ଏହି କ୍ରିକେଟର୍ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ
ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ ଜୀବନ ବଞ୍ଚାଇ ଦେଇଛି। ହ୍ବିଟଲଙ୍କ ସ୍ତ୍ରୀ ସ୍ବାମୀଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ୨୦୧୩ରେ, ହ୍ବିଟଲଙ୍କ ଶଯ୍ୟା ତଳେ ଏକ ୮ ଫୁଟ ଲମ୍ବା କୁମ୍ଭୀର ଆସିଥିଲା, କୁମ୍ଭୀରଟି ସେ ଶୋଇଥିବା ଶଯ୍ୟା ତଳେ ରାତିସାରା ଥିଲା। ଏବେ ତାଙ୍କ ଚିତାବାଘ ଆକ୍ରମଣ କରିଛି। ହ୍ବିଟଲଙ୍କ […] The post ଏହି କ୍ରିକେଟର୍ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ appeared first on Dharitri Odia News.
ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ ଜୀବନ ବଞ୍ଚାଇ ଦେଇଛି। ହ୍ବିଟଲଙ୍କ ସ୍ତ୍ରୀ ସ୍ବାମୀଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ୨୦୧୩ରେ, ହ୍ବିଟଲଙ୍କ ଶଯ୍ୟା ତଳେ ଏକ ୮ ଫୁଟ ଲମ୍ବା କୁମ୍ଭୀର ଆସିଥିଲା, କୁମ୍ଭୀରଟି ସେ ଶୋଇଥିବା ଶଯ୍ୟା ତଳେ ରାତିସାରା ଥିଲା। ଏବେ ତାଙ୍କ ଚିତାବାଘ ଆକ୍ରମଣ କରିଛି।
ହ୍ବିଟଲଙ୍କ ସ୍ତ୍ରୀ ହାନ୍ନା ଷ୍ଟୋକ୍ସ ସୋସିଆଲ ମିଡିଆରେ ଶେୟାର କରିଥିବା ଫଟୋରେ ଏହା ଦେଖିବାକୁ ମିଳେ ଯେ, ହ୍ବିଟଲ ଡାକ୍ତରଖାନାର ଶଯ୍ୟା ଉପରେ ପଡ଼ିଛନ୍ତି। ସମଗ୍ର ଶରୀର ରକ୍ତରେ ଭିଜିଥିବାର ଦେଖାଯାଏ। ହ୍ବିଟଲ ଟ୍ରେକିଂରେ ଯାଇଥିବାବେଳେ ତାଙ୍କୁ ଚିତାବାଘ ଆକ୍ରମଣ କରିଥିଲା।
ହ୍ବିଟଲ ୧୯୯୩ରେ ଜିମ୍ବାୱେ ପାଇଁ ଡେବ୍ୟୁ କରିଥିବାବେଳେ ସେ ୨୦୦୩ରେ ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ୪୬ ଟେଷ୍ଟ ମ୍ୟାଚ ବ୍ୟତୀତ ସେ ୧୪୭ଟି ଦିନିକିଆରେ ତାଙ୍କ ଦେଶକୁ ପ୍ରତିନିଧିତ୍ୱ କରିଥିଲେ। ଟେଷ୍ଟ ଫର୍ମାଟରେ ହ୍ବିଟଲଙ୍କ ନାମରେ ଏକ ଦ୍ୱିଶତକ ରହିଛି।
The post ଏହି କ୍ରିକେଟର୍ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ appeared first on Dharitri Odia News.