ଭୋଜି ଖାଇ ଫେରୁଥିବା ବେଳେ କାନ୍ଥରେ ପିଟିହେଲା କାର୍‌: ଚାଲିଗଲା ୪ ଜୀବନ

ଆଠଗଡ଼,୩।୨: କଟକ ଜିଲା ତିଗିରିଆ ଥାନା ଗଦାଧରପୁର ନିକଟରେ ଏକ ଦୁର୍ଘଟଣା ଘଟିଛି। ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ବେଳେ ଏକ କାର୍‌ ଭାରସାମ୍ୟ ହରାଇ ଏକ ଘର କାନ୍ଥରେ ପିଟି ହୋଇଯାଇଥିଲା। ଫଳରେ କାର୍‌ରେ ଥିବା ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବାଙ୍କି ହରିରାଜପୁର, ବାଙ୍କି ପାଳପୁଟ, ବଡ଼ମ୍ବା ଏବଂ ଖଜୁରୀପଡ଼ା ଅଞ୍ଚଳର ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି କାର୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା […] The post ଭୋଜି ଖାଇ ଫେରୁଥିବା ବେଳେ କାନ୍ଥରେ ପିଟିହେଲା କାର୍‌: ଚାଲିଗଲା ୪ ଜୀବନ appeared first on Dharitri Odia News.

ଭୋଜି ଖାଇ ଫେରୁଥିବା ବେଳେ କାନ୍ଥରେ ପିଟିହେଲା କାର୍‌: ଚାଲିଗଲା ୪ ଜୀବନ

ଆଠଗଡ଼,୩।୨: କଟକ ଜିଲା ତିଗିରିଆ ଥାନା ଗଦାଧରପୁର ନିକଟରେ ଏକ ଦୁର୍ଘଟଣା ଘଟିଛି। ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ବେଳେ ଏକ କାର୍‌ ଭାରସାମ୍ୟ ହରାଇ ଏକ ଘର କାନ୍ଥରେ ପିଟି ହୋଇଯାଇଥିଲା। ଫଳରେ କାର୍‌ରେ ଥିବା ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବାଙ୍କି ହରିରାଜପୁର, ବାଙ୍କି ପାଳପୁଟ, ବଡ଼ମ୍ବା ଏବଂ ଖଜୁରୀପଡ଼ା ଅଞ୍ଚଳର ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି କାର୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ଏକ କାରରେ ୪ଜଣ ଯୁବକ ଏକ ବିବାହ ଉତ୍ସବରେ ଯୋଗଦେଇ ଭୋଜି ଖାଇ ବିଳମ୍ବିତ ରାତିରେ ଫେରୁଥିଲେ। ହେଲେ ଘନ କୁଡୁଡି ଯୋଗୁ କାରଟି ଭାରସାମ୍ୟ ହରାଇ ଗଦାଧରପୁର ନିକଟରେ ଏକ ଘର କାନ୍ଥକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋର ଥିଲା ଯେ, ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା।

The post ଭୋଜି ଖାଇ ଫେରୁଥିବା ବେଳେ କାନ୍ଥରେ ପିଟିହେଲା କାର୍‌: ଚାଲିଗଲା ୪ ଜୀବନ appeared first on Dharitri Odia News.