୍ୟ ସରକାର appeared first on Dharitri Odia News.