ଏଥର ଭୋଟ ଦେବେ ୯୭ କୋଟି ଜନତା, ଫାଷ୍ଟ ଟାଇମ୍ ଭୋଟର ସଂଖ୍ୟା ହେଉଛି ଏତିକି

ନୂଆଦିଲ୍ଲୀ: ଯେଉଁ ସମୟକୁ ଅପେକ୍ଷା କରାଯାଇଥିଲା ସେହି ସମୟ ଆସି ଉପନ୍ନୀତ  ହୋଇଛି। ଲୋକସଭା ନିର୍ବାଚନ ୨୦୨୪ ପାଇଁ ବାଜିଛି ନିର୍ବାଚନୀ ବିଗୁଲ। ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନିର୍ବାଚନ ହେଉଛି ସବୁଠୁ ବଡ଼ ପର୍ବ। ଏଥର ୯୬ କୋଟି ୮୦  ଲକ୍ଷ କୋଟି ଜନତା ଭୋଟ୍ ଦେବେ। ଅର୍ଥାତ ପାଖାପାଖି ୯୭ କୋଟି ଜନତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଆଗାମୀ ଲୋକସଭା ନିର୍ବାଚନରେ ପ୍ରଥମ ଥର ପ୍ରାୟ ୧  କୋଟି ୮୦ ଲକ୍ଷ ଭୋଟର ଭୋଟ୍ ଦେବେ। ଏହା ସହ ୨୦ରୁ ୨୯ ବର୍ଷ ବୟସ ମଧ୍ୟରେ ମତଦାତାଙ୍କ ସଂଖ୍ୟା ୧୯ କୋଟି ୪୭ ଲକ୍ଷ ରହିଛି।ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି ୧୭ତମ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ ୧୬ ତାରିଖରେ ଶେଷ ହେବ। ଏହା ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜୁନରେ ସମାପ୍ତ ହେଉଛି। ଜମ୍ମୁ-କାଶ୍ମୀରରେ ମଧ୍ୟ ନିର୍ବାଚନ ହେବାର ଅଛି। ନିର୍ବାଚନୀ ବିଗୁଲ ବାଜିବା ସହ ଆଜିଠୁ ସମଗ୍ର ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି। ଏଥର ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ ଏବଂ କଂଗ୍ରେସ, ଆପ୍, ସପା ପରି ବିରୋଧୀଙ୍କ ନେତୃତ୍ଵାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଏଥର ଏନଡିଏର ୪୦୦ ପାର ସିଟ୍ ଜିତିବା ନେଇ ଦାବି କରୁଥିବା ବେଳେ ବିରୋଧୀ ମଧ୍ୟ ନିର

ଏଥର ଭୋଟ ଦେବେ ୯୭ କୋଟି ଜନତା, ଫାଷ୍ଟ ଟାଇମ୍ ଭୋଟର ସଂଖ୍ୟା ହେଉଛି ଏତିକି

ନୂଆଦିଲ୍ଲୀ: ଯେଉଁ ସମୟକୁ ଅପେକ୍ଷା କରାଯାଇଥିଲା ସେହି ସମୟ ଆସି ଉପନ୍ନୀତ  ହୋଇଛି। ଲୋକସଭା ନିର୍ବାଚନ ୨୦୨୪ ପାଇଁ ବାଜିଛି ନିର୍ବାଚନୀ ବିଗୁଲ। ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନିର୍ବାଚନ ହେଉଛି ସବୁଠୁ ବଡ଼ ପର୍ବ। ଏଥର ୯୬ କୋଟି ୮୦  ଲକ୍ଷ କୋଟି ଜନତା ଭୋଟ୍ ଦେବେ। ଅର୍ଥାତ ପାଖାପାଖି ୯୭ କୋଟି ଜନତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଆଗାମୀ ଲୋକସଭା ନିର୍ବାଚନରେ ପ୍ରଥମ ଥର ପ୍ରାୟ ୧  କୋଟି ୮୦ ଲକ୍ଷ ଭୋଟର ଭୋଟ୍ ଦେବେ। ଏହା ସହ ୨୦ରୁ ୨୯ ବର୍ଷ ବୟସ ମଧ୍ୟରେ ମତଦାତାଙ୍କ ସଂଖ୍ୟା ୧୯ କୋଟି ୪୭ ଲକ୍ଷ ରହିଛି।

ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି ୧୭ତମ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ ୧୬ ତାରିଖରେ ଶେଷ ହେବ। ଏହା ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜୁନରେ ସମାପ୍ତ ହେଉଛି। ଜମ୍ମୁ-କାଶ୍ମୀରରେ ମଧ୍ୟ ନିର୍ବାଚନ ହେବାର ଅଛି। ନିର୍ବାଚନୀ ବିଗୁଲ ବାଜିବା ସହ ଆଜିଠୁ ସମଗ୍ର ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି। 

ଏଥର ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ ଏବଂ କଂଗ୍ରେସ, ଆପ୍, ସପା ପରି ବିରୋଧୀଙ୍କ ନେତୃତ୍ଵାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଏଥର ଏନଡିଏର ୪୦୦ ପାର ସିଟ୍ ଜିତିବା ନେଇ ଦାବି କରୁଥିବା ବେଳେ ବିରୋଧୀ ମଧ୍ୟ ନିର୍ବାଚନ ଜିତିବେ ବୋଲି ଦୃଢୋକ୍ତ ପ୍ରକାଶ କରିଛନ୍ତି। ଏ ପର୍ଯ୍ୟନ୍ତ ବିଜେପି ଦୁଇଟି ପର୍ଯ୍ୟାୟରେ ୨୬୭ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିବେ।