ଏକ ସପ୍ତାହ୧୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଯୋରଦାର ପ୍ରସ୍ତୁତି

ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ କମଳାପୁର ସ୍ଥିତ ଶ୍ରୀଶ୍ରୀକାଶୀ ବିଶ୍ୱନାଥ ଶୈବ ପୀଠରେ ଆସନ୍ତା ଫେବୃଆରୀ ୫ ଠାରୁ ଏକ ସପ୍ତାହ ବ୍ୟାପୀ ତୃତୀୟ ବିଶ୍ୱଶାନ୍ତି ପଞ୍ଚ କୁଣ୍ଡିୟ ରୁଦ୍ର ମହାଯଜ୍ଞ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ମଳିକ ବୈଠକରେ ସଭାପତିତ୍ୱ କରିଥିଲେ। ମହାଯଜ୍ଞ ନିମନ୍ତେ ଜଳଯାତ୍ରା, ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଓ ଜ୍ଞାନଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା […] The post ଏକ ସପ୍ତାହ୧୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଯୋରଦାର ପ୍ରସ୍ତୁତି appeared first on Dharitri Odia News.

ଏକ ସପ୍ତାହ୧୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଯୋରଦାର ପ୍ରସ୍ତୁତି

ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ କମଳାପୁର ସ୍ଥିତ ଶ୍ରୀଶ୍ରୀକାଶୀ ବିଶ୍ୱନାଥ ଶୈବ ପୀଠରେ ଆସନ୍ତା ଫେବୃଆରୀ ୫ ଠାରୁ ଏକ ସପ୍ତାହ ବ୍ୟାପୀ ତୃତୀୟ ବିଶ୍ୱଶାନ୍ତି ପଞ୍ଚ କୁଣ୍ଡିୟ ରୁଦ୍ର ମହାଯଜ୍ଞ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ମଳିକ ବୈଠକରେ ସଭାପତିତ୍ୱ କରିଥିଲେ। ମହାଯଜ୍ଞ ନିମନ୍ତେ ଜଳଯାତ୍ରା, ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଓ ଜ୍ଞାନଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପଣ୍ଡିତ ଅଶୋକ କୁମାର ପାଢ଼ୀଙ୍କ ତତ୍ୱାବଧାନରେ ମହାଯଜ୍ଞ ଅନୁଷ୍ଠିତ ହେବ। ମହାଯଜ୍ଞ ସୁପରିଚାଳନା ପାଇଁ ସଭାପତି ରୂପେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ମନୋନୀତ କରାଯାଇଥିବା ବେଳେ ରବୀନ୍ଦ୍ର ନାଥ ଡାକୁଆ, ଉପ ସଭାପତି, ସୁଦାମ ଦୋରା, ଦେବହରି ଗୌଡ଼, ସହଦେବ ରେଡ୍ଡୀଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।

The post ଏକ ସପ୍ତାହ୧୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଯୋରଦାର ପ୍ରସ୍ତୁତି appeared first on Dharitri Odia News.