କ୍ୟାନସରରେ ପୀଡ଼ିତ ଅଛନ୍ତି ପ୍ରିନସେସ୍‌ ଅଫ ଓ୍ବେଲ୍ସ କେଟ ମିଡଲଟନ

ଲଣ୍ଡନ,୨୩।୩: ୱେଲ୍ସର ରାଜକୁମାରୀ କେଟ ମିଡଲଟନ କହିଛନ୍ତି ଯେ ସେ କ୍ୟାନସରରେ ପୀଡିତ ଏବଂ ଏବେ କେମୋଥେରାପି ନେଉଛନ୍ତି। ଶୁକ୍ରବାର ଏକ ଭିଡିଓ ପ୍ରସାରଣ ପରେ ଏହା ଜଣାପଡିଛି। ତେବେ ଭିଡିଓଟି ବୁଧବାର ରେକର୍ଡ କରାଯାଇଛି। ଏହି ଭିଡିଓ ଏମିତି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ସୋସିଆଲ ମିଡିଆରେ ତାଙ୍କର ସ୍ଥିତି ଏବଂ ସ୍ବାସ୍ଥ୍ୟ ବିଷୟରେ ଅନେକ ସପ୍ତାହ ଧରି କଳ୍ପନାଜଳ୍ପନା ଚାଲିଥିଲା। ପେଟରେ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଜାନୁଆରୀରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଅସ୍ତ୍ରୋପଚାର […] The post କ୍ୟାନସରରେ ପୀଡ଼ିତ ଅଛନ୍ତି ପ୍ରିନସେସ୍‌ ଅଫ ଓ୍ବେଲ୍ସ କେଟ ମିଡଲଟନ appeared first on Dharitri Odia News.

କ୍ୟାନସରରେ ପୀଡ଼ିତ ଅଛନ୍ତି ପ୍ରିନସେସ୍‌ ଅଫ ଓ୍ବେଲ୍ସ କେଟ ମିଡଲଟନ

ଲଣ୍ଡନ,୨୩।୩: ୱେଲ୍ସର ରାଜକୁମାରୀ କେଟ ମିଡଲଟନ କହିଛନ୍ତି ଯେ ସେ କ୍ୟାନସରରେ ପୀଡିତ ଏବଂ ଏବେ କେମୋଥେରାପି ନେଉଛନ୍ତି। ଶୁକ୍ରବାର ଏକ ଭିଡିଓ ପ୍ରସାରଣ ପରେ ଏହା ଜଣାପଡିଛି। ତେବେ ଭିଡିଓଟି ବୁଧବାର ରେକର୍ଡ କରାଯାଇଛି।

ଏହି ଭିଡିଓ ଏମିତି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ସୋସିଆଲ ମିଡିଆରେ ତାଙ୍କର ସ୍ଥିତି ଏବଂ ସ୍ବାସ୍ଥ୍ୟ ବିଷୟରେ ଅନେକ ସପ୍ତାହ ଧରି କଳ୍ପନାଜଳ୍ପନା ଚାଲିଥିଲା। ପେଟରେ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଜାନୁଆରୀରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଅସ୍ତ୍ରୋପଚାର ବିଷୟରେ କିଛି ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇ ନାହିଁ । ଏକ ଅଜଣା ପ୍ରକାରର କର୍କଟ ରୋଗର ଚିକିତ୍ସା ଚାଲିଥିବାବେଳେ କେଟ ଲୋକଙ୍କୁ ତାଙ୍କର ଗୋପନୀୟତାକୁ ସମ୍ମାନ କରିବାକୁ ଆହ୍ବାନ କରିଥିଲେ।
ସେ କହିଥିଲେ ମୁଁ ଭଲ ଅଛି। ମୁଁ ସେହି ଜିନିଷ ଉପରେ ଧ୍ୟାନ ଦେଉଛି ଯାହା ମୋର କ୍ଷତ ଭଲ ହେବାରେ ସାହାଯ୍ୟ କରିବ ଏବଂ ଏହିପରି ମୁଁ ପ୍ରତିଦିନ ଶକ୍ତିଶାଳୀ ହେବାକୁ ଯାଉଛି।
ସୂଚନାଯୋଗ୍ୟ, ଖ୍ରୀଷ୍ଟମାସ ପରଠାରୁ କେଟ ସର୍ବସାଧାରଣରେ ଦେଖାଯାଇ ନ ଥିଲେ। ଏହି ସପ୍ତାହରେ, ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ସ୍ବାମୀ ପ୍ରିନ୍ସ ୱିଲିୟମଙ୍କ ସହ ୱିଣ୍ଡସର ବାସଭବନ ନିକଟରେ ଏକ ଦୋକାନ ପାଖଷର ଯାଉଥିବା ନଜର ଆସିଛନ୍ତି।

The post କ୍ୟାନସରରେ ପୀଡ଼ିତ ଅଛନ୍ତି ପ୍ରିନସେସ୍‌ ଅଫ ଓ୍ବେଲ୍ସ କେଟ ମିଡଲଟନ appeared first on Dharitri Odia News.