ପ୍ରଥମେ ଭାରତ ଆଉ ଏବେ ଓଡିଶା ବୁଲି ପ୍ରକୃତି ସୁରକ୍ଷା ଦେଉଛନ୍ତି ନନ୍ଦିଘୋଷ 

ଦାରିଙ୍ଗବାଡି,୩୧।୧୨ (ଅରୁଣ ସାହୁ ): ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ଗାଁଗାଁ ବୁଲି ଜନ ସଚେତନ କରୁଛନ୍ତି ନନ୍ଦିଘୋଷ ଖମାରୀ। ବରଗଡ଼ ଜିଲାର ବାସିନ୍ଦା ନନ୍ଦିଘୋଷ ଗତ ୨୫ ଦିନହେଲା ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ଏବେ ସୁଦ୍ଧାସେ ୮ଟି ଜିଲା ତଥା ବରଗଡ଼ ସମେତ ନୂଆପଡା, ବାଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ରାୟଗଡା ଏବେ କନ୍ଧମାଳରେ ପହଞ୍ଚିଛନ୍ତ। ସେ ଚଳିତ ମାସ ୬ରୁ ଘରୁ ସାଇକଲ ଯୋଗେ ବାହାରି ଭ୍ରମଣ କରୁଛନ୍ତି। ସେ ମଙ୍ଗଳବାର […] The post ପ୍ରଥମେ ଭାରତ ଆଉ ଏବେ ଓଡିଶା ବୁଲି ପ୍ରକୃତି ସୁରକ୍ଷା ଦେଉଛନ୍ତି ନନ୍ଦିଘୋଷ  appeared first on Dharitri Odia News.

ପ୍ରଥମେ ଭାରତ ଆଉ ଏବେ ଓଡିଶା ବୁଲି ପ୍ରକୃତି ସୁରକ୍ଷା ଦେଉଛନ୍ତି ନନ୍ଦିଘୋଷ 
ଦାରିଙ୍ଗବାଡି,୩୧।୧୨ (ଅରୁଣ ସାହୁ ): ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ଗାଁଗାଁ ବୁଲି ଜନ ସଚେତନ କରୁଛନ୍ତି ନନ୍ଦିଘୋଷ ଖମାରୀ। ବରଗଡ଼ ଜିଲାର ବାସିନ୍ଦା ନନ୍ଦିଘୋଷ ଗତ ୨୫ ଦିନହେଲା ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ଏବେ ସୁଦ୍ଧାସେ ୮ଟି ଜିଲା ତଥା ବରଗଡ଼ ସମେତ ନୂଆପଡା, ବାଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ରାୟଗଡା ଏବେ କନ୍ଧମାଳରେ ପହଞ୍ଚିଛନ୍ତ। ସେ ଚଳିତ ମାସ ୬ରୁ ଘରୁ ସାଇକଲ ଯୋଗେ ବାହାରି ଭ୍ରମଣ କରୁଛନ୍ତି। ସେ ମଙ୍ଗଳବାର ସନ୍ଧ୍ୟାରେ ଓଡିଶାର କଶ୍ମୀର ପହଞ୍ଚିଥିଲେ। ସେ ସମସ୍ତ ୩୦ ଜିଲ୍ଲା ଭ୍ରମଣ କରିବେ ବୋଲି କହିବା ସହ ସେ ଭ୍ରମଣ ସମୟରେ ଛାତ୍ରୀଛାତ୍ର, ଗ୍ରାମବାସୀଙ୍କୁ ଭେଟି ସଚେତନ କରୁଛନ୍ତି। ଦାରିଙ୍ଗବାଡିରେ ପହଞ୍ଚିବା ପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
ସେ ଦାରିଙ୍ଗବାଡି ସମ୍ପର୍କରେ ଶୁଣିଥିଲେ ହେଲେ ଏବେ କନ୍ଧମାଳ ଜିଲାରେ ସର୍ବାଧିକ ଜଙ୍ଗଲ ନଷ୍ଟ ହୋଇଥିବା ଗଛକାଟି ରାସ୍ତା ସମ୍ପ୍ରସାରଣ କରାଯାଇ ପ୍ରକୃତିକୁ ନଷ୍ଟ କରାଯାଇଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ଅଧିକା ଗଛ ଲଗାଇବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ ନନ୍ଦିଘୋଷ। ନନ୍ଦିଘୋଷ କହିଛନ୍ତି,  ସେ ଗତ ୨୦୨୨ ସେପ୍ଟେମ୍ବର ୫ରେ ଭାରତ ଭ୍ରମଣରେ ବାହାରି ୨୮ଟି ରାଜ୍ୟ ବୁଲିବା ସହ ଚଳିତ ମାର୍ଚ୍ଚ ୬ରେ ସେ ଘରେ ପହଞ୍ଚିଥିଲେ। ଏହି ସମୟରେ ସେ ୫୪୮ଦିନ ବୁଲିବା ସହ ୨୦ ହଜାର କିମି ସାଇକଲରେ ଭ୍ରମଣ କରି ପ୍ରକୃତି ସୁରକ୍ଷା ନେଇ ସଚେତନ କରିଥିଲେ ।
ସାରା ବିଶ୍ୱ ଏବେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପ୍ରଭାବିତ ହୋଇଛି। ଏଥିରେ ସାରା ଭାରତ ବର୍ଷରେ ଅଧିକା ପ୍ରଭାବିତ ହୋଇଥିବା ଦେଖାଯାଇଛ। ଏହି ଅବସରରେ ଆଗାମୀ ପିଢ଼ିଙ୍କ ପାଇଁ ଏହି ଜଳବାୟୁ ପରିବର୍ତ୍ତନ ଅଧିକା ପ୍ରଭାବିତ କରିପାରେ। ଜଙ୍ଗଲ ନଷ୍ଟ ଯୋଗୁ ଅନିୟମିତତା ବର୍ଷା, ଖରା ଓ ଶୀତ ହେଉଛି ଏବେ ଶୀତ ଦିନରେ ବର୍ଷା ଓ ଲଘୁଚାପର ପ୍ରଭାବ ରହୁଛି ତେଣୁ ପ୍ରକୃତିକୁ ରକ୍ଷା କରି ଆଗାମୀ ପିଢିଙ୍କୁ ସୁରକ୍ଷା ଦେବାପାଇଁ ସେ ଲୋକଙ୍କୁ ସଚେତନ କରିଛନ୍ତି। ନନ୍ଦିଘୋଷ ଲୋକଙ୍କୁ ସାଇକଲ ରାଇଡ କରିବା ସହ ନିଜକୁ ଫିଟ ରହିବାକୁ ସଚେତନ କରିଥିଲେ । ନନ୍ଦିଘୋଷ ଜଣେ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ବାପା ଓ ବଡ଼ ଭାଇ ଘରେ ଚାଷ କାର୍ଯ୍ୟ କରନ୍ତି ତାଙ୍କ ବାପା, ମା’ଭାଇ, ଗ୍ରାମବାସୀ ଓ ସାଙ୍ଗସାଥିଙ୍କ ସହଯୋଗରେ ସେ ଏହି ସଚେତନ ବାର୍ତ୍ତା ବାଣ୍ଟିବା ପାଇଁ ଭାରତ ଓ ଏବେ ରାଜ୍ୟ ଭ୍ରମଣ କରୁଥିବା କହିଛନ୍ତି।

The post ପ୍ରଥମେ ଭାରତ ଆଉ ଏବେ ଓଡିଶା ବୁଲି ପ୍ରକୃତି ସୁରକ୍ଷା ଦେଉଛନ୍ତି ନନ୍ଦିଘୋଷ  appeared first on Dharitri Odia News.