ଆର୍ଡିସି କ୍ୟାଡେଟଙ୍କୁ ସମ୍ବର୍ଦ୍ଧନା
ଭଞ୍ଜନଗର,୧୦ା୨(ବାବୁଲା ପ୍ରଧାନ)-ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍ସିସି ଆର୍ମି ୱିଙ୍ଗର କ୍ୟାଡେଟ ନିବେଦିତା ବିଷୋୟୀ ଏବଂ ଫକୀର ମୋହନ ରାଉତ ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ। ଏହାପରେ ସେମାନେ ଗତ ୨୮ ତାରିଖରେ ପିଏମ ରାଲିରେ ମଧ୍ୟ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ସୋମବାର ଏହି ଆର୍ଡିସି କ୍ୟାଡେଟଦ୍ୱୟ ଭଞ୍ଜନଗର ଫେରିବା ପରେ କଲେଜ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ […] The post ଆର୍ଡିସି କ୍ୟାଡେଟଙ୍କୁ ସମ୍ବର୍ଦ୍ଧନା appeared first on Dharitri Odia News.
ଭଞ୍ଜନଗର,୧୦ା୨(ବାବୁଲା ପ୍ରଧାନ)-ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍ସିସି ଆର୍ମି ୱିଙ୍ଗର କ୍ୟାଡେଟ ନିବେଦିତା ବିଷୋୟୀ ଏବଂ ଫକୀର ମୋହନ ରାଉତ ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ। ଏହାପରେ ସେମାନେ ଗତ ୨୮ ତାରିଖରେ ପିଏମ ରାଲିରେ ମଧ୍ୟ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ସୋମବାର ଏହି ଆର୍ଡିସି କ୍ୟାଡେଟଦ୍ୱୟ ଭଞ୍ଜନଗର ଫେରିବା ପରେ କଲେଜ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଫୁଲତୋଡ଼ା ଦେଇ ନିବେଦିତା ଓ ଫକୀର ମୋହନଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହାପରେ ଏନସିସି ଶାଖା ଏବଂ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ମଧ୍ୟ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏନସିସି ଆର୍ମି ଅଫିସର ଲେଫ୍ଟନାଣ୍ଟ ରଜନୀ କାନ୍ତ ତ୍ରିପାଠୀ, ଡ ରବିନ୍ଦ୍ର ମିଶ୍ର, ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ଛାତ୍ରଙ୍କୁ ଉତ୍ସାହିତ କରିଥିଲେ।
The post ଆର୍ଡିସି କ୍ୟାଡେଟଙ୍କୁ ସମ୍ବର୍ଦ୍ଧନା appeared first on Dharitri Odia News.