ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ ଆରମ୍ଭ, ସକାଳୁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ,୧୦।୭: ଜନ୍ମବେଦୀରେ ଚତୁର୍ଦ୍ଧାମୂରତି। ଆଡ଼ପ ଦର୍ଶନ ଲାଗି ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ତେବେ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ଆଡ଼ପ ଅବଢ଼ା ମିଳିବ। କୁହାଯାଏ ଏଇ ଆଡ଼ପ ଅବଢା ଖାଇଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ। ଆଜିଠୁ ୫ ଦିନ ଯାଏ ଆଡ଼ପ ଅବଢା ମିଳିବ। ଏଥିପାଇଁ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ରଥ ଉପରୁ ଗୋଟି ପହଣ୍ଡିରେ ଯାଇ […] The post ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ ଆରମ୍ଭ, ସକାଳୁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ appeared first on Dharitri Odia News.

ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ ଆରମ୍ଭ, ସକାଳୁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ,୧୦।୭: ଜନ୍ମବେଦୀରେ ଚତୁର୍ଦ୍ଧାମୂରତି। ଆଡ଼ପ ଦର୍ଶନ ଲାଗି ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ତେବେ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ଆଡ଼ପ ଅବଢ଼ା ମିଳିବ। କୁହାଯାଏ ଏଇ ଆଡ଼ପ ଅବଢା ଖାଇଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ। ଆଜିଠୁ ୫ ଦିନ ଯାଏ ଆଡ଼ପ ଅବଢା ମିଳିବ। ଏଥିପାଇଁ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ମଙ୍ଗଳବାର ରଥ ଉପରୁ ଗୋଟି ପହଣ୍ଡିରେ ଯାଇ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଥିଲେ ଶ୍ରୀଜିଉ। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତାପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ଜନ୍ମବେଦୀକୁ ବିଜେ କରିଥିଲେ ।

 

The post ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ ଆରମ୍ଭ, ସକାଳୁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ appeared first on Dharitri Odia News.