ଚୁପ୍‌ ରହିଲେ ମିଳିବ ୧ଲକ୍ଷ ଡଲାର…ଏହି ମହିଳାଙ୍କୁ ମସ୍କ କାହିଁକି ଦେଲେ ଏମିତି ସାଂଘାତିକ ଅଫର୍‌

ନୂଆଦିଲ୍ଲୀ,୧୬।୪: ଆମେରିକୀୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆଶ୍ଲେଷ୍ଟ କ୍ଲେୟାର (୨୬) ଦାବି କରିଛନ୍ତି ଯେ ଟେସଲା ଓ ସ୍ପେସଏକ୍ସ ମୁଖ୍ୟ ଏଲନ ମସ୍କ (୫୩) ତାଙ୍କ ପିଲାର ବାପା। ସେ ଅଭିଯୋଗ କରିଛନ୍ତି ଯେ ମସ୍କ ତାଙ୍କୁ ଏହି ବିଷୟରେ ଚୁପ ରହିବା ପାଇଁ ୧୫ ନିୟୁତ ଡଲାର ଓ ପ୍ରତି ମାସ ୧ ଲକ୍ଷ ଡଲାର ଅଫର କରିଥିଲେ। ଆଶ୍ଲେଷ୍ଟ କହିଛନ୍ତି, ତାଙ୍କ ପୁଅ ରୋମୁଲସ ଫେବୃଆରୀ ୨୦୨୪ରେ ଜନ୍ମ ହୋଇଥିଲା ଓ ଡିଏନଏ ଟେଷ୍ଟରେ […] The post ଚୁପ୍‌ ରହିଲେ ମିଳିବ ୧ଲକ୍ଷ ଡଲାର…ଏହି ମହିଳାଙ୍କୁ ମସ୍କ କାହିଁକି ଦେଲେ ଏମିତି ସାଂଘାତିକ ଅଫର୍‌ appeared first on Dharitri Odia News.

ଚୁପ୍‌ ରହିଲେ ମିଳିବ ୧ଲକ୍ଷ ଡଲାର…ଏହି ମହିଳାଙ୍କୁ ମସ୍କ କାହିଁକି ଦେଲେ ଏମିତି ସାଂଘାତିକ ଅଫର୍‌

ନୂଆଦିଲ୍ଲୀ,୧୬।୪: ଆମେରିକୀୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆଶ୍ଲେଷ୍ଟ କ୍ଲେୟାର (୨୬) ଦାବି କରିଛନ୍ତି ଯେ ଟେସଲା ଓ ସ୍ପେସଏକ୍ସ ମୁଖ୍ୟ ଏଲନ ମସ୍କ (୫୩) ତାଙ୍କ ପିଲାର ବାପା। ସେ ଅଭିଯୋଗ କରିଛନ୍ତି ଯେ ମସ୍କ ତାଙ୍କୁ ଏହି ବିଷୟରେ ଚୁପ ରହିବା ପାଇଁ ୧୫ ନିୟୁତ ଡଲାର ଓ ପ୍ରତି ମାସ ୧ ଲକ୍ଷ ଡଲାର ଅଫର କରିଥିଲେ। ଆଶ୍ଲେଷ୍ଟ କହିଛନ୍ତି, ତାଙ୍କ ପୁଅ ରୋମୁଲସ ଫେବୃଆରୀ ୨୦୨୪ରେ ଜନ୍ମ ହୋଇଥିଲା ଓ ଡିଏନଏ ଟେଷ୍ଟରେ ମସ୍କଙ୍କ ପିତୃତ୍ୱ ୯୯.୯୯୯୯% ନିଶ୍ଚିତ ହୋଇଛି।

ଆଶ୍ଲେଷ୍ଟ ଦାବି କରିଛନ୍ତି ଯେ ମସ୍କଙ୍କ ଉପଦେଷ୍ଟା ଜାରେଡ ବିରଚାଲ ତାଙ୍କୁ ଏକ ଚୁକ୍ତି ପାଇଁ ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ସେ ମସ୍କଙ୍କ ନାଁ ଗୋପନ ରଖିବାକୁ ବାଧ୍ୟ ହେବେ। କିନ୍ତୁୁ ସେ ଏହା ମାନି ନଥିଲେ, କାରଣ ସେ ଚାହୁଁନଥିଲେ ତାଙ୍କ ପୁଅ ଗୁପ୍ତ ରହୁ। ମସ୍କ ଏ ପର୍ଯ୍ୟନ୍ତ ଏହି ପିଲାକୁ ସ୍ବୀକାର କରି ନାହାନ୍ତି।

ଏହା ପୂର୍ବରୁ ଆଶ୍ଲେ ଫେବୃଆରୀ ୨୦୨୫ରେ ମସ୍କଙ୍କ ବିରୋଧରେ ନ୍ୟୁୟର୍କ ସୁପ୍ରିମ କୋର୍ଟରେ ଏକ ମାମଲା ଦାୟର କରି ଏକମାତ୍ର ଅଭିଭାବକତ୍ୱ ଦାବି କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ମସ୍କ ତାଙ୍କ ପୁଅକୁ ମାତ୍ର ୩ ଥର ଦେଖିଛନ୍ତି ଓ ପିଲାର ଯତ୍ନରେ କୌଣସି ଭୂମିକା ନେଇ ନାହାନ୍ତି। ମସ୍କ ଦାବି କରିଛନ୍ତି ଯେ ସେ ଆଶ୍ଲେଙ୍କୁ ୨.୫ ନିୟୁତ ଡଲାର ଓ ବାର୍ଷିକ ୫ ଲକ୍ଷ ଡଲାର ଦେଇଛନ୍ତି, କିନ୍ତୁ ପିତୃତ୍ୱ ନେଇ ନିଶ୍ଚିତ ନୁହନ୍ତି।

ଏହି ଘଟଣା ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି। କେହି ଆଶ୍ଲେଙ୍କୁ ଧନ ଲୋଭୀ କହୁଛନ୍ତି, ତ କେହି ମସ୍କଙ୍କ କାର୍ଯ୍ୟକୁ ନୈତିକ ଦୃଷ୍ଟିରୁ ପ୍ରଶ୍ନ ଉଠାଉଛନ୍ତି।

The post ଚୁପ୍‌ ରହିଲେ ମିଳିବ ୧ଲକ୍ଷ ଡଲାର…ଏହି ମହିଳାଙ୍କୁ ମସ୍କ କାହିଁକି ଦେଲେ ଏମିତି ସାଂଘାତିକ ଅଫର୍‌ appeared first on Dharitri Odia News.