ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ
ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ଟ୍ରାଙ୍କୁଲାଇଜ୍ କରିବା ସମ୍ଭବ ହେଉ ନାହିଁ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝାଙ୍କ ସୋମବାର ସୂଚନା ଦେଇଛନ୍ତି। ୩ରୁ ୪ ଥର ଟ୍ରାଙ୍କୁଲାଇଜ୍ ଉଦ୍ୟମ ହୋଇଛି। ଇଞ୍ଜେକ୍ସନ ଠିକ୍ ଜାଗାରେ ଲାଗିନାହିଁ। ହେଲେ ବାଘୁଣୀ ସୁସ୍ଥ ଅଛି, ଘଞ୍ଚ ଜଙ୍ଗଲରେ ଶିକାର କରୁଛି। […] The post ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ appeared first on Dharitri Odia News.
ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ଟ୍ରାଙ୍କୁଲାଇଜ୍ କରିବା ସମ୍ଭବ ହେଉ ନାହିଁ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝାଙ୍କ ସୋମବାର ସୂଚନା ଦେଇଛନ୍ତି। ୩ରୁ ୪ ଥର ଟ୍ରାଙ୍କୁଲାଇଜ୍ ଉଦ୍ୟମ ହୋଇଛି। ଇଞ୍ଜେକ୍ସନ ଠିକ୍ ଜାଗାରେ ଲାଗିନାହିଁ। ହେଲେ ବାଘୁଣୀ ସୁସ୍ଥ ଅଛି, ଘଞ୍ଚ ଜଙ୍ଗଲରେ ଶିକାର କରୁଛି।
ସାଟେଲାଇଟ ରେଡିଓ କଲାର ଜରିଆରେ ବାଘୁଣୀ ଜିନ୍ନତକୁ ତୀକ୍ଷ୍ଣ ନଜର ରଖାଯାଇଛି। ଜିନ୍ନତକୁ ଟ୍ରାକ ପାଇଁ ଓଡ଼ିଶାର ଗୋଟିଏ, ସୁନ୍ଦରବନର ୨ ଟିମ୍ ଲାଗିଛନ୍ତି। ଟ୍ରାଙ୍କୁଲାଇଜ ପାଇଁ ଆବଶ୍ୟକ ପଡ଼ିଲେ ହାତୀ ସହାୟତା ନିଆଯିବ ବୋଲି ପିସିସିଏଫ୍ କହିଛନ୍ତି।
The post ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ appeared first on Dharitri Odia News.