ବେଆଇନ ମଦ ବିକ୍ରି: ତାତିଲେ ଏସ୍ଏଚ୍ଜି ମହିଳା
ଧାମନଗର୩।୧୧(ସନ୍ତୋଷ କୁମାର ମହାପାତ୍ର): ୪ ବର୍ଷରୁ ଊଦ୍ଧର୍ବ ହେଲା ବେଆଇନ ମଦ ବିକ୍ରି ନେଇ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏସ୍ଏଚ୍ଜି (ସ୍ବୟଂସହାୟକ ଗୋଷ୍ଠୀ) ମହିଳା ତାତିଛନ୍ତି। ଶନିବାର ମହିଳା ଗୋଷ୍ଠୀର ସଦସ୍ୟାମାନେ ଏକାଠି ହୋଇ ପାନ ଦୋକାନରେ ବିକ୍ରି ହେଉଥିବା ମଦ ବୋତଲ ସବୁ ଭାଙ୍ଗିବା ସହ ମଦ ବିକ୍ରି ନ କରିବାକୁ ଚେତାବନୀ ଦେଇଛନ୍ତି। ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତର ଫଳପୁର ବଜାରରେ ଏପରି ଘଟଣା ଦେଖିବାକୁ […] The post ବେଆଇନ ମଦ ବିକ୍ରି: ତାତିଲେ ଏସ୍ଏଚ୍ଜି ମହିଳା appeared first on Dharitri Odia News.
ଧାମନଗର୩।୧୧(ସନ୍ତୋଷ କୁମାର ମହାପାତ୍ର): ୪ ବର୍ଷରୁ ଊଦ୍ଧର୍ବ ହେଲା ବେଆଇନ ମଦ ବିକ୍ରି ନେଇ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏସ୍ଏଚ୍ଜି (ସ୍ବୟଂସହାୟକ ଗୋଷ୍ଠୀ) ମହିଳା ତାତିଛନ୍ତି। ଶନିବାର ମହିଳା ଗୋଷ୍ଠୀର ସଦସ୍ୟାମାନେ ଏକାଠି ହୋଇ ପାନ ଦୋକାନରେ ବିକ୍ରି ହେଉଥିବା ମଦ ବୋତଲ ସବୁ ଭାଙ୍ଗିବା ସହ ମଦ ବିକ୍ରି ନ କରିବାକୁ ଚେତାବନୀ ଦେଇଛନ୍ତି। ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତର ଫଳପୁର ବଜାରରେ ଏପରି ଘଟଣା ଦେଖିବାକୁ ମିଳିଛି।
ଉକ୍ତ ବଜାରରେ ଏକ ପାନ, ଚା’ ଦୋକାନରେ ୪ ବର୍ଷରୁ ଊର୍ଦ୍ଧ୍ୱ ହେବ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ସ୍ଥାନୀୟ ମହିଳାଙ୍କ କହିବା ଅନୁଯାୟୀ, ବହୁବାର ଅଭିଯୋଗ ପରେ ମଧ୍ୟ ଧାମନଗର ଅବକାରୀ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇନାହିଁ। ମଦ ବିକ୍ରି ଦ୍ୱାରା ସ୍ଥାନୀୟ ବାସିନ୍ଦା ମହିଳାମାନେ ନିର୍ଯାତନାର ଶିକାର ହେଉଛନ୍ତି। ଅଧିକାଂଶ ସମୟରେ ପାଟିତୁଣ୍ଡ ହେବା ସହ ବହୁବାର ଟଙ୍କା ଅଭାବରୁ ପରିବାର ଲୋକଙ୍କୁ ଉପାସରେ ରହିବାକୁ ପଡ଼ିଛି। ଶନିବାର ଗ୍ରାମର ପ୍ରାୟ ୧୦ ସ୍ବୟଂସହାୟକ ଗୋଷ୍ଠୀର ୫୦ରୁ ଊର୍ଦ୍ଧ୍ୱ ମହିଳା ଉକ୍ତ ଦୋକାନରେ ଥିବା ପ୍ରାୟ ୨୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ବୋତଲକୁ ଆଣି ରାସ୍ତାରେ ଭାଙ୍ଗିଛନ୍ତି। ଦୋକାନକୁ ଲାଗି ବାଡ଼ିଘରର ବୀଣା ମୂଳ ଓ କଦଳୀ ଗଛ ମୂଳରେ ଲୁଚାଇ ରଖିଥିବା ମଦ ବୋତଲକୁ ମହିଳାମାନେ ଖୋଜି ବାହାର କରି ଭାଙ୍ଗି ଦେଇଥିଲେ। ପୁନର୍ବାର ବିକ୍ରି ହେଲେ ମଦ ବିକ୍ରି କରୁଥିବା ଲୋକଙ୍କ ଘରକୁ ବନ୍ଦ ରଖାଯିବା ସହ ସେମାନଙ୍କ ପରିବାର ଲୋକଙ୍କୁ ବାହାରକୁ ଛାଡ଼ିବେ ନାହିଁ ବୋଲି ଗ୍ରାମର ମାନସୀଲତା ସ୍ବାଇଁ, ଲକ୍ଷ୍ମୀପ୍ରିୟା ନାୟକ, ରଞ୍ଜିତା ସାହୁ, ମମତା ସାହୁ, ମନୋରମା ସାହୁ, କାମିନୀ ନାୟକ, ସୌଦାମିନୀ ମାଝୀ, ସରସ୍ବତୀ ମାଝୀ, ମିନତି ମାଝୀ, ଲକ୍ଷ୍ମୀପ୍ରିୟା ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି।
The post ବେଆଇନ ମଦ ବିକ୍ରି: ତାତିଲେ ଏସ୍ଏଚ୍ଜି ମହିଳା appeared first on Dharitri Odia News.