ଆଜି ସରିବ ଲାଲ୍ଚାନ୍ଦର ସ୍ବତନ୍ତ୍ର ଅକ୍ଷୟତୃତୀୟା ଅଫର
ଭୁବନେଶ୍ୱର,୧୨।୫ (ଅଭୟ ଦାଶ): ଲାଲ୍ଚାନ୍ଦ ଜୁଏଲର୍ସର ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ରବିବାର ଶେଷ ହେଉଛି। ଏହି ଅଫର ୨୦୨୪ ମେ ୫ରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବାବେଳେ ଚଳିତ ମାସ ୧୨ରେ ବିଧିବଦ୍ଧ ଭାବେ ମଧ୍ୟ ଶେଷ ହେଉଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍ଚାନ୍ଦ ଜୁଏଲର୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ସୁନା, ରୁପା ଏବଂ ହୀରାର ସର୍ବୋତ୍କୃଷ୍ଟ ସଂଗ୍ରହ ଉପରେ ଆକର୍ଷଣୀୟ […] The post ଆଜି ସରିବ ଲାଲ୍ଚାନ୍ଦର ସ୍ବତନ୍ତ୍ର ଅକ୍ଷୟତୃତୀୟା ଅଫର appeared first on Dharitri Odia News.
ଭୁବନେଶ୍ୱର,୧୨।୫ (ଅଭୟ ଦାଶ): ଲାଲ୍ଚାନ୍ଦ ଜୁଏଲର୍ସର ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ରବିବାର ଶେଷ ହେଉଛି। ଏହି ଅଫର ୨୦୨୪ ମେ ୫ରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବାବେଳେ ଚଳିତ ମାସ ୧୨ରେ ବିଧିବଦ୍ଧ ଭାବେ ମଧ୍ୟ ଶେଷ ହେଉଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍ଚାନ୍ଦ ଜୁଏଲର୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ସୁନା, ରୁପା ଏବଂ ହୀରାର ସର୍ବୋତ୍କୃଷ୍ଟ ସଂଗ୍ରହ ଉପରେ ଆକର୍ଷଣୀୟ ରିହାତି ସାଙ୍ଗକୁ ଏଚ୍ୟୁଆଇଡି ହଲ୍ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍ ପିଛା ଫ୍ଲାଟ୍ ୭୯୯ ଟଙ୍କା ରହିଥିଲାବେଳେ ହୀରା ଗହଣା ଉପରେ ଶୂନ୍ୟ (୦) ଗଢ଼ା ମଜୁରି ବା ବିନା ଗଢ଼ା ମଜୁରିରେ ଗ୍ରାହକମାନେ ହୀରା ଗହଣା କ୍ରୟ କରିପାରିବେ ଏବଂ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ପ୍ରତି ଗ୍ରାମକୁ ଫ୍ଲାଟ୍ ୧୩ଟଙ୍କାରେ ଯୋଗାଇ ଦିଆଯାଉଛି।
ସେହିଭଳି ଲାଲ୍ଚାନ୍ଦ୍ ଜୁଏଲର୍ସର ସମସ୍ତ ଷ୍ଟୋରରେ ଏସ୍ବିଆଇ କାର୍ଡ ଉପଭୋକ୍ତାଙ୍କ ପାଇଁ ବିଶେଷ ଅଫର ମଧ୍ୟ ରଖାଯାଇଛି। ଏପରିକି ସର୍ବନିମ୍ନ ୩୦,୦୦୦ ଟଙ୍କାର କ୍ରୟ ଉପରେ ସର୍ବାଧିକ ୨,୫୦୦ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍ବ୍ୟାକ୍ ଅଫର ପ୍ରଦାନ କରାଯାଉଛି। ଏହି ଅଫର ୨୦୨୪ ମେ ୧୨ ପର୍ଯ୍ୟନ୍ତ ବୈଧ ରହିଛି। ଏଥିସହ ବିଆଇଏସ୍ ହଲ୍ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ ଉପରେ ୧୦୦% ସୁନା ମୂଲ୍ୟ ପ୍ରଦାନ କରାଯାଉଥିବା ଲାଲ୍ଚାନ୍ଦ୍ ପକ୍ଷରୁ ସୂଚନା ଦିଆଯାଇଛି।
ଲାଲ୍ଚାନ୍ଦ୍ ପ୍ରାରମ୍ଭରୁ ଗ୍ରାହକ ସଚେତନତା ପାଇଁ ସର୍ବଦା ମିଡିଆ ଅଭିଯାନ ଚଳାଇଆସୁଛି। ବର୍ତ୍ତମାନ ଅନ୍ୟ ଜୁଏଲର୍ସମାନେ ମୂଳ ଗଢ଼ା ମଜୁରିକୁ ଲୁଚାଇ ବର୍ଦ୍ଧିତ ଗଢ଼ା ମୂଲ୍ୟ ଉପରେ ୨୫% ଓ ୫୦% ଭଳି ରିହାତି ପ୍ରଦାନ କରୁଛନ୍ତି। ତେଣୁ ଏପରି ମିଛ ଅଫରଠାରୁ ଦୂରେଇ ରହିବା ସହ ସର୍ବଦା ଫ୍ଲାଟ୍ ଓ ସ୍ବଚ୍ଛ ଗଢ଼ା ମଜୁରିକୁ ଚୟନ କରିବା ଉପରେ ଲାଲ୍ଚାନ୍ଦ୍ ଗୁରୁତ୍ୱ ଦେଇଆସୁଛି ବୋଲି ଲାଲ୍ଚାନ୍ଦ୍ ଗ୍ରୁପର ଫାଉଣ୍ଡର ଚେୟାରମ୍ୟାନ୍ ସଞ୍ଜୟ ହଂସ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।
The post ଆଜି ସରିବ ଲାଲ୍ଚାନ୍ଦର ସ୍ବତନ୍ତ୍ର ଅକ୍ଷୟତୃତୀୟା ଅଫର appeared first on Dharitri Odia News.