ବାପାଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ଯାଜପୁର ଜିଲା ତାଉଁତରା ଗାଁର ଏକ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ। ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ସେ ବାବଦେ ତାଙ୍କୁ ଯେଉଁ ଭତ୍ତା ମିଳୁଥିଲା, ସେଥିରେ ମୋ ପାଠପଢ଼ା ସାଙ୍ଗକୁ ଘରଖର୍ଚ୍ଚ ହେଉଥିଲା। ମା’ବାପାଙ୍କର ମୁଁ ଥିଲି ଏକମାତ୍ର ସନ୍ତାନ। ମୋତେ ନେଇ ଅନେକ ସ୍ବପ୍ନ ଥିଲା ସେମାନଙ୍କ ଆଖିରେ। ସେଥିପାଇଁ ଖୁବ୍‌ ମନ ଦେଇ ପାଠ ପଢୁଥିଲି। ଏନ୍‌.ସି. କଲେଜରୁ ଓଡ଼ିଆରେ ଏମ୍‌.ଏ. ପାସ୍‌ କରିବା ପରେ ୧୯୮୧ରେ ବରୁଣେଶ୍ୱର କଲେଜରେ ଅଧ୍ୟାପକ […] The post ବାପାଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା appeared first on Dharitri Odia News.

ବାପାଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ଯାଜପୁର ଜିଲା ତାଉଁତରା ଗାଁର ଏକ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ। ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ସେ ବାବଦେ ତାଙ୍କୁ ଯେଉଁ ଭତ୍ତା ମିଳୁଥିଲା, ସେଥିରେ ମୋ ପାଠପଢ଼ା ସାଙ୍ଗକୁ ଘରଖର୍ଚ୍ଚ ହେଉଥିଲା। ମା’ବାପାଙ୍କର ମୁଁ ଥିଲି ଏକମାତ୍ର ସନ୍ତାନ। ମୋତେ ନେଇ ଅନେକ ସ୍ବପ୍ନ ଥିଲା ସେମାନଙ୍କ ଆଖିରେ। ସେଥିପାଇଁ ଖୁବ୍‌ ମନ ଦେଇ ପାଠ ପଢୁଥିଲି। ଏନ୍‌.ସି. କଲେଜରୁ ଓଡ଼ିଆରେ ଏମ୍‌.ଏ. ପାସ୍‌ କରିବା ପରେ ୧୯୮୧ରେ ବରୁଣେଶ୍ୱର କଲେଜରେ ଅଧ୍ୟାପକ ଭାବେ ଯୋଗଦେଲି। ସେ ସମୟରେ ଦରମା ଠିକ୍‌ ସମୟରେ ମିଳୁ ନଥିଲା। ଘରୁ ପଇସା ଆଣି ଚଳିବାକୁ ପଡୁଥିଲା। ୧୯୮୮ ମସିହାରେ ମୁଁ ପ୍ରଥମ କରି ଯେଉଁ ଦରମା ପାଇଲି; ତାକୁ ନେଇ ବାପାଙ୍କ ହାତରେ ଦେଇଥିଲି। ସେ ଖୁବ୍‌ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ କରିଥିଲେ। ତାଙ୍କରି ଆଶୀର୍ବାଦ ଯୋଗୁ କିଛି ଦିନ ପରେ ମୋତେ ୟୁଜିସି ସ୍କେଲ୍‌ରେ ଭଲ ଦରମା ମିଳିବାକୁ ଲାଗିଲା। ତା’ପରଠୁ ଆମ ସଂସାର ରଥ ଏକପ୍ରକାର ଭଲରେ ଚାଲିଲା। ବେଶ୍‌ କିଛି ବର୍ଷ ଉକ୍ତ କଲେଜରେ ଅଧ୍ୟାପନା କରିବା ପରେ ମୋର ଖରସ୍ରୋତା କଲେଜକୁ ବଦଳି ହେଲା। ସେଠାରେ କିଛି ଦିନ କାମ କରିବା ପରେ ପୁନର୍ବାର ମୋର ବଦଳି ବରୁଣେଶ୍ୱର କଲେଜକୁ ହେଲା। ଆଉ ଶେଷରେ ୨୦୨୦ ମସିହାରେ ଏହିଠାରୁ ହିଁ ପ୍ରାଧ୍ୟାପକ ଭାବେ ମୁଁ ଚାକିରିରୁ ଅବସର ନେଇଥିଲି। ଅବଶ୍ୟ ତା’ରି ଭିତରେ ମୁଁ ପିଏଚ୍‌.ଡି. ହାସଲ କରିସାରିଥିଲି। ଏ ତ ଥିଲା ବୃତ୍ତିଗତ କଥା, ହେଲେ ରୁଚି ମୋର କବିତା ଲେଖିବା। ଏନ.ସି. କଲେଜରେ ପଢିଲାବେଳୁ କବିତା ଲେଖିବା ଆରମ୍ଭ କରିଥିଲି; ଯାହା ଏବେ ବି ଚାଲିଛି। ୟା’ ଭିତରେ ମୋର ୧୧ଟି କବିତା ସଂକଳନ ମଧ୍ୟ ପ୍ରକାଶ ପାଇସାରିଛି; ତନ୍ମଧ୍ୟରୁ ‘ବୁଝେଇ ଦେବାର ଶୋଷ’, ‘ଧୂଳି ଦେଉଳ’, ‘ଫେରିବି ପକ୍ଷୀ ହୋଇ’, ‘ଅସରନ୍ତି ଆଳାପ’, ‘ଦୃଶ୍ୟହୀନ ଦରଜ’, ‘ଶବ୍ଦ ପାରିଧି’, ‘ଗୁଣୁ ଗୁଣୁ ଗୀତ’ ଇତ୍ୟାଦି ଅନ୍ୟତମ। ତେବେ କବିତା ବ୍ୟତୀତ ବେଳେବେଳେ କିଛି ପ୍ରବନ୍ଧ ବି ଲେଖିଥାଏ। ମୋ ବାପା ମୋତେ କେବଳ ପାଠ ପଢେଇ ଶିକ୍ଷିତ କରି ନ ଥିଲେ ମୋର ସାହିତ୍ୟ କ୍ଷେତ୍ରକୁ ମଧ୍ୟ ନୂଆ ଏକ ଦିଗନ୍ତ ଦେଇଥିଲେ। କହିବାକୁ ଗଲେ ସେ ହିଁ ଥିଲେ ମୋର ସାହିତ୍ୟ ସାଧନାର ପ୍ରଥମ ପ୍ରେରଣାର ଉତ୍ସ। ସେ ସବୁବେଳେ କହୁଥିଲେ, ‘ସାହିତ୍ୟ ସାଧନାକୁ କେବେ ବି ରୋଜଗାରର ମାଧ୍ୟମ ଭାବିବୁନି ବରଂ ଏହାକୁ ନିଃସ୍ବାର୍ଥପର ଭାବେ ଆରାଧନା କରିବୁ, ଦେଖିବୁ ଖୁବ୍‌ ମାନସିକ ଶାନ୍ତି ମିଳିବ।’ ତାଙ୍କରି କଥାକୁ ମାନି ଚାଲି ଆସିଥିବାରୁ ଆଜି ସାହିତ୍ୟ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଉ ଯେଉଁଥିପାଇଁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତରଫରୁ ମୋତେ ବହୁ ପୁରସ୍କାର ଓ ସମ୍ବର୍ଦ୍ଧନା ବି ମିଳିଛି। ତେବେ ୧୯୯୬ ମସିହାରେ ଫକୀରମୋହନ ସାହିତ୍ୟ ସଂସଦ (ବାଲେଶ୍ୱର)ରୁ ହାଜିଅସରଫ୍‌ ଅଲ୍ଲି ଉଦୟ ପ୍ରତିଭା ପୁରସ୍କାର ଭାବେ ମୋତେ ଯେଉଁ ୩୦୦୦ ଟଙ୍କା ସହ ସମ୍ବର୍ଦ୍ଧନା ପତ୍ର ମିଳିଥିଲା ତାହା ମୋତେ ଏକ ନିଆରା ଖୁସି ଦେଇଥିଲା। କାରଣ ଏହା ଥିଲା ସାହିତ୍ୟ କ୍ଷେତ୍ରରୁ ମୋର ପ୍ରଥମ ପୁରସ୍କାର; ଯେଉଁଥିରେ ମୁଁ ବାପାଙ୍କ ପାଇଁ ଖଦଡ଼ର କପଡ଼ା ଓ ଧୋତି କିଣିଥିଲି। ଏପରି କରିବାରେ ମୋତେ ସେଦିନ ଯେଉଁ ଆନନ୍ଦ ମିଳିଥିଲା, ତାହାକୁ ଭାଷାରେ ବ୍ୟକ୍ତ କରିହେବନି।

The post ବାପାଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା appeared first on Dharitri Odia News.