ଗ୍ରାମାଞ୍ଚଳରେ ଖୋଲିବ ନାହିଁ ନୂଆ ମଦ ଦୋକାନ: ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର
ଭୁବନେଶ୍ୱର:୩୦।୮: ଶୁକ୍ରବାର ନୂଆ ଅବକାରୀ ନୀତି ଆଣିଛନ୍ତି ଓଡିଶା ସରକାର। ଆସନ୍ତା ସେପ୍ଟେମ୍ବର ୧ରୁ ରାଜ୍ୟରେ ଏହି ନୂଆ ଆଇନ ଲାଗୁହେବ। ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନୂଆ ଆଇନ ବଳରେ ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ। କେବଳ ଥ୍ରୀ ଷ୍ଟାର୍ ହୋଟେଲ୍କୁ ନୂଆ ବାର୍ ଲାଇସେନ୍ସ ମିଳିବ। ଏହା ବ୍ୟତୀତ ଭାଙ୍ଗ, ତାଡ଼ି, ପୋଚ ପାଇଁ ମଧ୍ୟ ନିୟମ ଲାଗୁ ହେବ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି […] The post ଗ୍ରାମାଞ୍ଚଳରେ ଖୋଲିବ ନାହିଁ ନୂଆ ମଦ ଦୋକାନ: ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର appeared first on Dharitri Odia News.
ଭୁବନେଶ୍ୱର:୩୦।୮: ଶୁକ୍ରବାର ନୂଆ ଅବକାରୀ ନୀତି ଆଣିଛନ୍ତି ଓଡିଶା ସରକାର। ଆସନ୍ତା ସେପ୍ଟେମ୍ବର ୧ରୁ ରାଜ୍ୟରେ ଏହି ନୂଆ ଆଇନ ଲାଗୁହେବ। ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନୂଆ ଆଇନ ବଳରେ ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ। କେବଳ ଥ୍ରୀ ଷ୍ଟାର୍ ହୋଟେଲ୍କୁ ନୂଆ ବାର୍ ଲାଇସେନ୍ସ ମିଳିବ। ଏହା ବ୍ୟତୀତ ଭାଙ୍ଗ, ତାଡ଼ି, ପୋଚ ପାଇଁ ମଧ୍ୟ ନିୟମ ଲାଗୁ ହେବ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ରାଜ୍ୟରେ ଆଉ ଡ୍ୟାନ୍ସ ବାର୍ ଆଉ ଚାଲିବ ନାହିଁ। ବାର୍ ଗୁଡ଼ିକରେ ଅନୁମତି ନେଇ କରିପାରିବେ ସଂଗୀତ ପରିବେଷଣ କରିପାରିବେ। କୌଣସି ପରିସ୍ଥିତିରେ ବାର୍ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି। ବିଚ୍ରେ ମଦ ଶ୍ୟାକ୍ସ ବା କ୍ୟାବିନ୍ ଖୋଲିବା ଅନୁମତି ପର୍ଯ୍ୟଟନ ବିଭାଗର।
ଗତ କିଛି ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ କିଛି ଡ୍ୟାନ୍ସ ବାର୍ ବନ୍ଦ କରିଥିବା ବେଳେ ସେଗୁଡିକ ପୁଣି ଖୋଲିବା କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ସରକାର ଏଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏହି ଡ୍ୟାନ୍ସ ବାର ଗୁଡିକ ଅନେକ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବାରୁ ଅପରାଧିକ କାର୍ଯ୍ୟକଳାପ ସାଙ୍ଗକୁ ବିଭିନ୍ନ ଅନୈତିକ କାର୍ଯ୍ୟ ମଧ୍ୟ ଚାଲୁଇଥିଲା, ଯାହା ଉପରେ ଏବେ ରୋକ ଲାଗିବ।
The post ଗ୍ରାମାଞ୍ଚଳରେ ଖୋଲିବ ନାହିଁ ନୂଆ ମଦ ଦୋକାନ: ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର appeared first on Dharitri Odia News.